ଓଡିଶା

odisha

ETV Bharat / state

ଦାଦନ ଯାତ୍ରା ହେଲା ଶେଷ ଯାତ୍ରା, ସଡ଼କ ଦୁର୍ଘଟଣାରେ ପାଞ୍ଚ ମୃତ

ଦାଦନ ଯାତ୍ରା ହେଲା ଶେଷ ଯାତ୍ରା । ପେଟ ପୋଷିବା ପାଇଁ ଯାଇଥିଲେ । ହେଲେ ଫେରିଲା ମୃତଦେହ । ଅଧିକ ପଢ଼ନ୍ତୁ

By

Published : Jun 14, 2022, 10:26 PM IST

ଦାଦନ ଯାତ୍ରା ହେଲା ଶେଷ ଯାତ୍ରା, ସଡ଼କ ଦୁର୍ଘଟଣାରେ ପାଞ୍ଚ ମୃତ
ଦାଦନ ଯାତ୍ରା ହେଲା ଶେଷ ଯାତ୍ରା, ସଡ଼କ ଦୁର୍ଘଟଣାରେ ପାଞ୍ଚ ମୃତ

ନବରଙ୍ଗପୁର : ପରିବାର ବୋଝକୁ ମୁଣ୍ଡରେ ମୁଣ୍ଡାଇ ପରିବାର ସଦସ୍ୟଙ୍କ ପାଟିକୁ ଟିକେ ଦାନା ପେଟକୁ ଚାଖଣ୍ଡେ କନା ଦେବାପାଇଁ ଦାଦନ ଖଟିବାକୁ ଯାଉଥିଲେ ରାଜ୍ୟ ବାହାରକୁ । ହେଲେ କିଏ ଜାଣିଥିଲା ଯେ ଏହି ଯାତ୍ରା ତାଙ୍କ ପାଇଁ ହେବ ଶେଷ ଯାତ୍ରା । ଦାଦନ ପାଇଁ ଯିବା ସମୟରେ ଘଟିଥିବା ଅଘଟଣକୁ ନେଇ ଆଜି ନିସ୍ତବ୍ଧ ହୋଇ ପଡିଛି ନବରଙ୍ଗପୁର ଜିଲ୍ଲା । ବୋଡୁଗୁଦେମ୍ ନିକଟରେ ବସ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ନବରଙ୍ଗପୁର ଜିଲ୍ଲାର ଦୁଇ ଭାଇ, ଭଉଣୀ, ଶିଶୁ ଓ ଜଣେ ଶ୍ରମିକଙ୍କ ମୃତଦେହ ଆସି ପହଞ୍ଚିଛି ।

ଦାଦନ ଯାତ୍ରା ହେଲା ଶେଷ ଯାତ୍ରା, ସଡ଼କ ଦୁର୍ଘଟଣାରେ ପାଞ୍ଚ ମୃତ

ଏଠାରେ ସୁଚନା ଯୋଗ୍ୟଯେ ଗତକାଲି ଭବାନୀପାଟଣାରୁ ବିଜେୱାଡା ଅଭିମୁଖେ ଯାଉଥିବା ବସଟି ଆନ୍ଧ୍ରପ୍ରଦେଶ ସୀମାନ୍ତ ଚିନ୍ତୁର ଥାନା ଅନ୍ତର୍ଗତ ବୋଡୁଗୁଦେମ୍ ନିକଟରେ ଓଲଟି ପଡିଥିଲା । ସେଥିରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ଜଣ ଆହତ ହୋଇଥିଲେ । ମୃତକ ମାନଙ୍କ ମଧ୍ୟରେ ନବରଙ୍ଗପୁର ଜିଲ୍ଲାର ୩ଜଣ ଥିଲେ ।

ସୂଚନାନୁସାରେ ନବରଙ୍ଗପୁର ବ୍ଲକ ବଡ଼ ମସିଗାଁ ପଞ୍ଚାୟତ ଅନ୍ତର୍ଗତ ଭାଟିଗୁଡା ଗାଁର ଡ଼ୁମର ହରିଜନ(୩୭)ଙ୍କ ପରିବାର କହିଲେ ସ୍ତ୍ରୀ, ଦୁଇ ଝିଅ ଗୋଟିଏ ପୁଅ ଓ ବୁଢ଼ୀ ମା'l ଘରେ ବୁଢ଼ୀ ମା' ଓ ବଡ଼ ପୁଅକୁ ଛାଡି ସ୍ତ୍ରୀ ଓ ଦୁଇ କୁନି ଝିଅକୁ ନେଇଯାଉଥିଲେ ଦାଦନ ଖଟିବାକୁ ତେଲେଙ୍ଗାନା l ହେଲେ ଯିବା ବେଳେ ବାଟରେ ବସ୍ ଦୁର୍ଘଟଣା ହୋଇ ଘଟଣା ସ୍ଥଳରେ ଡ଼ୁମରଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଓ ଦୁଇ ଝିଅକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଇଥିଲେ l

ପରେ ମେଡିକାଲ କର୍ତ୍ତୃପକ୍ଷ ମୃତଦେହକୁ ବ୍ୟବଛେଦ କରି ଘରେ ଆଣି ପହଞ୍ଚାଇ ଦେଇଛନ୍ତି ସତ କିନ୍ତୁ ଏଯାବତ ପହଞ୍ଚି ପାରିନାହାନ୍ତି ସ୍ତ୍ରୀ ଛୁଆ ପିଲା l ସେମାନେ କେଉଁଠାରେ ଅଛନ୍ତି ସେ ଖବର ମଧ୍ୟ କାହା ପାଖରେ ନାହିଁ l

ଏପଟେ ଘରେ ମୁରବିର ମୃତଦେହ ପହଁଞ୍ଚିଲା ପରେ କାନ୍ଦ ବୋବାଳିରେ ଫାଟି ପଡୁଛି ପୁରା ଗାଁ l ତେବେ ଜିଲ୍ଲା ପ୍ରଶାସନ କି ପୋଲିସ ପାଖରେ ମଧ୍ୟ କୌଣସି ଖବର ନଥିବା ବେଳେ ଏନେଇ କେହି ମଧ୍ୟ ମୁହଁ ଖୋଲୁ ନାହାନ୍ତି l

ସେହିପରି ତେନ୍ତୁଳୀଖୁଣ୍ଟି ବ୍ଲକ ଲମତାଗୁଡା ପଞ୍ଚାୟତ କହ୍ନେଇମୁଣ୍ଡା ଗାଁର ଦୁଇ ଭାଇ ଭଉଣୀଙ୍କ ନିଷ୍ପାପ ଜୀବନ ଚାଲି ଯାଇଛି ଏହି ଦୁର୍ଘଟଣାରେ । ଗାଁର ଜିତୁ ହରିଜନ(୫) ଓ ସୁନେନା ହରିଜନ(୨) ଏହି ଦୁଇ ଭାଇ ଭଉଣୀ ବାପା ମା'ଙ୍କ ସହ ଯାଉଥିଲେ ବିଜୟୱାଡା ।

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details