ଓଡିଶା

odisha

ETV Bharat / state

ରାଇଘର ବ୍ଲକରେ ହାତୀ ଉପଦ୍ରବ, ୫ ଏକର ମକା ଫସଲ ନଷ୍ଟ - Raighar Forerst Department

ରାଇଘର ବ୍ଲକରେ ଦେଖିବାକୁ ମିଳିଛି ହାତୀ ଆତଙ୍କ । ଗାଁ ନିକଟ ଜଙ୍ଗଲ ମଧ୍ୟରେ ହାତୀ ପଲ ବୁଲିବା ସହ ୫ ଏକର ମକା ଫସଲ ନଷ୍ଟ କରିଛନ୍ତି । ଅଧିକ ପଢନ୍ତୁ...

ରାଇଘର ବ୍ଲକରେ ହାତୀ ଉପଦ୍ରବ, ୫ ଏକର ମକା ଫସଲ ନଷ୍ଟ କଲେ ହାତୀପଲ
ରାଇଘର ବ୍ଲକରେ ହାତୀ ଉପଦ୍ରବ, ୫ ଏକର ମକା ଫସଲ ନଷ୍ଟ କଲେ ହାତୀପଲ

By

Published : Sep 29, 2021, 4:40 PM IST

ନବରଙ୍ଗପୁର: ଜିଲ୍ଲାରେ ପ୍ରଥମ କରି ଦେଖିବାକୁ ମିଳିଛି ହାତୀ ଆତଙ୍କ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅଧିନ ସମ୍ବଲପୁର ଗ୍ରାମ ନିକଟସ୍ଥ ଜଙ୍ଗଲ ମଧ୍ୟରେ ବୁଲୁଛନ୍ତି ହାତୀ ପଲ । ତେବେ ଅଞ୍ଚଳର ବିଭିନ୍ନ ସ୍ଥାନରେ ମକା ଫସଲ ଖାଇବା ସହ ପାଦରେ ଦଳି ମକଚି ୫ ଏକର ଫସଲ ନଷ୍ଟ କରିଛନ୍ତି ।

ରାଇଘର ବ୍ଲକରେ ହାତୀ ଉପଦ୍ରବ, ୫ ଏକର ମକା ଫସଲ ନଷ୍ଟ କଲେ ହାତୀପଲ

ସେପଟେ ହାତୀ ପଲରେ ଥିବା ୧୪ଟି ହାତୀ ମଧ୍ୟରେ ୨ଟି ଛୁଆ ହାତୀ ଥିବା ସହ ପଡୋଶୀ ରାଜ୍ୟ ଛତିଶଗଡ ଗରିଆବନ୍ଧ ଜିଲ୍ଲା ରିସଗାଁ ରେଞ୍ଜ ସଂରକ୍ଷିତ ଜଙ୍ଗଲ ପଟୁ ଜିଲ୍ଲାରେ ପଶିଥିବା ନେଇ ସୂଚନା ମିଳିଛି ।

ତେବେ ରାଇଘର ବନ ବିଭାଗର ସୂଚନାନୁସାରେ ହାତୀ ପଲ ଗାଁରେ ଥିବା ମକା ବାଡିରେ ପଶି ଦୁଇ ଘଣ୍ଟା କାଳ ମକା ଫସଲ ଖାଇବା ଓ ନଷ୍ଟ କରିବା ପରେ ପୁଣି ଛତିଶଗଡ଼ ଜଙ୍ଗଲକୁ ଫେରି ଯାଇଥିବା ନେଇ ସୂଚନା ଦେଇଛି । ହେଲେ ହାତୀ ପଲ ଗାଁ ମୁହାଁ ହେବା ଘଟଣାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details