ନବରଙ୍ଗପୁର: ନବରଙ୍ଗପୁରରେ ଗାଁ ସାଥୀ ମାନଙ୍କୁ ସ୍ବତନ୍ତ୍ର ପରିଚୟ ପତ୍ର ପ୍ରଦାନ ପାଇଁ ସଙ୍ଘର ଦାବି । ଏନେଇ ଡାବୁଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଡାବୁଗାଁ ବ୍ଲକର 12ଟି ପଞ୍ଚାୟତର ରାଜସ୍ବ ଗାଁରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଦ୍ବାରା ଯୋଗ୍ୟତା ପର୍ଯ୍ୟାୟରେ ସିଧାସଳଖ ଗାଁ ସାଥୀଙ୍କୁ ଚୟନ କରାଯାଇଥିଲା । ସେମାନେ ତାଙ୍କ ଉପରେ ନ୍ୟସ୍ତଥିବା ସମସ୍ତ ଏମଜିଏନଆରଇଜିଏସ କାର୍ଯ୍ୟକୁ ସୂଚାର ରୂପେ ସମ୍ପାଦନା କରି ଆସୁଛନ୍ତି ।
ଜୋର ଧରିଲା ‘ଗାଁ ସାଥୀ’ଙ୍କୁ ସ୍ବତନ୍ତ୍ର ପରିଚୟ ପତ୍ର ପ୍ରଦାନ ଦାବି - ନବରଙ୍ଗପୁରରେ ଗାଁସାଥୀ ସଂଘ ଦେବ ଧାରଣା
ଗାଁ ସାଥୀ ମାନଙ୍କୁ ସ୍ବତନ୍ତ୍ର ପରିଚୟ ପତ୍ର ପ୍ରଦାନ ପାଇଁ ସଂଘର ଦାବି । ଦାବି ପୂରଣ ନହେଲେ ଆନ୍ଦୋଳନର ଚେତାବନୀ । ଅଧିକ ପଢନ୍ତୁ...
ଗାଁସାଥୀ ମାନଙ୍କୁ ସ୍ବତନ୍ତ୍ର ପରିଚୟ ପତ୍ର ପ୍ରଦାନ ପାଇଁ ସଙ୍ଘର ଦାବି
ଏମଜିଏନଆରଇଜିଏସ କାର୍ଯ୍ୟକୁ ଗାଁ ସାଥୀମାନଙ୍କୁ ପ୍ରଦାନ ନ କରି ବିଧାୟକ ଓ ସାଂସଦଙ୍କ ଦ୍ଵାରା ସୁପାରିଶ କରିବା । ଗାଁସାଥୀ ମାନଙ୍କର ପ୍ରାପ୍ୟ ପାଉଣା ଦେବା, ଏକ ତାଲିମ ବ୍ୟବସ୍ଥା ଓ ସ୍ବତନ୍ତ୍ର ପରିଚୟ ପତ୍ର ପ୍ରଦାନ କରିବା ପାଇଁ ସେମାନେ ଦାବି ପତ୍ରରେ ଦର୍ଶାଇଛନ୍ତି । ଯଦି ଏମାନଙ୍କ ଦାବି ପୂରଣ ନହୁଏ, ଆଗାମୀ ଦିନରେ ଧାରଣା ଦେବାକୁ ନିଷ୍ପତ୍ତି ନେଇଛନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ