ଓଡିଶା

odisha

ETV Bharat / state

ନବରଙ୍ଗପୁରରେ ଆଇନ ସେବା ଶିବିର ଅନୁଷ୍ଠିତ - ବିଚାରପତି ଜଷ୍ଟିସ ସଂଯୁକ୍ତା ପଣ୍ଡା

ଲୋକଙ୍କୁ ଆଇନର ବିଭିନ୍ନ ଦିଗ ଉପରେ ସଚେତନତା ପାଇଁ ମେଗା ଆଇନ ସେଚତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

By

Published : Oct 19, 2019, 7:11 PM IST

ନବରଙ୍ଗପୁର: ନବରଙ୍ଗପୁର ଠାରେ ଅଣସଙ୍ଗଠିତ ଶ୍ରମିକ ମାନଙ୍କ ପାଇଁ ଏକ ମେଗା ଆଇନ ସେବା ସମ୍ପର୍କିତ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ପ୍ରଶାସନର ସହଯୋଗରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଲୋକଙ୍କୁ ଆଇନ ସଚେତନତା ପାଇଁ ରାଜ୍ୟ ଆଇନ ସେବା ପ୍ରାଧିକରଣ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଏହି ଶିବିରରେ ହାଇକୋର୍ଟ ବିଚାରପତି ଜଷ୍ଟିସ ସଂଯୁକ୍ତା ପଣ୍ଡା , ଜିଲ୍ଲା ଦୌରାଜର୍ଜ ଅଶୋକ କୁମାର ପଣ୍ଡା , ମେମ୍ବର ସେକ୍ରେଟାରୀ ହାଇକୋର୍ଟ ଦେବାଶିଷ ନାୟକ , ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ପ୍ରମୁଖ ଯୋଗଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ବିଚାରପତି ମାନେ ଆଇନ ସମ୍ପର୍କରେ ଲୋକଙ୍କୁ ବୁଝାଇବା ସହ କିପରି ଆଇନର ଆଶ୍ରୟ ନେଇ ପାରିବେ ଏବଂ ସରକାରୀ ଆଇନ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରଶାସନ ପକ୍ଷରୁ ବିଭିନ୍ନ ବିଭାଗର ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ସଚେତନତା ପାଇଁ ଷ୍ଟଲ ଖୋଲାଯାଇଥିଲା । ସେଠାରେ ବିଚାରପତିମାନେ ହିତାଧିକାରୀମାନଙ୍କୁ ବିଭିନ୍ନ ବିଭାଗୀୟ ସରକାରୀ ସହାୟତା ପ୍ରଦାନ କରିଥିଲେ ।

ଅଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ଜିଲ୍ଲାର ଅନ୍ୟ ସ୍ଥାନରେ କରାଯିବା ସହ ଲୋକଙ୍କୁ ସଚେତନ କରାଯିବ ବୋଲି ଜଣାପଡିଛି ।


ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details