ନବରଙ୍ଗପୁର: ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପାତ୍ରପୁଟଠାରେ ଓଡିଶାରେ ପ୍ରଥମ ଥର ପାଇଁ ପବନ ଏବଂ ସୌର ଶକ୍ତିର ଅତ୍ୟାଧୁନିକ ଜଳ ଉତ୍ତୋଳନ ପ୍ରକଳ୍ପର ଉଦଘାଟନ ହୋଇଛି । ଏହାକୁ ଉଦଘାଟନ କରିଛନ୍ତି ସାଂସଦ ରମେଶ ଚନ୍ଦ୍ର ମାଝୀ ।
ପବନ ଏବଂ ସୌର ଶକ୍ତି ପ୍ରକଳ୍ପ ଏହି ପ୍ରକଳ୍ପ ଦ୍ବାରା ଦିନ ବେଳା ସୌର ଶକ୍ତି ଏବଂ ରାତ୍ର ସମୟରେ ବାୟୁ ଦ୍ବାରା ବର୍ଷ ତମାମ ଜଳ ଉତ୍ତୋଳନ କରିବାର ଏକ ଶକ୍ତଶାଳୀ ପ୍ରକଳ୍ପ ବୋଲି ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିବା ବୈଜ୍ଞାନିକ ମତ ରଖିଛନ୍ତି । ଏହି ପ୍ରକଳ୍ପ ଦ୍ବାରା ଚାଷୀ ଆଉ ବର୍ଷା ଉପରେ ନିର୍ଭର କରିବ ନାହିଁ । ଏହି ପ୍ରକଳ୍ପ ସ୍ୱଳ୍ପ ଭରଣପୋଷଣ ଉଚ୍ଚସମ୍ପର୍ଣ ଏବଂ ସ୍ୱଳ୍ପ ସ୍ଥାନରେ ଅତ୍ୟାବଶ୍ୟକ ପ୍ରକଳ୍ପ ଯାହାକି ବ୍ୟବହାରର ଏକ ସ୍ୱତନ୍ତ ବୈଶିଷ୍ଟ୍ୟ ରହିଛି ।
ଏହି ପ୍ରକଳ୍ପ ଭୁବନେଶ୍ୱରର ଏକ ସଂସ୍ଥା ସରଞ୍ଜାମ ଯୋଗାଇଥିବା ବେଳେ କୃଷି ଏବଂ କୃଷକ ଯୋଗାଣ ସଂସ୍ଥା ଦ୍ୱାରା ଏଠାରେ ସ୍ଥାପନ କରାଯାଇଛି । ଏହି ଜଳ ଉତ୍ତୋଳନ ଭୂତଳ ଜଳସ୍ତର ନିରୂପଣ କରି ଆପେ ଆପେ ବନ୍ଦ ହେଇପାରିବ । ଏହି ପ୍ରକଳ୍ପର ଉଦଘାଟନ ସମୟରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ,ନବରଙ୍ଗପୁର ଜିଲ୍ଲାପାଳ ଡ଼ ଅଜିତ କୁମାର ମିଶ୍ର ,ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ରମାକାନ୍ତ ନାୟକ ,ପରିଚାଳକ ଯନ୍ତ୍ରୀ ଜଗନ୍ନାଥ ତ୍ରିପାଠୀ ,ବୈଜ୍ଞାନିକ ଶ୍ରୀ ସତ୍ୟଜିତ ରଥ , ମୁଖ୍ୟ ବୈଜ୍ଞାନିକ ସ୍ନେହାସୀସ ବେହେରା ଗୋଷ୍ଠି ଉନ୍ନୟନ ଅଧିକାରୀ ପଦ୍ମନାଭ ତ୍ରିପାଠୀ ପ୍ରମୁଖ ଉପାସ୍ଥିତ ଥିଲେ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ,ଇଟିଭି ଭାରତ