ନବରଙ୍ଗପୁର : ଜଙ୍ଗଲ ସୁରକ୍ଷା ପାଇଁ ବନ ବିଭାଗର ନିଆରା ପ୍ରୟାସ । ନାଚଗୀତ ମାଧ୍ୟମରେ ଲୋକଙ୍କୁ କରାଯ।ଉଛି ସଚେତନତା । ରାଇଘର ଦୁଗଲିପାରା ଗାଁରେ ଫରେଷ୍ଟ ଗାର୍ଡ ଭୁବନେଶ ପୂଜାରୀ ଜଙ୍ଗଲରେ ନିଆଁ ନ ଲଗାଇବା ଓ ଗଛ ନ କାଟିବା ନେଇ ନାଚ ମାଧ୍ୟମରେ ଲୋକଙ୍କୁ ସଚେତନ କରାଇଥିଲେ ।
ଜଙ୍ଗଲ ସୁରକ୍ଷା ପାଇଁ ନିଆରା ପ୍ରୟାସ, ନାଚ ମାଧ୍ୟମରେ କରାଯାଉଛି ସଚେତନତା - ନବରଙ୍ଗପୁର ଖବର
ଜଙ୍ଗଲ ସୁରକ୍ଷା ପାଇଁ ବନ ବିଭାଗର ନିଆରା ପ୍ରୟାସ । ନାଚ ମାଧ୍ୟମରେ କରାଯାଉଛି ସଚେତନତା । ସଭାସମିତିରେ ଲୋକଙ୍କୁ ଦିଆଯାଉଛି ବାର୍ତ୍ତା । ଅଧିକ ପଢନ୍ତୁ...
ଜଙ୍ଗଲ ସୁରକ୍ଷା ପାଇଁ ନିଆରା ପ୍ରୟାସ, ନାଚ ମାଧ୍ୟମରେ କରାଯାଉଛି ସଚେତନତା
ଜଙ୍ଗଲ ସୁରକ୍ଷା ନେଇ ବିଭାଗ ପକ୍ଷରୁ ବିଭିନ୍ନ କମିଟି ଗଠନ କରାଯାଇଛି । ରାଇଘର ରେଞ୍ଜର ସୁକୁମାର ଦୁକୁ ଓ ତାଙ୍କ ଏକ ଟିମ ଗାଁ ଗାଁ ବୁଲି ବିଭିନ୍ନ ସଭା କରି ଲୋକଙ୍କୁ ବୁଝାଉଛନ୍ତି। ଏହାସହ ରାଲି କରି ବିଭିନ୍ନ ସଚେତନତା ବାର୍ତ୍ତା ମଧ୍ୟ ଲୋକଙ୍କୁ ଦେଉଛନ୍ତି । ଶତାଧିକ ଲୋକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ନବରଙ୍ଗପୁରରୁ ତପନ ବିଷୋୟୀ,ଇଟିଭି ଭାରତ