ନବରଙ୍ଗପୁର: ଆଖୁ ଜମିରେ ଭୟାବହ ଅଗ୍ନିକାଣ୍ଡ । ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଝାଡସେମଳା ଗ୍ରାମର ଆଖୁ ବାଡିରେ ହଠାତ୍ ନିଆଁ ଲାଗି ପ୍ରାୟ ୧୩ ଏକର ଆଖୁ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଝାଡସେମଳା ଗ୍ରାମର ଲଛମନ ଭତରା , ବଳିରାମ ଭତରା, ପୂର୍ଣ୍ଣଚନ୍ଦ୍ର ଭତରା, ଯଦୁ ରନ୍ଧାରୀ, ବକୁଳ ଭତରା ଓ ଡମୁ ଭତରା ,ଲକି ଗୌଡ଼, ତ୍ରିନାଥ ପୂଜାରୀ, ସଦନ ଭତରା ଓ ସୁଦୁ ଭତରା ମିଶି ମୋଟ ୧୩ ଏକର ଆଖୁଫସଲ ଚାଷ କରିଥିଲେ ।
ଆଖୁ ଜମିରେ ଭୟାବହ ଅଗ୍ନିକାଣ୍ଡ, ପ୍ରାୟ ୧୦ ଲକ୍ଷ ଟଙ୍କାର ଆଖୁ ନଷ୍ଟ - ire in sugarcane lands
ଆଖୁ ଜମିରେ ଭୟାବହ ଅଗ୍ନିକାଣ୍ଡ । ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଝାଡସେମଳା ଗ୍ରାମର ଆଖୁ କିଆରିରେ ହଠାତ୍ ନିଆଁ ଲାଗି ପ୍ରାୟ ୧୩ ଏକର ଆଖୁ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

ଆଉ କିଛି ଦିନ ପରେ ଆଖୁରୁ ଗୁଡ କରି ବିକ୍ରି ପାଇଁ ପ୍ରସ୍ତୁତି ଆରମ୍ଭ କରିଥାନ୍ତେ । କିନ୍ତୁ କୌଣସି କାରଣରୁ ଆଖୁଫସଲରେ ହଠାତ୍ ନିଆଁ ଲାଗିଯାଇଥିଲା । କିନ୍ତୁ ନିଆଁର ମାତ୍ରା ଏତେ ଜୋରରେ ଥିଲା ଯେ, ଯାହାକୁ ଆୟତ କରିବା ଲୋକଙ୍କ ପକ୍ଷେ ସମ୍ଭବ ନଥିଲା । ଶେଷରେ କୋଷାଗୁମୁଡା ଅଗ୍ନିଶମ କେନ୍ଦ୍ରକୁ ଫୋନ କରିଥିଲେ ସୁଦ୍ଧା ଦମକଳ ବାହିନୀ ପହଞ୍ଚିବା ବେଳକୁ ଆଖୁଫସଲ ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଥିଲା । ୧୩ ଏକରରେ ପ୍ରାୟ ୧୦ ଲକ୍ଷ ଟଙ୍କାର ଆଖୁ ନଷ୍ଟ ହୋଇଥିବା ଜଣାପଡିଛି । ଏଣୁ ପ୍ରଶାସନ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରଙ୍କ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟି, ଇଟିଭି ଭାରତ