ନବରଙ୍ଗପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସାମ୍ନା ଜମିରେ ଜବରଦଖଲକାରୀଙ୍କୁ ହଟାଇଛି ଜିଲ୍ଲା ପ୍ରଶାସନ । ଏନେଇ ସେ ସ୍ଥାନରେ ଥିବା ଝୁମ୍ପୁଡି ଘରକୁ ପ୍ରଶାସନ ଭାଙ୍ଗିଛି । ଏହାକୁ ବିରୋଧ କରିଛନ୍ତି ଜବର ଦଖଲକାରୀ । ଜିଲ୍ଲା ପ୍ରଶାସନ ସେମାନଙ୍କୁ ଅନ୍ୟ ସ୍ଥାନରେ ଜମି ଦେବାପାଇଁ ସ୍ଥାନ ନିର୍ଦ୍ଧାରଣ କରିଥିଲେ ମଧ୍ୟ ସେଠାକୁ ଯିବାକୁ ସେମାନେ ଅମଙ୍ଗ ହେଉଥିବା ଏକ୍ସିକ୍ୟୁଟିଭ ମାଜିଷ୍ଟ୍ରେଟ ହେମଲତା ମାଝୀ କହିଛନ୍ତି ।
ମୁଖ୍ୟ ଚିକିତ୍ସାଳୟ ସାମ୍ନାରୁ ଜବରଦଖଲ ଉଚ୍ଛେଦ, କ୍ଷତିଗସ୍ତଙ୍କୁ ଥଇଥାନ ଦାବି
ମୁଖ୍ୟ ଚିକିତ୍ସାଳୟ ସାମ୍ନା ଜମିରେ ଥିବା ଜବର ଦଖଲକାରୀଙ୍କୁ ହଟାଇଛି ନବରଙ୍ଗପୁର ଜିଲ୍ଲା ପ୍ରଶାସନ । ଏହାକୁ ବିରୋଧ କରିଛନ୍ତି ଜବରଦଖଲକାରୀ ।
ସେଠାରେ ଆମେ ପରିବା ବ୍ୟବସାୟ କରି ଚଳୁଥିଲୁ । ଘରଦ୍ବାର କିଛି ନାହିଁ ଏବେ ଆମେ ଚଳିବୁ କିପରି ବୋଲି ପ୍ରଶ୍ନ କରିଛନ୍ତି ସେଠାରେ ବସବାସ କରୁଥିବା ନୀଳ ମିର୍ଜନ। ସେହିପରି ଲୋକମାନେ ସହର ପାଖରେ ରହିବାକୁ ଇଚ୍ଛା କରୁଥିବାରୁ ସ୍ଥିରୀକୃତ ସ୍ଥାନକୁ ଲୋକମାନେ ଯିବାକୁ ପସନ୍ଦ କରୁନାହାନ୍ତି । ଏହା ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ହୋଇଥିବାରୁ ଆମେ ବାଧ୍ୟ ହୋଇ ଏପରି ଉଚ୍ଛେଦ କରୁଛୁ ବୋଲି ଏକ୍ସିକ୍ୟୁଟିଭ ମାଜିଷ୍ଟ୍ରେଟ କହିଛନ୍ତି । ପୂର୍ବରୁ ଏଠାରେ ଉଚ୍ଛେଦ କରାଯାଇଥିଲେ ମଧ୍ୟ ପୁଣି ସେମାନେ ଝୁମ୍ପୁଡି ଘର ତିଆରି କରିଥିବା କଥା ଏକ୍ସିକ୍ୟୁଟିଭ ମାଜିଷ୍ଟ୍ରେଟ ପ୍ରକାଶ କରିଛନ୍ତି ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ