ଓଡିଶା

odisha

ETV Bharat / state

ଜବରଦସ୍ତ ବିବାହ ଉଦ୍ୟମ ଭିଡିଓ ଭାଇରାଲ ଘଟଣା, ଥାନାର ଦ୍ବାରସ୍ଥ ହେଲେ ପୀଡିତା - Nabarangpur

ରାଇଘର ଥାନା ଅଞ୍ଚଳରେ ଜବରଦସ୍ତ ବିବାହ ଉଦ୍ୟମ ଭିଡିଓ ଭାଇରାଲ ଘଟଣା । ଥାନାରେ ଅଭିଯୋଗ କଲେ ପୀଡିତା । ନ୍ୟାୟ ନ ମିଳିଲେ ପୀଡିତାଙ୍କ ଆତ୍ମହତ୍ୟା ଧମକ । ଅଧିକ ପଢନ୍ତୁ...

forcefully marriage video viral in nabarangpur
ଜବରଦସ୍ତ ବିବାହ ଭିଡିଓ ଭାଇରାଲ ଘଟଣା, ଥାନାରେ ଅଭିଯୋଗ କଲେ ପୀଡିତା

By

Published : Nov 10, 2021, 9:00 PM IST

ନବରଙ୍ଗପୁର: ଜବରଦସ୍ତି ବିବାହ ଉଦ୍ୟମ ଭିଡିଓ ଭାଇରାଲ ଘଟଣା । ଥାନାରେ ଅଭିଯୋଗ କଲେ ପୀଡିତା । ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ପୁଅ ଝିଅକୁ ଜବରଦସ୍ତ ବିବାହ ଉଦ୍ୟମ ଭିଡିଓ । ଏତିକିରେ ମନ ଭରିଲା ନାହିଁ, ଗାଁର ଯୁବକମାନେ ପୀଡିତାଙ୍କୁ ଅସଦାଚରଣ କରିଥିଲେ । ଏଭଳି ଲଜ୍ଜାଜନକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ସୋନପୁର DNK ଗ୍ରାମରେ।

ସୂଚନା ଅନୁଯାୟୀ ରାଇଘର ଥାନା ଅଞ୍ଚଳର ଜଣେ ବ୍ୟକ୍ତି ନିଜର ସାନ ଝିଅକୁ ବାହା କରାଇଥିଲେ ସୋନପୁର DNK ଗ୍ରାମରେ । ସେହି ଗ୍ରାମରେ ତାଙ୍କ ବଡ ଝିଅ ନିଜ ଭଉଣୀର ଶ୍ବଶୁର ଘରକୁ ବୁଲିବା ପାଇଁ ଆସିଥିଲା । ତେବେ ଗ୍ରାମର ଗୋଟେ ପୁଅ ସହ ଝିଅ ରାତିରେ କଥାବାର୍ତ୍ତା କରିବା ବେଳେ ସେହି ଗ୍ରାମର କିଛି ଯୁବକ ମିଶି ଜୋରଜବରଦସ୍ତ ପୁଅ ଝିଅକୁ ବନ୍ଦ କୋଠରୀରେ ଅଟକ ରଖିଥିଲେ। ଝିଅକୁ ଅସଦାଚରଣ କରିଥିଲେ । ଏହା ସହ ଦୁଇ ଜଣଙ୍କ ଭିଡିଓ ଭାଇରଲ କରିଥିଲେ। ଝିଅ କାନ୍ଦି କାନ୍ଦି କାକୁତି ମିନତି ହେବା ସତ୍ତ୍ୱେ ଝିଅକୁ ଛାଡିନଥିଲେ। ଜୋର୍ ଜବରଦସ୍ତ ଦୁଇଜଣଙ୍କୁ ବାହା ଘର କରିବା ପାଇଁ ଚେଷ୍ଟା କରିଥିଲେ । ଏହି ଖବର ଜାଣିବା ପରେ ଝିଅର ବାପା ସୋନପୁର ଗ୍ରାମକୁ ଝିଅକୁ ଆଣିଯିବାରୁ ଝିଅର ବାପାକୁ ଗ୍ରାମର କମିଟିର ସଦସ୍ୟ ମାନେ ମାଡ ମାରିଥିଲେ।

ଶେଷରେ ନ୍ୟାୟ ପାଇଁ ଝିଅ ରାଇଘର ଥାନାର ଦ୍ବାରସ୍ଥ ହୋଇଛି ଏବଂ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣାରେ ନ୍ୟାୟ ନ ମିଳିଲେ ପୀଡିତା ଆତ୍ମହତ୍ୟା କରିବେ ବୋଲି କହିଛନ୍ତି । ସେପଟେ ଏନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details