ଓଡିଶା

odisha

ETV Bharat / state

ଠକ ଦମ୍ପତି ଗିରଫ - chitipata' chet found company

‘ଚିଟି ପାଟା’ ନାମକ ଏକ ଚିଟପଣ୍ଡ ସଂସ୍ଥା ମାଧ୍ୟମରେ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ କରିଥିଲେ ଠକ ଦମ୍ପତି ବି. ମାଙ୍ଗା ଓ ତାଙ୍କ ସ୍ବାମୀ ବି. ଭେଙ୍କେଟ।

'ଚିଟି ପାଟା' ଚିଟ୍‌ଫଣ୍ଡ କମ୍ପାନୀର ଠକ ଦମ୍ପତି ଗିରଫ

By

Published : Oct 12, 2019, 2:29 PM IST

ନବରଙ୍ଗପୁର: ଠକ ଦମ୍ପତିଙ୍କୁ ଗିରଫ କରିଛି ଜିଲ୍ଲା ପୋଲିସ । ପ୍ରାୟ ୬୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଠକେଇ କରି ୨୦୧୭ ମସିହାରୁ ଫେରାର ଥିଲେ ସେମାନେ । ‘ଚିଟି ପାଟା’ ନାମକ ଏକ ଚିଟପଣ୍ଡ ସଂସ୍ଥା ମାଧ୍ୟମରେ ଜିଲ୍ଲାବାସୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ କରିଥିଲେ ଠକ ଦମ୍ପତି ବି. ମାଙ୍ଗା ଓ ତାଙ୍କ ସ୍ବାମୀ ବି. ଭେଙ୍କେଟ।

ସେମାନେ ସହରର ବିଭିନ୍ନ ଲୋକଙ୍କୁ ନେଇ ଏକ ୨୦ ଜଣିଆ ଗ୍ରୁପ ମାଧ୍ୟମରେ ଟଙ୍କା ଆଦାୟ କରୁଥିଲେ । ପ୍ରତି ମାସରେ ଗ୍ରୁପର ଜଣେ ସଦସ୍ୟଙ୍କୁ ଟଙ୍କା ପ୍ରଦାନ କରାଯାଉଥିଲା । ତେବେ ଏହିଭଳି ଚାଲୁଥିବା ସମୟରେ ୨୦୧୭ ମସିହାରେ ଗ୍ରୁପ ସଦସ୍ୟଙ୍କ ଠାରୁ ସମସ୍ତ ଟଙ୍କା ଆଦାୟ କରି ଦମ୍ପତ୍ତି ଦୁଇ ଜଣ ଫେରାର ହୋଇ ଯାଇ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଲୁଚି ରହିଥିଲେ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ନବରଙ୍ଗପୁର

ମାତ୍ର ଶୁକ୍ରବାର ଠକ ଦମ୍ପତ୍ତି ନବରଙ୍ଗପୁରକୁ କୌଣସି କାମରେ ଆସିଥିବା ବେଳେ, ଏହାର ସୁରାକ ପାଇ ଜିଲ୍ଲା ପୋଲିସ ସେମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲା । ଅନ୍ୟପଟେ ଗିରଫ ଠକ ଦମ୍ପତ୍ତିଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details