ଓଡିଶା

odisha

ETV Bharat / state

ନବରଙ୍ଗପୁରରୁ ଆଜି ପୁଣି 302 ନୂଆ ସଂକ୍ରମଣ ଚିହ୍ନଟ - ନୂଆ ସଂକ୍ରମଣ

ନବରଙ୍ଗପୁରରେ କୋରୋନା ସଂକ୍ରମଣ ଦ୍ୱିତୀୟ ଲହର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଗତ 24 ଘଣ୍ଟା ମଧ୍ୟରେ ପୁଣି 302 ଜଣ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା 13 ହଜାର 830ରେ ପହଞ୍ଚିଛି । ଅଧିକ ପଢନ୍ତୁ...

ନବରଙ୍ଗପୁରରୁ ଆଜି ପୁଣି 302 ନୂଆ ସଂକ୍ରମିତ ଚିହ୍ନଟ
ନବରଙ୍ଗପୁରରୁ ଆଜି ପୁଣି 302 ନୂଆ ସଂକ୍ରମିତ ଚିହ୍ନଟ

By

Published : May 11, 2021, 6:00 PM IST

ନବରଙ୍ଗପୁର: ଜିଲ୍ଲାରେ କୋରୋନା ସଂକ୍ରମଣ ଦ୍ୱିତୀୟ ଲହର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଗତ 24 ଘଣ୍ଟା ମଧ୍ୟରେ ପୁଣି 302 ଜଣ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା 13 ହଜାର 830ରେ ପହଞ୍ଚିଛି ।

ନବରଙ୍ଗପୁରରୁ ଆଜି ପୁଣି 302 ନୂଆ ସଂକ୍ରମିତ ଚିହ୍ନଟ

ମଙ୍ଗଳବାର ଚିହ୍ନଟ ହୋଇଥିବା 302 କୋରୋନା ଆକ୍ରାନ୍ତଙ୍କ ମଧ୍ୟରେ ଚନ୍ଦାହାଣ୍ଡି ବ୍ଲକରୁ 59 ଜଣ, ଝରିଗାଁ ବ୍ଲକରୁ 53 ଜଣ, ରାଇଘର ବ୍ଲକରୁ 45 ଜଣ, ଉମରକୋଟ ବ୍ଲକରୁ 42 ଜଣ, ଉମରକୋଟ ପୌରାଞ୍ଚଳରୁ 33 ଜଣ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ନବରଙ୍ଗପୁର ପୌରାଞ୍ଚଳରୁ 18 ଜଣ,ପାପଡାହାଣ୍ଡି ବ୍ଲକରୁ 15 ଜଣ, ଡାବୁଗାଁ ଓ କୋଷାଗୁମୁଡା ବ୍ଲକରୁ 10 ଜଣ ଲେଖାଏ, ଏବଂ ନନ୍ଦାହାଣ୍ଡି ବ୍ଲକରୁ 8 ଜଣ, ନବରଙ୍ଗପୁର ବ୍ଲକରୁ 6 ଜଣ ଓ ତେନ୍ତୁଳିଖୁଣ୍ଟି ବ୍ଲକରୁ 3 ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 2 ଲକ୍ଷ 52 ହଜାର 157 ଜଣଙ୍କର କୋରୋନା ଟେଷ୍ଟ ହୋଇଥିବା ବେଳେ 13 ହଜାର 830 ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ 10 ହଜାର 417 ଜଣ ସୁସ୍ଥ ହୋଇଛନ୍ତି, ଏବଂ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 3 ହଜାର 317 ଜଣ ସକ୍ରିୟ ଆକ୍ରାନ୍ତ ମଧ୍ୟରୁ 3 ହଜାର 158 ଜଣ ଦୋମଆଇସୋଲେସରେ ରହି ଚିକିତ୍ସିତ ହେଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details