ଓଡିଶା

odisha

ETV Bharat / state

ନବରଙ୍ଗପୁରରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ବୈଠକ - ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି କାର୍ଯ୍ୟକ୍ରମ

ପ୍ରାକୃତିକ ବିପର୍ଯ୍ୟୟ ଓ ସଫଳ ମୁକାବିଲା କରିବା ନିମନ୍ତେ ଜିଲ୍ଲା ସ୍ତରୀୟ ଅଭ୍ୟାସ ପ୍ରସ୍ତୁତି (Table Top Exercise) କାର୍ଯ୍ୟକ୍ରମ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟଳୟର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

ନବରଙ୍ଗପୁରରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି କାର୍ଯ୍ୟକ୍ରମ ଆୟୋଜିତ
ନବରଙ୍ଗପୁରରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି କାର୍ଯ୍ୟକ୍ରମ ଆୟୋଜିତ

By

Published : Jun 18, 2022, 2:26 PM IST

ନବରଙ୍ଗପୁର:ପ୍ରାକୃତିକ ବିପର୍ଯ୍ୟୟ ଓ ସଫଳ ମୁକାବିଲା କରିବା ନିମନ୍ତେ ଶନିବାର ଜିଲ୍ଲା ସ୍ତରୀୟ ଅଭ୍ୟାସ ପ୍ରସ୍ତୁତି (Table Top Exercise) କାର୍ଯ୍ୟକ୍ରମ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟଳୟର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବିଶେଷ କରି ପ୍ରବଳ ବର୍ଷା ଯୋଗୁଁ ବନ୍ୟାର ପୂର୍ବରୁ, ବନ୍ୟା ସମୟରେ ଏଵଂ ବନ୍ୟାର ପରବର୍ତ୍ତୀ ସମୟରେ କିଭଳି ବନ୍ୟାର ସଫଳ ମୁକାବିଲା କରାଯାଇ ପାରିବ, ଶୁଦ୍ଧ ପାନୀୟ ଜଳ, ଔଷଧ, ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା ବିଷୟରେ ପ୍ରାକ୍ ଅଭ୍ୟାସ ପ୍ରସ୍ତୁତି ହୋଇଥିଲା ।

ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପରିଚାଳନା ବିଭାଗରୁ ଜିଲ୍ଲା ବନ୍ୟା ନିୟନ୍ତ୍ରଣ କକ୍ଷକୁ email/whats app ମାଧ୍ୟମରେ ଖବର ଆସିବା ପରେ, ସେହି ଖବରକୁ କାଳବିଲମ୍ବ ନକରି ତତ୍କ୍ଷଣାତ ଜିଲ୍ଲାର ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଅଗ୍ନିଶମ ବିଭାଗ, ସ୍ୱାସ୍ଥ ବିଭାଗଙ୍କ ବ୍ୟତୀତ ସଂପୃକ୍ତ ବିଭାଗକୁ ଅବଗତ କରାଯାଉଥିଲା । ଉକ୍ତ ଖବର ଅନୁସାରେ ବ୍ଲକ ସ୍ତରରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରି ତାହାର ଏକ ସମ୍ପୂର୍ଣ୍ଣ ବିବରଣୀ ଜିଲ୍ଲା ଜରୁରୀକାଳୀନ ବିଭାଗକୁ ପ୍ରେରଣ କରୁଥିଲେ। ସେହି ବିବରଣୀକୁ ଜିଲ୍ଲା ଜରୁରୀକାଳୀନ ବିଭାଗ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା ବିଭାଗକୁ ପ୍ରେରଣ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଥିଲେ ।

ଏହି ଅଭ୍ୟାସ କାର୍ଯ୍ୟକ୍ରମ ସକାଳ ଦଶ ଘଣ୍ଟା ସମୟରୁ ଅପରାହ୍ନ ଏକ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା । ଏହି କାର୍ଯ୍ୟକ୍ରମ ରେ ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକ(SP) ଏସ ସୁଶ୍ରୀ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ପ୍ରକଳ୍ପ ନିର୍ଦ୍ଦେଶକ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ରତ୍ନାକର ସାହୁ, ଉପ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ଜରୁରୀ କାଳୀନ ବିଭାଗର ଜିଲ୍ଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ ସମେତ ଜିଲ୍ଲାର ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ ।

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details