ନବରଙ୍ଗପୁର: ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ନିଜ ଜମିରେ ଧାର କରଜ କରି ଧାନ ଚାଷ କରିଥିଲେ 4ଜଣ ଚାଷୀ l ବେଶ୍ ଭଲ ଫସଲ ବି ହୋଇଥିଲା । ଅମଳ କରି ଖଳାରେ ମାଡିଥିଲେ ପ୍ରାୟ 12-13 ଟି ଧାନ ଗଦା । ହେଲେ ହଠାତ୍ କାଳ ଆସିବା ପରି, 5ଟି ଧନା ଗଦାରେ ଲାଗି ଗଲା ନିଆଁ । ଚାହୁ ଚାହୁଁ ଜଳି ଗଲା ଧାନ ଗଦା ସବୁ । ଏବେ ହତାଶ୍ ଧାନ ଚାଷୀ ସୁନାଧର ସୌରା, ହରିହର ନାୟକ, ଯୁଧିଷ୍ଠିର ନାୟକ ଓ ଚୈତନ୍ୟ ଭତରା । ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ ଖୁଣ୍ଟିଆ ଗାଁର ଘଟଣା ।
ଧାନ ଗଦାରେ ନିଆଁ, ଚାଷୀ ହନ୍ତସନ୍ତ
5ଟି ଧନା ଗଦାରେ ଲାଗିଲା ନିଆଁ । ଚାହୁ ଚାହୁଁ ଜଳି ଗଲା 5ଟି ଧାନ ଗଦା । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ ଖୁଣ୍ଟିଆ ଗାଁର ଘଟଣା ।
ଧାନ ଗଦାରେ ନିଆଁ
ନିଆଁ ଦେଖି ଧାଇଁ ଆସିଲେ ଗ୍ରାମବାସୀ ଓ ସ୍କୁଲ ଛାତ୍ରଛାତ୍ରୀ । ପାଣି ଢାଳି ନିଆଁ ଲିଭାବା ପାଇଁ ଚାଲିଲା ଉଦ୍ୟମ । ଦମକଳ ବାହୀନକୁ ଖବର ଦିଆଗଲା । ମାତ୍ର ଦମକଳ ଗାଡିରୁ ପାଣି ବାହାରିବା ପୂର୍ବରୁ ଜଳି ସାରିଥିଲା ଧାନ ଗଦା । ଆଖି ଆଗରେ ନଷ୍ଟ ହୋଇଗଲା ବର୍ଷକର ମହେନତ୍ । ତେବେ ଧାନ ଗଦାରେ କେଉଁ କାରଣ ପାଇଁ ନିଆ ଲାଗିଲା, ତାହା ଏବେ ଯାଏ ସ୍ପଷ୍ଟ ହୋଇପାରି ନାହିଁ । ନଷ୍ଟ ହୋଇଥିବା 5ଟି ଧାନ ଗଦାର ମୁଲ୍ୟ ପ୍ରାୟ 5 ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ