ଓଡିଶା

odisha

ETV Bharat / state

କୋଷାଗୁମୁଡାରେ ବନ୍ୟା ପରିସ୍ଥିତି, ୭ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ - flood situation in Kosagumuda

ନବରଙ୍ଗପୁର ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଇନ୍ଦ୍ରାବତୀ ଓ ଭାଷ୍କେଲ ନଦୀର ଜଳସ୍ତର ବିପଦସଙ୍କୁଳ ସ୍ଥିତିରେ। ବନ୍ୟା ଜଳ ପ୍ରବାହିତ ହୋଇ ତଳମୁଣ୍ଡରେ ଥିବା କୋଷାଗୁମୁଡା ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅଧିକ ପଢନ୍ତୁ...

କୋଷାଗୁମୁଡାରେ ବନ୍ୟା ପରିସ୍ଥିତି, ୭ ଗାଁକୁ ଯୋଗାଯୋଗ ବିଛିନ୍ନ
କୋଷାଗୁମୁଡାରେ ବନ୍ୟା ପରିସ୍ଥିତି, ୭ ଗାଁକୁ ଯୋଗାଯୋଗ ବିଛିନ୍ନ

By

Published : Aug 21, 2020, 10:53 AM IST

ନବରଙ୍ଗପୁର: ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଇନ୍ଦ୍ରାବତୀ ଓ ଭାଷ୍କେଲ ନଦୀରେ ଜଳସ୍ତର ବିପଦସଙ୍କୁଳ ସ୍ଥିତିରେ। ବନ୍ୟା ଜଳ ପ୍ରବାହିତ ହୋଇ ତଳମୁଣ୍ଡରେ ଥିବା କୋଷାଗୁମୁଡା ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଇନ୍ଦ୍ରାବତୀ ନଦୀରେ ବନ୍ୟା ଜଳ ଚିରମା ନିକଟକୁ ପ୍ରବେଶ କରିବା ପରେ ରାସ୍ତା ଉପରେ ବନ୍ୟା ପାଣି ପ୍ରବାହିତ ହୋଇଛି।

ଯାହା ଫଳରେ ଚିରମା ଗାଁ ଠାରୁ ଦୁଗଲାହାଣ୍ଡି, ଜାଗିନିଗୁଡା, ଆସଙ୍ଗା, ପୋକଡିସେମଲା ଆଦି ଅଞ୍ଚଳର ୭ ଖଣ୍ଡ ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। କେବଳ ଯୋଗାଯୋଗ ବିଚ୍ଛିନ୍ନ ହୋଇନି ଉକ୍ତ ଗାଁ ଚାରିପଟେ ବନ୍ୟା ପାଣି ଆସିବା ଫଳରେ ଶହ ଶହ ଏକର ଚାଷ ଜମିରେ ବନ୍ୟା ପାଣି ମାଡି ଫସଲ ନଷ୍ଟର ଆଶଙ୍କା ଦେଖାଦେଇଛି।

କୋଷାଗୁମୁଡାରେ ବନ୍ୟା ପରିସ୍ଥିତି, ୭ ଗାଁକୁ ଯୋଗାଯୋଗ ବିଛିନ୍ନ

ସେହିପରି ଭାବେ ଭାଷ୍କେଲ ନଦୀ ରେ ବନ୍ୟା ପାଣି କୁଳ ଲଙ୍ଘି ପ୍ରବାହିତ ହେବା ଫଳରେ ଉକିଆପଲ୍ଲି, ବୋରଗାଁ, ବିଞ୍ଜିଲି ଓ ବି.ଏମ.ସେମଲା ପଞ୍ଚାୟତର ସମସ୍ତ ଗାଁ ଚାରିପଟେ ବନ୍ୟା ପାଣି ଘେରି ରହିଛି। ଯାତାୟତରେ ବାଧା ସୃଷ୍ଟି ସହ ଶହ ଶହ ହେକ୍ଟର ଚାଷ ଜମି ବନ୍ୟା ପାଣି ଘେର ମଧ୍ୟରେ ରହିଛି ।

ଗତକାଲି ଦିନ ସମୟରେ ବର୍ଷାର ପରିମାଣ କମ ରହିଥିବାରୁ ସଂଧ୍ୟା ସମୟରେ ବନ୍ୟା ପାଣି କମିବାରେ ଲାଗିଛି। ଏ ପର୍ଯ୍ୟନ୍ତ କୌଣସି ଗ୍ରାମବାସୀଙ୍କୁ ଆଶ୍ରୟ ସ୍ଥଳୀକୁ ଅଣାଯାଇ ନାହିଁ। ଯଦି ଆଜି ପୁଣି ପ୍ରବଳ ବର୍ଷା ହୁଏ ଗ୍ରାମବାସୀଙ୍କୁ ଅସ୍ଥାୟୀ ଆଶ୍ରୟ ସ୍ଥଳୀକୁ ଅଣ‌ାଯିବ ବୋଲି କୋଡିଗାଁ ତହସିଲଦାର ସହଦେବ କୁଟ୍ରୁକା‌ କହିଛନ୍ତି।

କୋଷାଗୁମୁଡାରେ ବନ୍ୟା ପରିସ୍ଥିତି, ୭ ଗାଁକୁ ଯୋଗାଯୋଗ ବିଛିନ୍ନ

ନବରଙ୍ଗପୁର ଜିଲ୍ଲାରେ ଚଳିତ ବର୍ଷର ସର୍ବାଧିକ ପରିମାଣର ବର୍ଷା ରେକର୍ଡ ହୋଇଛି। ଗୋଟିଏ ଦିନରେ ଜିଲ୍ଲାରେ ୧୩୦୫ ମିମି ବ‌ର୍ଷା ରେକର୍ଡ ହୋଇଛି। ଇନ୍ଦ୍ରାବତୀ ଡ୍ୟାମ ଅବବାହିକା ଅଞ୍ଚଳରେ ୧୯୩.୪୦ ମିମି ବର୍ଷା ହୋଇଛି। ଆଜି ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୩୪.୯୦ ମିଟର ରହିଛି। ଗତ ବର୍ଷ ଆଜିର ଦିନରେ ଜଳଭଣ୍ଡାରରେ ଜଳସ୍ତର ୬୪୦.୨୬ ମିଟର ରହିଥିଲା।

ସେପଟେମ୍ବର ୧ ତାରିଖ ସୁଦ୍ଧା ଜଳଭଣ୍ଡାରର କ୍ଷମତା ୬୪୦ ମିଟର ରହିବା ଦରକାର। ଯଦି ଇନ୍ଦ୍ରାବତୀ ଡ୍ୟାମର ଉପରମୁଣ୍ଡରେ ବର୍ଷା ବଢ଼େ ତେବେ ଡ୍ୟାମର ଜଳସ୍ତର ବଢ଼ିବ ବୋଲି କୁହାଯାଇଛି। ତେଣୁ ଶୁକ୍ରବାର ବର୍ଷାର ପରିମାଣ ବଢ଼ିଲେ ନବରଙ୍ଗପୁର ଜିଲ୍ଲାର ଇନ୍ଦ୍ରାବତୀ ଓ ଭାଷ୍କେଲ ନଦୀ ତଟରେ ଥିବା କୋଷାଗୁମୁଡା ଓ ନବରଙ୍ଗପୁର ବ୍ଲକର ଗ୍ରାମ ଗୁଡିକ ପାଇଁ ବିପଦ ବଢ଼ିବାର ସମ୍ଭାବନା ରହିଛି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details