ଓଡିଶା

odisha

ପ୍ରଦୀପ ଶୁଣିଲେ ପ୍ରିୟଙ୍କା କୋହ, ସାନ ଭଉଣୀକୁ ଫେରାଇ ନେଲେ ସ୍ବରାଜ୍ୟ

ଏବେ ସାନ ଭଉଣୀ ସାଗରିକାକୁ ଫେରି ପାଇବ ପ୍ରିୟଙ୍କା । ବେସାହାରା ପ୍ରିୟଙ୍କା ପାଣିଗ୍ରାହୀର କୋହଭରା ହୃଦୟ ପୁଣି ଖୁସିରେ ଫାଟି ପଡ଼ିବ । ବାପା ମାଆକୁ ହରାଇଥିବା ଏହି ଦୁଇ ଅନାଥ ଭଉଣୀ ଏବେ ଦୁହେଁ ଦୁହିଁଙ୍କୁ ପୁଣି ଫେରିପାଇବେ । ‘ଇଟିଭି ଭାରତ’ରେ ପ୍ରଥମେ ଏହି କୁନି ଝିଅର କରୁଣ କାହାଣୀ ପ୍ରସାରିତ ହେବାପରେ ସହାୟତାର ହାତ ବଢାଇଥିଲେ ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ଅଧିକ ପଢନ୍ତୁ..

By

Published : May 29, 2020, 9:53 PM IST

Published : May 29, 2020, 9:53 PM IST

Updated : May 30, 2020, 12:31 PM IST

etv-odisha-special in nabarngapura priyanka panigrahi request
ପ୍ରଦୀପ ଶୁଣିଲେ ପ୍ରିୟଙ୍କା କୋହ, ସାନ ଭଉଣୀକୁ ଫେରାଇ ନେଲେ ସ୍ବରାଜ୍ୟ

ହାଇଦ୍ରାବାଦ: ଏବେ ସାନ ଭଉଣୀ ସାଗରିକାକୁ ଫେରି ପାଇବ ପ୍ରିୟଙ୍କା । ବେସାହାରା ପ୍ରିୟଙ୍କା ପାଣିଗ୍ରାହୀର କୋହଭରା ହୃଦୟ ପୁଣି ଖୁସିରେ ଫାଟି ପଡ଼ିବ । ବାପା ମାଆକୁ ହରାଇଥିବା ଏହି ଦୁଇ ଅନାଥ ଭଉଣୀ ଏବେ ଦୁହେଁ ଦୁହିଁଙ୍କୁ ପୁଣି ଫେରିପାଇବେ । ତେଲେଙ୍ଗାନାର ଏକ ଇଟାଭାଟିରେ ବନ୍ଧକ ରହିଥିବା ସାଗରିକା ଆଜି ଫେରିଯାଇଛି ନିଜ ଗାଁ ନବରଙ୍ଗପୁର ଚନ୍ଦାହାଣ୍ଡିର କେନାଲ ସାହିକୁ । ‘ଇଟିଭି ଭାରତ’ରେ ପ୍ରଥମେ ଏହି କୁନି ଝିଅର କରୁଣ କାହାଣୀ ପ୍ରସାରିତ ହେବାପରେ ସହାୟତାର ହାତ ବଢାଇଥିଲେ ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ।

ପ୍ରଦୀପ ଶୁଣିଲେ ପ୍ରିୟଙ୍କା କୋହ, ସାନ ଭଉଣୀକୁ ଫେରାଇ ନେଲେ ସ୍ବରାଜ୍ୟ

ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାବେଳେ ଅର୍ଥ ରୋଜଗାର ଅନ୍ବେଷଣରେ ତେଲେଙ୍ଗାନାର ଏକ ଇଟାଭାଟିକୁ କାମ କରିବାକୁ ଆସିଥିଲା ମା' ଅନାଦି ପାଣିଗ୍ରାହୀ ଓ ସାନ ଝିଅ ସାଗରିକା ପାଣିଗ୍ରାହୀ । ଅସ୍ବାଭାବିକ ଭାବରେ ମା'ର ଦେହ ଅସୁସ୍ଥ ହେବାରୁ ଇଟାଭାଟି ମାଲିକ ଅନାଦିକୁ ପଠାଇ ଦେଇଥିଲା । କିନ୍ତୁ ଧାର କରିଥିବା ଟଙ୍କା ପାଇଁ ବନ୍ଧକ ରହିଯାଇଥିଲା ସାଗରିକା । ସେପଟେ ସାନ ଭଉଣୀକୁ ଫେରାଇ ଆଣିବା ପାଇଁ ପ୍ରଶାସନ ଠାରୁ ଆରମ୍ଭ କରି ବିଭିନ୍ନ ଗଣମାଧ୍ୟମ ପାଖରେ ଗୁହାରୀ କରିଥିଲା ବଡ଼ ଭଉଣୀ ପ୍ରିୟଙ୍କା । କିନ୍ତୁ କାହାରି କାନରେ ଏହି କରୁଣ ଚିତ୍କାର ବାଜିନଥିଲା ।

ଅଧିକ ପଢନ୍ତୁ: ସଇତାନ କବଜାରେ ସାଗରିକା, ଫେରାଇ ଆଣିବାକୁ କାନ୍ଦୁଛି ବଡ ଭଭଣୀ

‘ଇଟିଭି ଭାରତ’ରୁ ଖବର ପାଇବା ପରେ ନବରଙ୍ଗପୁର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ନିଜ ପ୍ରୟାସରେ ଗାଡ଼ି ପଠାଇବା ସହ ଚନ୍ଦାହାଣ୍ଡି ବ୍ଲକ ସଭାପତିଙ୍କୁ ମଧ୍ୟ ପଠାଇଥିଲେ । ସେପଟେ ଉକ୍ତ ଇଟାଭାଟି ମାଲିକ ସହ କଥାବାର୍ତ୍ତା କରି ନିଜ ଗାଁ ଚନ୍ଦାହାଣ୍ଡିର କେନାଲ ସାହିକୁ କୁନି ଝିଅ ସାଗରିକାକୁ ଧରି ଫେରିଯାଇଛନ୍ତି ଚନ୍ଦାହାଣ୍ଡି ବ୍ଲକ ସଭାପତି ଉମେଶ୍ବର ହଂସ । ସେପଟେ ଲକ ଡାଉନ ପାଇଁ ଓଡ଼ିଶା ପଠାଇବା ସମ୍ଭବ ହୋଇପାରିଲା ନାହିଁ । ବନ୍ଧକ ନୁହେ ସୁବିଧା ନହେବାରୁ ପଠାଇପାରିନଥିଲି ବୋଲି କହିଛନ୍ତି ଇଟାଭାଟି ମାଲିକ ।

ହାଇଦ୍ରାବାଦରୁ ସନ୍ଦୀପ, ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ ଏବଂ ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Last Updated : May 30, 2020, 12:31 PM IST

ABOUT THE AUTHOR

...view details