ଓଡିଶା

odisha

By

Published : Dec 14, 2021, 9:19 PM IST

ETV Bharat / state

Extortion Case: ବଟି ଆଦାୟ ଓ ଧମକ ଅଭିଯୋଗରେ ମହିଳା ସାମ୍ବାଦିକା ଗିରଫ

ମହିଳା ସାମ୍ବାଦିକା ମାମୁନି ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି ରାଇଘର ପୋଲିସ । ଗିରଫ ପରେ କୋର୍ଟ ଚାଲାଣ କରିଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଉମରକୋଟ ଏସଡିପିଓ । ଅଧିକ ପଢନ୍ତୁ

ବଟି ଆଦାୟ ଓ ଧମକ ଅଭିଯୋଗରେ ମହିଳା ସାମ୍ବାଦିକା ଗିରଫ
ବଟି ଆଦାୟ ଓ ଧମକ ଅଭିଯୋଗରେ ମହିଳା ସାମ୍ବାଦିକା ଗିରଫ

ନବରଙ୍ଗପୁର:ବଟି ଆଦାୟ ଓ ଧମକ ଅଭିଯୋଗରେ ମହିଳା ସାମ୍ବାଦିକା ଗିରଫ । ମହିଳା ସାମ୍ବାଦିକା ମାମୁନି ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି ରାଇଘର ପୋଲିସ । ଗିରଫ ପରେ କୋର୍ଟ ଚାଲାଣ କରିଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଉମରକୋଟ ଏସଡିପିଓ ।

ବଟି ଆଦାୟ ଓ ଧମକ ଅଭିଯୋଗରେ ମହିଳା ସାମ୍ବାଦିକା ଗିରଫ

ସୂଚନାଅନୁଯାୟୀ ନବରଙ୍ଗପୁର ଜିଲ୍ଲା ରାଇଘରର ମାମୁନି ଚକ୍ରବର୍ତ୍ତୀ ଏକ ନିର୍ଦ୍ଦିଷ୍ଟ ୱେବ ଚ୍ୟାନେଲ ଓ ଦୈନିକ ଖବର କାଗଜ ପାଇଁ ବ୍ଲକ୍ ପ୍ରତିନିଧି ଭାବରେ କାର୍ଯ୍ୟ କରୁଥିଲେ। ସେ ବ୍ଲକର ବିଭିନ୍ନ ଅଞ୍ଚଳ ବୁଲି ସରକାରୀ କର୍ମଚାରୀ, ଠିକାଦାର ଏବଂ ବ୍ୟବସାୟୀଙ୍କୁ ବିଭିନ୍ନ ପ୍ରକାର ଧମକ ଚମକ ଦେଇ ବଟି ଆଦାୟ କରୁଥିବାର ଅଭିଯୋଗ ହୋଇଆସୁଥିଲା । ତେବେ ହଳଦୀ ପଞ୍ଚାୟତ ଅନ୍ତର୍ଗତ ବିଜଲିପାରା ଗ୍ରାମରେ ନିର୍ମିତ ହୋଇ ସାରିଥିବା ଏକ ପ୍ରଧାନମନ୍ତ୍ରୀ ଆବାସ ଗୃହକୁ କେନ୍ଦ୍ର କରି ଗୋନା ଗ୍ରାମର ଠିକାଦାର ଜଗନ୍ନାଥ ନାୟକଙ୍କ ପତ୍ନୀ ସୁମୀତ୍ରା ନାୟକଙ୍କୁ ଫୋନ୍ ଯୋଗେ ବିଭିନ୍ନ ପ୍ରକାର ଧମକ ଚମକ ଦେଇଥିଲେ। ଏହା ସହ ୧୦ ହଜାର ଟଙ୍କା ନ ଦେଲେ ତ ସ୍ବାମୀଙ୍କ ନାମରେ ଖବର ପରିବେଷଣ କରି ସାମାଜିକ ଗଣମାଧ୍ୟମରେ ଭାଇରାଲ କରି ଦେବାର ଧମକ ଦେଇଥିଲେ ମାମୁନୀ । ବାରମ୍ବାର ଧମକକୁ ସହ୍ୟ କରି ନ ପାରି ଶେଷରେ ରାଇଘର ଥାନାରେ ଲିଖିତ ଅଭିଯୋଗ କରିଥିବା କହିଛନ୍ତି ସୁମିତ୍ରା ନାୟକ ଓ ଠିକାଦାର ଜଗନ୍ନାଥ ନାୟକ ।

ସେପଟେ ମାମୁନି ଚକ୍ରବର୍ତ୍ତିୀ ବହୁ ଦିନ ଧରି ବ୍ଲକର ସରକାରୀ କର୍ମଚାରୀ, ଠିକାଦାର ଏବଂ ବ୍ୟବସାୟୀଙ୍କୁ ଧମକ ଦେଇ ବଟି ଆଦାୟ କରି ଆସୁଥିବା ଖବର ଥିଲା । ତେବେ ତାଙ୍କ ବିରୋଧରେ ସଠିକ ଅଭିଯୋଗ ଆସୁନଥିଲା କିନ୍ତୁ ବର୍ତ୍ତମାନ ଅଭିଯୋଗ ଆଧାର କରି ତାଙ୍କୁ ଗିରଫ କରାଯାଇଥିବା କହିଛନ୍ତି ରାଇଘର ଥାନା ଅଧିକାରୀ ଟଙ୍କଗିରି ଭୋଇ । ମହିଳା ସାମ୍ବାଦିକାଙ୍କୁ ଗିରଫ କରି ସ୍ବାସ୍ଥ୍ୟ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଏସଡିପିଓ ଦିନେଶ ନାୟକ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details