ଓଡିଶା

odisha

ETV Bharat / state

ବନବିଭାଗର ଦାଦାଗିରି, ଜବରଦସ୍ତି କାଟିଲା ଧାନ ! - forest department cutting paddy of a farmer in nabarangpur

ଧାନ ପାଚିବା ପୂର୍ବରୁ ଚାଷୀର ଧାନ କାଟିନେଲା ଜଙ୍ଗଲ ସୁରକ୍ଷା କମିଟି । ଡାବୁଗାଁ ଥାନା ଆମ୍ବାଗୁଡା ଗ୍ରାମର ବଳଦେବ ବିଷୋୟୀଙ୍କ ଧାନ କାଟିନେଲେ ଏମାନେ । ଜଙ୍ଗଲ ଜମିରେ ଚାଷ କରିଥିବା ଅଭିଯୋଗ ଆଣି ବନବିଭାଗ କର୍ମଚାରୀଙ୍କ ନିର୍ଦ୍ଦେଶରେ ଜଙ୍ଗଲ ସୁରକ୍ଷା କମିଟିର ସଦସ୍ୟମାନେ ଧାନ କାଟି ନେଇଛନ୍ତି ।

ବନବିଭାଗର ଦାଦାଗିରି, ଜବରଦସ୍ତି କାଟିଲା ଧାନ !

By

Published : Nov 24, 2019, 11:19 PM IST

ନବରଙ୍ଗପୁର: ଧାନ ପାଚିବା ପୂର୍ବରୁ ଚାଷୀର ଧାନ କାଟିନେଲା ଜଙ୍ଗଲ ସୁରକ୍ଷା କମିଟି । ଡାବୁଗାଁ ଥାନା ଆମ୍ବାଗୁଡା ଗ୍ରାମର ବଳଦେବ ବିଷୋୟୀଙ୍କ ଧାନ କାଟିନେଲେ ଏମାନେ । ଜଙ୍ଗଲ ଜମିରେ ଚାଷ କରିଥିବା ଅଭିଯୋଗ ଆଣି ବନବିଭାଗ କର୍ମଚାରୀଙ୍କ ନିର୍ଦ୍ଦେଶରେ ଜଙ୍ଗଲ ସୁରକ୍ଷା କମିଟିର ସଦସ୍ୟମାନେ ଧାନ କାଟି ନେଇଛନ୍ତି । ଏନେଇ ଥାନାରେ ଉଭୟ ବନବିଭାଗ କର୍ମଚାରୀ ଓ ଜଙ୍ଗଲ ସୁରକ୍ଷା କମିଟିର ସଦସ୍ୟଙ୍କ ବିରୋଧରେ ବଳଦେବ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ବନବିଭାଗର ଦାଦାଗିରି, ଜବରଦସ୍ତି କାଟିଲା ଧାନ !

ତେବେ ତାଙ୍କ କଷ୍ଟ ଅର୍ଜିତ ଧାନ ତାଙ୍କୁ ନଫେରାଇଲେ ନିଜ ପରିବାର ସଦସ୍ୟଙ୍କ ସହ ସେ ଆତ୍ମହତ୍ୟା କରିବେ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି । ସୂଚନା ଅନୁସାରେ, ପ୍ରାୟ 35 ବର୍ଷ ହେବ ଜଙ୍ଗଲ ଜମିରେ ଚାଷ କରି ନିଜ ପରିବାର ପ୍ରତିପୋଷଣ କରନ୍ତି ବଳଦେବ । କିଛିଦିନ ହେବ ବନବିଭାଗ କର୍ମଚାରୀ ଏବଂ ଜଙ୍ଗଲ ସୁରକ୍ଷା କମିଟି ବଳଦେବକୁ ସେହି ଜମି ଛାଡିବାକୁ କହିଥିଲେ । କିନ୍ତୁ ବଳଦେବ ଜମି ଛାଡିବାକୁ ମନା କରିବା ସହ, ଜମି ଛାଡିଲେ ମୋ ପରିବାରକୁ କେମିତି ପୋଷିବି ବୋଲି କହିଥିଲେ । ହେଲେ ଏଥିରେ ଉତ୍‌କ୍ଷିପ୍ତ ହୋଇ ବନବିଭାଗ କର୍ମଚାରୀଙ୍କ ନିର୍ଦ୍ଦେଶରେ ଜଙ୍ଗଲ ସୁରକ୍ଷା କମିଟି ସଦସ୍ୟ ଏପରି କରିଥିବା କୁହାଯାଉଛି ।

ସେପଟେ ଏହି ଘଟଣାକୁ ନେଇ ଓଡିଶା କୃଷକ ଶୋଭାର ଜିଲ୍ଲା ଆବାହକ ତୀବ୍ର ନିନ୍ଦା କରିବା ସହ ଉକ୍ତ ଚାଷୀର ଫସଲ ନ ଫେରାଇଲେ ରାଜରାସ୍ତାକୁ ଓହ୍ଲେଇବେ ବୋଲି ଚେତାବନୀ ଦେଇଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details