ଓଡିଶା

odisha

ETV Bharat / state

ଇଞ୍ଜିନିୟର ପ୍ରାର୍ଥୀଙ୍କ ଅଭିନବ ପ୍ରଚାର: ଥାଳିରେ ଜୀଅନ୍ତା ମାଛ ଧରି ଜିଣିଲେ ଭୋଟରଙ୍କ ମନ - ଜିଅନ୍ତା ମାଛ ଧରି ନିର୍ବାଚନୀ ପ୍ରଚାର

ନବରଙ୍ଗପୁରରେ ଜୀଅନ୍ତା ମାଛ ଧରି ପ୍ରଚାର ମୈଦାନକୁ ଓହ୍ଲାଇଲେ ଇଞ୍ଜିନିୟର ପ୍ରାର୍ଥୀ । ଅଧିକ ପଢନ୍ତୁ

ଅଭିନବ ଉପାୟରେ ପ୍ରଚାର, ଜିଅନ୍ତା ମାଛ ଧରି ପ୍ରଚାର କଲେ ଇଞ୍ଜିନିୟର ପ୍ରାର୍ଥୀ
ଅଭିନବ ଉପାୟରେ ପ୍ରଚାର, ଜିଅନ୍ତା ମାଛ ଧରି ପ୍ରଚାର କଲେ ଇଞ୍ଜିନିୟର ପ୍ରାର୍ଥୀ

By

Published : Feb 12, 2022, 6:49 PM IST

ନବରଙ୍ଗପୁର:ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାର୍ଥୀମାନେ ଅଭିନବ ଉପାୟରେ ପ୍ରଚାର କରୁଛନ୍ତି । ଏହାରି ମଧ୍ୟରେ ଆଜି(ଶନିବାର) ଜିଲ୍ଲା ଅନ୍ତର୍ଗତ ତେନ୍ତୁଳୀଖୁଣ୍ଟି ବ୍ଲକ ମଞ୍ଚାଗାଁ ପଞ୍ଚାୟତର ବିଜେଡି଼ ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଇଞ୍ଜିନିୟର ରାମନାଥ ଜାନି ଅଭିନଵ ଉପାୟରେ ପ୍ରଚାର କରିଛନ୍ତି । ସେ ଜୀଅନ୍ତା ମାଛ ଧରି ପ୍ରଚାର କରୁଥିବା ଦେଖିବାକୁ ମିଳିଛି ।

ଇଞ୍ଜିନିୟର ରାମନାଥ ଜାନି ନିଜ ସମର୍ଥକଙ୍କ ସହ ସର୍ବପ୍ରଥମେ ମଞ୍ଚଗାଁ ପଞ୍ଚାୟତର ବୁଢି ଠାକୁରାଣୀ ଏବଂ ମା ମାଣିକେଶ୍ବରୀଙ୍କ ପାଖରେ ନଡ଼ିଆ ଭାଙ୍ଗି ପୂଜା କରିଥିଲେ । ଏହାପରେ ମା'ଙ୍କ ଆଶୀର୍ବାଦ ନେଇ ପ୍ରଚାର ମୈଦାନକୁ ଜୀଅନ୍ତା ମାଛ ଧରି ମଞ୍ଚାଗାଁ, ବଙ୍ଗଳାଗୁଡା, ବିରିଗୁଡା, ବେଡାପଦର, କେନ୍ଦୁଗୁଡା, ବାରିଆଘାତ ସମେତ ପଞ୍ଚାୟତର ଗ୍ରାମ ବୁଲିଥିଲେ । ଏହାସହିତ ଲୋକମାନଙ୍କୁ ଭୋଟ ଦେବାକୁ ନିବେଦନ କରିଥିବା ଦେଖିବାକୁ ମିଳିଛି ।

ଅଭିନବ ଉପାୟରେ ପ୍ରଚାର, ଜିଅନ୍ତା ମାଛ ଧରି ପ୍ରଚାର କଲେ ଇଞ୍ଜିନିୟର ପ୍ରାର୍ଥୀ

ନିର୍ବାଚନରେ ଜିତିଲେ ଏହି ଅଞ୍ଚଳର ସମସ୍ତ ପ୍ରକାର ଅସୁବିଧା ଯେପରିକି ରାସ୍ତାଘାଟରୁ ଆରମ୍ଭ କରି ପାନୀୟ ଜଳ, ଡ୍ରେନ ସମସ୍ୟା, ଉପଯୁକ୍ତ ହିତାଧିକାରୀଙ୍କୁ ଆବାସଗୃହ ପେନସନ ଯୋଗେଇ ଦେବାକୁ ପ୍ରତିଶୃତି ଦେଇଥିଲେ । ପଞ୍ଚାୟତର ସେ ଜଣେ ଉଚ୍ଚ ଶିକ୍ଷିତ ପ୍ରାର୍ଥୀ ହୋଇଥିବାରୁ ତାଙ୍କୁ ବହୁ ମାତ୍ରାରେ ସମର୍ଥନ ମିଳୁଥିବା ଦେଖିବାକୁ ମିଳୁଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details