ନବରଙ୍ଗପୁର: ଉମରକୋଟ ବ୍ଲକର ଚଢ଼େଇଗୁଡ଼ା ଠାରେ ଧାନ ଗଦାରେ ଅଗ୍ନିକାଣ୍ଡ । ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ ସ୍କୁଲ ପିଲା ।
ସୂଚନାମୁତାବକ, ବିଦ୍ୟାଳୟର ଠିକ ସାମ୍ନାରେ ଏକ ଧାନ ଗଦା ଥିଲା । କେଉଁ କାରଣରୁ ହଠାତ ଧାନ ଗଦାରେ ନିଆଁ ଲାଗିଯାଇଥିଲା । ଆଉ ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲାଯେ, ପାଖରେ ଥିବା ଅନ୍ୟ 10ଟି ଗଦାରେ ନିଆଁ ବ୍ୟାପିଯାଇଥିଲା । ଲୋକଙ୍କ ପାଟି ତୁଣ୍ଡ ଶୁଣି ସ୍ଥାନୀୟ ସ୍କୁଲର ପିଲାମାନେ ଦୌଡିଆସି ଲୋକଙ୍କ ସହ ମିଶି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ଘଟଣାର ଖବର ପାଇ ଧାନ ଗଦା ମାଲିକ ପହଞ୍ଚି ଦମକଳ ବାହିନୀକୁ ଖବର ଦେଇଥିଲେ । ଖବରପାଇ ଦମକଳ ଗାଡି ଆସି ନିଆଁ ଉପରେ କାବୁ କରିଥିଲା ।