ନବରଙ୍ଗପୁର:ବ୍ରିଜ ନିର୍ମାଣବେଳେ ହଠାତ ମାଡି ଆସିଲା ପାଣି । ପାଣି ଗର୍ଭରେ ଫସି ରହିଗଲେ ଶ୍ରମିକ । ପାଣି ଘେରରୁ ୧୨ ଜଣ ଶ୍ରମିକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର କୋଷଗୁମୁଡ଼ା ବ୍ଲକର ଚିର୍ମା ଗ୍ରାମରେ । ସୂଚନା ଅନୁସାରେ, ଚିର୍ମା ଗ୍ରାମ ଠାରେ ଗ୍ରାମ୍ୟ ନିର୍ମାଣ ବିଭାଜନ ବିଭାଗ ଦ୍ଵାରା ନିର୍ମାଣାଧୀନ ବ୍ରିଜରେ କାର୍ଯ୍ୟ ଚାଲୁରହିଥିବା ସମୟରେ ହଠାତ ପାଣି ମାଡିଆସିବାରୁ ୧୨ ଜଣ ଶ୍ରମିକ ପାଣି ଘେର ମଧ୍ୟରେ ରହି ଯାଇଥିଲେ ।
ଭରା ନଦୀରେ ଫସିଲେ ଶ୍ରମିକ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ - ବ୍ରିଜ ନିର୍ମାଣ ବେଳେ ହଟାତ ମାଡି ଆସିଲା ପାଣି
ନବରଙ୍ଗପୁର ଜିଲ୍ଲାର ଚିର୍ମା ଗ୍ରାମରେ ନିର୍ମାଣାଧୀନ ବ୍ରିଜରେ କାର୍ଯ୍ୟ ଚାଲୁ ରହିଥିବାବେଳେ, ପାଣି ମାଡି ଆସିବାରୁ ଫସି ରହିଥିଲେ ଶ୍ରମିକ । ଖବରପାଇ ସୁରକ୍ଷିତ ଭାବେ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ଅଧିକ ପଢନ୍ତୁ
ଭରା ନଦୀରେ ଫସିଲେ ଶ୍ରମିକ
ଖବରପାଇ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତୁରନ୍ତ ନବରଙ୍ଗପୁର ଏବଂ କୋଷାଗୁମୁଡ଼ା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବରପାଇ ଅଗ୍ନିଶମ ବାହିନୀ ସୁରକ୍ଷିତ ଭାବେ ୧୨ ଡଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ।
ଇଟିଭି ଭାରତ, ନବରଙ୍ଗପୁର