ନବରଙ୍ଗପୁର: ବନବିଭାଗର ନଜରବଳୟରେ ଝରିଗାଁ ରେଞ୍ଜ ପାନାବେଡା PRFର ଘୁମରମୁଣ୍ଡି ଜଙ୍ଗଲ । ଗୁରୁବାର ରାଜଧାନୀରୁ ଆସିଥିବା ବନ୍ୟଜନ୍ତୁ ବିଶେଷଜ୍ଞ ଦଳ ଏହି ଜଙ୍ଗଲ ତନାଘନା ବେଳେ 2 ଦେଶୀ ବନ୍ଧୁକ ସହ 4 ଶିକାରୀଙ୍କୁ ଧରିଛନ୍ତି ।
ଭିଡିଓ ସୌଜନ୍ୟ- ସମ୍ବାଦଦାତା, ନବରଙ୍ଗପୁର ଝରିଗାଁ ବନବିଭାଗ କବଜାର ଏବେ ଏହି 4 ବନ୍ୟଜନ୍ତୁ ଶିକାରୀ । ଅଟକଙ୍କ ମଧ୍ୟରେ ଚନ୍ଧାହାଣ୍ଡି ବ୍ଲକ କୁହୁଡ଼ି ଗ୍ରାମର ଅଭିକ୍ଷିତଭୁଞ୍ଜିଆ, ମନୋହରପୂଜାରୀ, ବିକ୍ରମ ଭୁଞ୍ଜିଆ ଓ ଗଜେନ୍ଦ୍ରସୁନା ଅଛନ୍ତି ।
ଏମାନେ ଗୁରୁବାର ନିଜ ଗାଁ ର ୧୫ ରୁ୨୦ ଜଣ ଜଣଙ୍କ ସହ ଶିକାର ପାଇଁ ପାନାବେଡ଼ା PRF, ଘୁମରମୁଣ୍ଡି ଜଙ୍ଗଲକୁ ଆସିଥିଲେ । ଅନ୍ୟପଟେ ଏହି ସମୟରେ ବନ୍ୟଜନ୍ତୁ ବିଶେଷଜ୍ଞ ଦଳ ଓ ଝରିଗାଁ ବନବିଭାଗ ମଧ୍ୟ ଜଙ୍ଗଲ ତର୍ଜମାରେ ଯାଇଥିଲେ । ଏଥିକି ବେଳେ ବିଭାଗ ହାବୁଡାରେ ଶିକାରୀମାନେ ପଡିଥିଲେ । ବନବିଭାଗ କର୍ମଚାରୀଙ୍କୁ ଦେଖି ଅନ୍ୟମାନେ ଫେରାର ହୋଇଯାଇଥିବା ବେଳେ ୪ ଜଣ ବିନା ଲାଇସେନ୍ସର ଦୁଇଟି ଦେଶୀ ବନ୍ଧୁକ ସହ ଧରାପଡିଛନ୍ତି ।
ତେବେ ଉକ୍ତ ସ୍ଥାନରେ କୌଣସି ଶିକାର ହୋଇନଥିବା ନେଇ ବିଭାଗୀୟ ଅଧିକାରୀ କହିଛନ୍ତି ।
ଫାଶ ପକାଇବା ସାମଗ୍ରୀ ଓ ଦୁଇଟି ଦେଶୀ ବନ୍ଧୁକକୁ ଜବତ କରି ଶିକାରୀଙ୍କୁ ଅଧିକ ପଚରା ଉଚାରା କରି ତଦନ୍ତ କରୁଥିବା କହିଛନ୍ତି ଝରିଗାଁ ବନ ବିଭାଗ ଅଧିକାରୀ ମୁକୁନ୍ଦଦିଶାରୀ ।
ନବରଙ୍ଗପୁରରୁ ତପନ କୁମାର ବିଶୋୟୀ, ଇଟିଭି ଭାରତ