ଓଡିଶା

odisha

ETV Bharat / state

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ କୃଷି ଭିତ୍ତିକ ସଚେତନତା କାର୍ଯ୍ୟକ୍ରମ - କାଳିଆ ଯୋଜନା

ନବରଙ୍ଗପୁର ତାରାଗାଁ ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟ ସମ୍ମୁଖରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ କୃଷି ଭିତ୍ତିକ ଜନ ସଚେତନ ପଥପ୍ରାନ୍ତ ନାଟକ ‘ଚାଷୀ ପୁଅ ମୁହେଁ ଫୁଟିଲା ହସ’ ପରିବେଷଣ କରାଯାଇଥିଲା । ଅଧିକ ପଢନ୍ତୁ..

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ କୃଷି ଭିତ୍ତିକ ସଚେତନ କାର୍ଯ୍ୟକ୍ରମ
କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ କୃଷି ଭିତ୍ତିକ ସଚେତନ କାର୍ଯ୍ୟକ୍ରମ

By

Published : Jan 9, 2020, 6:48 AM IST

ନବରଙ୍ଗପୁର: ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ତାରାଗାଁ ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟ ସମ୍ମୁଖରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ କୃଷି ଭିତ୍ତିକ ଜନ ସଚେତନା ପଥପ୍ରାନ୍ତ ନାଟକ ଚାଷୀ ପୁଅ ମୁହେଁ ଫୁଟିଲା ହସ ପରିବେଷଣ କରାଯାଇଥିଲା ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ କୃଷି ଭିତ୍ତିକ ସଚେତନତା କାର୍ଯ୍ୟକ୍ରମ

ସରକାରଙ୍କ ବିଜୁ କୃଷକ କଲ୍ୟାଣ ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, କାଳିଆ ଯୋଜନା ଏବଂ ଉନ୍ନତମାନର ଚାଷ କଲେ ଚାଷୀଙ୍କର କେମିତି ଉନ୍ନତି ହେବ ସେହି ବିଷୟରେ ନାଟକ ପରିବେଷଣ କରିଥିଲେ ଭୁବନେଶ୍ବର ପପେଟ ଅନୁଷ୍ଠାନର 10ଟି କଳାକାର ।

ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବ୍ରଜକିଶୋର ଲେଙ୍କା, ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ କୋମଳ ଲଚୋନ ନାୟକ ଏବଂ ବିଭାଗୀୟ ସମସ୍ତ ଅଧିକାରୀ ଯୋଗ ଦେଇଥିବାବେଳେ ତାରାଗାଁ ପଞ୍ଚାୟତର କୃଷି ଅଭରସର ରବିନ୍ଦ୍ର କୁମାର ଜେନା, ୱାର୍ଡମେମ୍ବର ସନୁ ହରିଜନ, ମଦନ ପୂଜାରୀ ପ୍ରମୁଖ ଯୋଗଦେଇଥିଲେ । ଅନେକ ସଂଖ୍ୟାରେ ତାରାଗାଁ ଗ୍ରାମବାସୀ ଉପସ୍ଥିତ ଥିଲେ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details