ଓଡିଶା

odisha

ETV Bharat / state

ନଳକୂପ ଲୋନ୍‌ ପାଇଁ ବ୍ୟାଙ୍କ ଆଗରେ ଲମ୍ବା ଲାଇନ୍‌, ଆଶଙ୍କାରେ ଚାଷୀ - ଉଠା ଜଳସେଚନ ଯୋଜନା

Farmers in Bank Queue for Borewell Loan: ଉଠା ଜଳସେଚନ ଯୋଜନାରେ ନଳକୂପ ପାଇବା ପାଇଁ ନବରଙ୍ଗପୁରେ ଥିବା ଦୁଇଟି ୟୁନିୟନ ବ୍ୟାଙ୍କ ସମ୍ମୁଖରେ ଚାଷୀଙ୍କ ଭିଡ । ଅଧିକ ପଢନ୍ତୁ

Farmers in Bank Queue for Borewell Loan
Farmers in Bank Queue for Borewell Loan

By ETV Bharat Odisha Team

Published : Dec 14, 2023, 12:06 PM IST

Updated : Dec 14, 2023, 1:31 PM IST

Farmers in Bank Queue for Borewell Loan

ନବରଙ୍ଗପୁର: ବ୍ୟାଙ୍କ ସାମ୍ନାରେ ଚାଷୀଙ୍କ ଲମ୍ବା ଲାଇନ । ଉଠା ଜଳସେଚନ ଯୋଜନାରେ ନଳକୂପ ପାଇବା ପାଇଁ ବ୍ୟାଙ୍କ ଆଗରେ ଚାଷୀଙ୍କ ଭିଡ । କେବଳ ୟୁନିୟନ ବ୍ୟାଙ୍କରେ ଆବେଦନ କରିବାର ସୁବିଧା ଥିବାରୁ ଲୋକେ ବ୍ୟାଙ୍କ ଆଗରେ ଭିଡ ଜମାଇଛନ୍ତି ଚାଷୀ । ତେବେ ନବରଙ୍ଗପୁରରେ ଥିବା ଦୁଇଟି ୟୁନିୟନ ବ୍ୟାଙ୍କ ସମ୍ମୁଖରେ ଏଭଳି ଭିଡ ପରିଲକ୍ଷିତ ହୋଇଛି।

ସୂଚନା ମୁତାବକ, ଉଠା ଜଳସେଚନ ପକ୍ଷରୁ ଲୋକଙ୍କ ପାଇଁ ନଳକୂପ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ଏହି ଯୋଜନାର ସର୍ତ୍ତାବଳୀ ଅନୁସାରେ ୟୁନିଅନ ବ୍ୟାଙ୍କ ମାଧ୍ୟମରେ ହିଁ ଟଙ୍କା ପୈଠ କରିହେବ । ହେଲେ ନବରଙ୍ଗପୁରରେ ୟୁନିୟନ ବ୍ୟାଙ୍କର କେବଳ ଦୁଇଟି ଶାଖା ରହିଛି । ଆସନ୍ତା ୧୬ ତାରିଖ ଭିତରେ ଟଙ୍କା ପୈଠ କରି ନପାରିଲେ ଯୋଜନାରୁ ବଞ୍ଚିତ ହେବାର ଆଶଙ୍କା ଥିବାରୁ ଲୋକ ବ୍ୟାଙ୍କରେ ଭିଡ଼ ଜମାଇଛନ୍ତି । ୧୦ରୁ ୨୦ ହଜାର ଟଙ୍କା ଜମା କଲେ ଚାଷ କରିବା ପାଇଁ ସରକାରଙ୍କ ପକ୍ଷରୁ ମାଗଣାରେ ନୂଳକୁପ ବସାଇ ଦିଆଯିବ । ଯାହାଦ୍ୱାରା ଚାଷୀମାନେ ସବୁ ସମୟରେ ଚାଷ କରିପାରିବେ ।

ଏହା ମଧ୍ୟ ପଢନ୍ତୁ- କଣ୍ଟାମାଳରେ ସମ୍ପୂର୍ଣ୍ଣ ହେଉନି ଉଠା ଜଳସେଚନ ପ୍ରକଳ୍ପ, ଚାଷୀ ହନ୍ତସନ୍ତ

ତେବେ ସରକାରଙ୍କ ଏଭଳି ନିଷ୍ପତିକୁ ନେଇ ଚାଷୀଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି । ଜିଲ୍ଲାର ଅନେକ ଚାଷୀ ଏହି ଯୋଜନାରୁ ବଞ୍ଚିତ ରହିଯିବା ନେଇ ବୋଲି ଚାଷୀ ମନରେ ଆଶଙ୍କା ଉପୁଜିଛି । ତେବେ ଜଣେ ଚାଷୀଙ୍କ ମନରେ ଏଭଳି ପ୍ରଶ୍ନ ଉଙ୍କି ମାରିବା ସ୍ଵାଭାବିକ କଥା କାରଣ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଉଠାଜଳସେଚନର ଏହି ଯୋଜନାରେ ଲାଭ ପାଇବାକୁ ହେଲେ କେବଳ ୟୁନିଅନ ବ୍ୟାଙ୍କ ଜରିଆରେ ଟଙ୍କା ପୈଠ କରାଗଲେ ହିଁ ତାହା ବୈଧ ବିବେଚିତ ହୋଇପାରିବ । କିନ୍ତୁ ଜିଲ୍ଲାରେ ୟୁନିଅନ ବ୍ୟାଙ୍କର ଶାଖା ଦୁଇଟି ହିଁ ରହିଛି । ଯଦି ଗୋଟିଏ ଶାଖାରେ ୫ଟି ବ୍ଲକର ଚାଷୀ ଆସିବେ । ତା ହେଲେ ବ୍ୟାଙ୍କରେ ଏତେ ଲୋକଙ୍କ ଛିଡା ହେବାକୁ ମଧ୍ୟ ଜାଗା ନଥିବାରୁ ବ୍ୟାଙ୍କରେ ସମ୍ମୁଖରେ ଲମ୍ବା ଲାଇନ ଲାଗିଛି । ଅନ୍ୟପଟେ ଏହି ଯୋଜନାର ଶେଷ ତାରିଖ ୧୬ ତାରିଖ ରହିଛି। ତେଣୁ ୟୁନିୟନ ବ୍ୟାଙ୍କର ଦୁଇଟି ଶାଖା ମାଧ୍ୟମରେ ଜିଲ୍ଲାର ସମସ୍ତ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବା ସମ୍ଭାବନା କ୍ଷୀଣ ଦୃଶ୍ୟମାନ ହେଉଛି ।

ଇଟିଭି ଭାରତ, ନବରଙ୍ଗପୁର

Last Updated : Dec 14, 2023, 1:31 PM IST

ABOUT THE AUTHOR

...view details