ଓଡିଶା

odisha

ETV Bharat / state

ସ୍ବାସ୍ଥ୍ୟବୀମା କାର୍ଡ କରାଇଦେବା ନାଁରେ ଠକେଇ, ୪ ଯୁବକଙ୍କୁ ଧରି ପୋଲିସ ଜିମା ଦେଲେ ଗ୍ରାମବାସୀ - ସ୍ବାସ୍ଥ୍ୟବୀମା କାର୍ଡ କରାଇଦେବା ନାଁରେ ଠକେଇ, ୪ ଯୁବକଙ୍କୁ ଧରି ପୋଲିସ ଜିମା ଦେଲେ ଗ୍ରାମବାସୀ

ରାଇଘରରେ ସ୍ବାସ୍ଥ୍ୟବୀମା କାର୍ଡ଼ କରାଇଦେବା ନାଁରେ ଲୋକଙ୍କଠାରୁ ଟଙ୍କା ଆଦାୟ। ୪ ଯୁବକଙ୍କୁ ଅଟକ ରଖିବା ସହ ପୋଲିସର ଜିମା ଦେଲେ ଗ୍ରାମାବସୀ । ଅଧିକ ପଢନ୍ତୁ...

Fraud in the name of issuing health insurance cards in nabarangpur
ସ୍ବାସ୍ଥ୍ୟବୀମା କାର୍ଡ କରାଇଦେବା ନାଁରେ ଠକେଇ, ୪ ଯୁବକଙ୍କୁ ଧରି ପୋଲିସ ଜିମା ଦେଲେ ଗ୍ରାମବାସୀ

By

Published : Aug 28, 2021, 10:39 PM IST

ନବରଙ୍ଗପୁର: ସ୍ବାସ୍ଥ୍ୟବୀମା କାର୍ଡ଼ କରାଇଦେବା ନାଁରେ ଲୋକଙ୍କଠାରୁ ଟଙ୍କା ଆଦାୟ ଅଭିଯୋଗ। ଗ୍ରାମବାସୀ ୪ ଜଣ ଯୁବକଙ୍କୁ ଅଟକ ରଖିବା ସହ ପୋଲିସର ଜିମା ଦେଇଛନ୍ତି । ଏଭଳି ଘଟଣା ଘଟିଛି ନବରଙ୍ଗପୁର ରାଇଘର ବ୍ଲକ କେବିକଙ୍ଗା ( ଡି.ଏନ.କେ )ଗ୍ରାମରେ ।

ସ୍ବାସ୍ଥ୍ୟବୀମା କାର୍ଡ କରାଇଦେବା ନାଁରେ ଠକେଇ, ୪ ଯୁବକଙ୍କୁ ଧରି ପୋଲିସ ଜିମା ଦେଲେ ଗ୍ରାମବାସୀ

ସୂଚନା ଅନୁଯାୟୀ , କଟକସ୍ଥିତ ଦିବ୍ୟ ଦୃଷ୍ଟି ଗୃପ୍ ଅଫ କମ୍ପାନୀ ପକ୍ଷରୁ ରାଇଘର ବ୍ଲକର ବିଭିନ୍ନ ପଞ୍ଚାୟତରେ ୪ ଜଣ ଯୁବକ ପଞ୍ଚାୟତ ଅଫିସର ଭାବେ ନିଯୁକ୍ତ ହୋଇ ଗାଁ ଗାଁ ବୁଲି ସ୍ବାସ୍ଥ୍ୟ ବୀମା କାର୍ଡ଼ କରାଇଦେବା ନିମନ୍ତେ ଡକ୍ୟୁମେଣ୍ଟ ସଂଗ୍ରହ କରୁଥିଲେ । ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ଜଣକ ଏକ ସ୍ବାସ୍ଥ୍ୟ ବୀମା କାର୍ଡ଼ କରିବାକୁ ପଡ଼ିବ ବୋଲି କହି ସେମାନଙ୍କ ଠାରୁ ଆଧାର କାର୍ଡ, ପାନ କାର୍ଡ, ଭୋଟର କାର୍ଡ ଓ ଦୁଇଗୋଟି ପାସ୍‌ପୋର୍ଟ ଫଟୋ ସାଙ୍ଗକୁ ୩ଶହ ଟଙ୍କା ଆଦାୟ କରୁଥିଲେ । ଏହି ସଂସ୍ଥାର ୪ଜଣ ପଞ୍ଚାୟତ ଅଫିସର ଦୀପକ ଗଣ୍ଡ , ଅମରଚାନ୍ଦ ଗଣ୍ଡ , ରମେଶ ଗଣ୍ଡ , ଶ୍ରବଣ ଗଣ୍ଡ ବୁଲି ବୁଲି ସ୍ବାସ୍ଥ୍ୟବୀମା କାର୍ଡ଼ କରାଇବା ସମୟରେ କେବିକଙ୍ଗା ( ଡି.ଏନ.କେ ) ଗ୍ରାମର ଲୋକେ ସେମାନଙ୍କୁ ଅଟକ ରଖ୍ ସଂସ୍ଥା ବିଷୟରେ ପଚାରିବା ସହ ଜଣକ ପିଛା ୩ ଶହ ଟଙ୍କା ଆଦାୟ କରିବାର କାରଣ ପଚାରିଲେ । ଯୁବକଙ୍କ ଠାରୁ ସନ୍ତୋଷ ଜନକ ଉତ୍ତର ନ ମିଳିବାରୁ ଗ୍ରାମବାସୀ କୁନ୍ଦେଇ ପୋଲିସକୁ ଖବର ଦେଇଥିଲେ । କୁନ୍ଦୁଇ ଥାନା ଅଧିକାରୀ ପ୍ରସନ୍ନ କୁମାର ସେଠୀ ପହଞ୍ଚି ୪ ଯୁବକଙ୍କୁ ଥାନାକୁ ନେଇ ପଚରା ଉଚରା ଚଳାଇଛନ୍ତି ।

ଏକ ସପ୍ତାହ ଧରି ଉକ୍ତ ୪ ଯୁବକ ଗ୍ରାମକୁ ଗ୍ରାମ ବୁଲି ବୀମା କରେଇ ଦେବା ନାମରେ ଟଙ୍କା ଆଦାୟ କରୁଥିଲେ । ପ୍ରଥମେ ସେମାନେ ପରଚିପାରା ଡିଏନକେ ଗ୍ରାମକୁ ଯାଇ ୨୦ ଜଣଙ୍କ ଠାରୁ ୩୦୦ ଟଙ୍କା ଲେଖାଏଁ ଆଦାୟ କରିବା ପରେ କାଉଡୋଳା ଗ୍ରାମକୁ ଯାଇ ୧୨ଜଣଙ୍କ ନିକଟରୁ ଟଙ୍କା ଆଦାୟ କରିଥିଲେ । ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details