ଓଡିଶା

odisha

ETV Bharat / state

ଚାକିରି କରାଇ ଦେବା ନାରେ ଲକ୍ଷଲକ୍ଷ ଟଙ୍କା ଲୁଟ; ଜଣେ ଗିରଫ - ବେସରକାରୀ ସଂସ୍ଥା

ନବରଙ୍ଗପୁରର ବିଭିନ୍ନ ଅଞ୍ଚଳରୁ ଚାକିରୀ କରାଇ ଦେବା ନାଁରେ ଲୁଟି ନେଲେ ଲକ୍ଷଲକ୍ଷ ଟଙ୍କା । ଆଶାୟୀ ଏବେ ହତାସ ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

By

Published : Sep 29, 2019, 10:49 PM IST

ନବରଙ୍ଗପୁର: ରାଜ୍ୟରେ ଚାଲିଛି ବେଧଡକ ଲୁଟ । କେଉଁଠି ସରକାରୀ ଚାକିରୀ କରାଇଦେବା ନାଁରେ ଟଙ୍କା ଲୁଟ ତ ଆଉ କେଉଁଠି ଲୋଭନୀୟ ପ୍ରତିଶୃତି ଦେଇ ଚାଲିଛି ଲୁଟ । ଏମିତି ଅଭିନବ ଉପାୟରେ ନବରଙ୍ଗପୁରରେ ଚାଲିଥିଲା ଲୁଟ । ଜାତୀୟ ମାନବଧିକାର କମିଟି ନାମରେ ଲୋକଙ୍କୁ ଠକେଇ କରିଥିଲେ ଏକ ଠକ ଗୋଷ୍ଠୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର


ସୂଚନା ଅନୁସାରେ ଉମରକୋଟ ସହରରେ ରଞ୍ଜନା ବ୍ରମନ ତାଙ୍କ ସ୍ବାମୀ ଲିଟୁ ପାଣିଗ୍ରାହୀ ଭାଇ ରାଜେଶ ବର୍ମା, ଅନିଲ ବାନାର୍ଜୀ, ମାନବିକ ଅଧିକାର କମିଟି ନାମରେ ଏକ ସଂସ୍ଥା ଜିଲ୍ଲା ଖୋଲିଥିଲେ ଉମରକୋଟରେ । ଜିଲ୍ଲାରେ ଥିବା ବେକାର ଯୁବକ ଯୁବତୀଙ୍କୁ ଚାକିରୀ କରାଇ ଦେବା ନାଁରେ ଲୁଟିଥିଲେ ଲକ୍ଷଲକ୍ଷ ଟଙ୍କା । ଲୋକଙ୍କ ମଧ୍ୟରେ ବିଶ୍ବାସ ଜନ୍ମାଇବା ପାଇଁ ଗ୍ରାମାଞ୍ଚଳରେ ବିଭିନ୍ନ ବୈଠକମାନ କରୁଥିଲେ । ଯେଉଁ ବୈଠକକୁ ସ୍ଥାନୀୟ ଅଞ୍ଚଳର ପ୍ରତିଷ୍ଠିତ ଲୋକଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରୁଥିଲେ ।

ଯଦ୍ବାରା ଅତି ସହଜରେ ଯୁବକ ଯୁବତୀ ମାନେ ବିଶ୍ବାସ କରି ଟଙ୍କା ଦେଉଥିଲେ । ବିଭିନ୍ନ ସରକାରୀ ବେସରକାରୀ ସଂସ୍ଥାରେ ନିଯୁକ୍ତି ଦେବାକୁ ପ୍ରଲୋଭନ ଦେଖାଉଥିଲେ । ଏପରିକି କିଛି ବେସରକାରୀ ସଂସ୍ଥାର ନିଯୁକ୍ତି ପତ୍ର ମଧ୍ୟ ଦେଇଥିଲେ । ଖାଲି ଏତିକି ନୁହେଁ ଗତ ନିର୍ବାଚନରେ ବିଧାୟକ ଟିକେଟ ମଧ୍ୟ କରାଇଦେବାକୁ ଏହି ଠକ ରାକେଟ ଲୁଟିଛନ୍ତି ଟଙ୍କା । ଏମିତି ପ୍ରଲୋଭନ ଦେଖାଇ ଲକ୍ଷଲକ୍ଷ ଟଙ୍କା ଲୁଟିଛନ୍ତି ଏହି ସଂସ୍ଥା । ତେବେ ଟଙ୍କା ଦେଇଥିବା ଆଶାୟୀ ମାନେ ଚାକିରୀ ନମିଳିବାରୁ ଉମରକୋଟ ଥାନାରେ ଅଭିଯୋଗ କରିବାପରେ ପୋଲିସ ଏକ ଠକେଇ ମାମଲା ରୁଜୁକରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details