ଓଡିଶା

odisha

ETV Bharat / state

ସରକାରଙ୍କ ନିର୍ଦ୍ଦେଶ ମାନୁ ନାହାନ୍ତି ସରକାରୀ କର୍ମଚାରୀ - ସରକାରୀ କର୍ମଚାରୀ

ନବରଙ୍ଗପୁରର କୋଳିଆପଦର ଗାଁ ବିଦ୍ୟାଳୟରେ ଶିକ୍ଷକମାନେ ଛାତ୍ରଙ୍କ ଦ୍ବାରା ଭାଙ୍ଗୁଛନ୍ତି ଟ୍ରାଫିକ ନିୟମ । ଦଶମ ଶ୍ରେଣୀ ଛାତ୍ରଙ୍କୁ 4 କିଲୋମିଟର ଗାଁକୁ ଭୋଜି ପାଇଁ ହଣ୍ଡା ଆଣିବାକୁ ପଠାଇଥିଲେ ଶିକ୍ଷକ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

By

Published : Sep 6, 2019, 7:38 PM IST

ନବରଙ୍ଗପୁର: ବେଆଇନ ଗାଡ଼ି ଚାଳନା ଓ ବର୍ଦ୍ଧିତ ଦୁର୍ଘଟଣା ସଂଖ୍ୟା ହ୍ରାସ କରିବା ପାଇଁ କଡାକଡି ଆଇନ ଆଣୁଛନ୍ତି ସରକାର । ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଥିବା ନୂଆ ଟ୍ରାଫିକ ନିୟମ ଆଧାରରେ ମୋଟା ଅଙ୍କର ଚାଲାଣ ମଧ୍ୟ କଟାଯାଉଛି । ନାବାଳକ ଓ ବିନା ଲାଇସେନ୍ସରେ ଗାଡି ଚଲାଇବା ବନ୍ଦ କରିବା ସକାଶେ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ନେଉଥିବା ବେଳେ ଏହା ଭିତରେ ସରକାରୀ ସ୍କୁଲର ଶିକ୍ଷକମାନେ ନାବାଳକ ପିଲାମାନଙ୍କୁ ଗାଡି ଚଲାଇ ସ୍କୁଲ କାମରେ ନିୟୋଜିତ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର ଜିଲ୍ଲା ରାତଇଘର ବ୍ଲକର କୋଳିଆପଦର ଗାଁ ବିଦ୍ୟାଳୟରେ ଶିକ୍ଷକମାନେ ଛାତ୍ରଙ୍କୁ ବାଇକ ଦେଇ ସ୍କୁଲ କାମରେ ନିୟୋଜିତ କରୁଛନ୍ତି । ସ୍କୁଲରେ ରୋଷେଇ କରିବା ପାଇଁ ଭାତ ହଣ୍ଡାର ଅଭାବ ହେବାରୁ 10ମ ଶ୍ରେଣୀର ଛାତ୍ରଙ୍କୁ ଶିକ୍ଷକ ସ୍କୁଲଠାରୁ 4କିଲୋମିଟର ଦୂର ସୋନପୁର ଗାଁକୁ ଏକ ବାଇକ ଯୋଗେ ଆଣିବାକୁ ନିର୍ଦେଶ ଦେଇଥିଲେ । ଶିକ୍ଷକଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ଯାଇ CG 04 CY 7540 ମୋଟର ସାଇକେଲରେ ଛାତ୍ର ହଣ୍ଡା ଆଣିବାକୁ ଯାଇଥିଲେ । ବିପଦ ସଙ୍କୁଳ ଅବସ୍ତାରେ ଦୁଇ ଜଣ ଛାତ୍ରଙ୍କ ମଧ୍ୟରୁ ଜଣେ ଗାଡିରେ ପଛପଟୁ ମୁହଁ କରି ହଣ୍ଡା ଧରି ବସିଥିବା ଦେଖିବାକୁ ମିଳିଛି ।

ଏ ନେଇ ପ୍ରଥମେ କୋଳିଆପଦର ସ୍କୁଲ ଶିକ୍ଷକଙ୍କୁ ପଚାରିବାରୁ ଦଶମ ଶ୍ରେଣୀର ଛାତ୍ର ବାଇକ ଚଳାଇବା ଏକ ସାଧାରଣ କଥା ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି । ଅଞ୍ଚଳର ସବୁ ନାବାଳକ ବାଇକ ଚଳାଉଥିବା ବେଳେ ବିଦ୍ୟାଳୟରେ ଭୋଜି ପାଇଁ ହଣ୍ଡା କମ ପଡ଼ିବାରୁ ଛାତ୍ରଙ୍କୁ ରାଇଘର ପଠାଯାଇଥିବା ଶିକ୍ଷକ ଜଣକ କହିଛନ୍ତି । ପରେ ଏ ସମ୍ପର୍କରେ ବିଇଓ ଭୋଳାନାଥ କୁମ୍ଭାରଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିବା ବେଳେ ସେ ଫୋନ୍ ଉଠାଇ ନଥିଲେ । ଯଦି ପିଲାମାନଙ୍କର ରାସ୍ତାରେ କୌଣସି ଅଘଟଣ ଘଟିଥାନ୍ତା ତେବେ କଣ ବିଦ୍ୟାଳୟର ଶିକ୍ଷକ ଦାୟୀ ରହିଥାନ୍ତେ ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋଇ, ଇଟିଭି ଭାରତ

ABOUT THE AUTHOR

...view details