ନବରଙ୍ଗପୁର: ପାପଡାହାଣ୍ଡି ବ୍ଲକ ମାଝୀଗୁଡା ପଞ୍ଚାୟତ ନୂଆଗୁଡା ଗ୍ରାମର ହେମନ୍ତ ବିଶୋଇଙ୍କ ଘରେ ଗ୍ୟାସ ଲିକରୁ ଅଗ୍ନି କାଣ୍ଡ ଘଟିଛି । ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି |
ସୂଚନା ମୁତାବକ ସକାଳେ ରୋଷେଇ କରିବା ସମୟରେ ଗ୍ୟାସ ଲିକ ହୋଇଥିଲା । ପରିବାର ଲୋକେ ଜାଣିବା ବେଳକୁ ନିଆଁ ଲାଗି ଯାଇ ନିକଟରେ ଥିବା ଖଟ, ଟିଭି, ପୋଷାକ ଓ ଅନ୍ୟାନ୍ୟ ଆସବାବପତ୍ର ସହ ଦୋକାନ ଘର କିଛି ଜିନିଷ ପୋଡି ନଷ୍ଟ ହୋଇଯାଇଥିଲା |