ଓଡିଶା

odisha

ETV Bharat / state

ବିଜେଡି ବିରୁଦ୍ଧରେ ରାଜନୈତିକ ହିଂସା ଅଭିଯୋଗ, କଂଗ୍ରେସର ଦୃଢ ନିନ୍ଦା - ନିର୍ବାଚନୀ ହିଂସା ଖବର ନବରଙ୍ଗପୁର

ନବରଙ୍ଗପୁରରେ ରାଜନୈତିକ ହିଂସା । ଭୋଟରଙ୍କ ଗାଡି ପୋଡିବା ସାଙ୍ଗକୁ ବିଜେଡି ପ୍ରାର୍ଥୀଙ୍କ ଗଣ୍ଡଗୋଳ ଅଭିଯୋଗ । ଅଧିକ ପଢନ୍ତୁ

ନବରଙ୍ଗପୁରରେ ରାଜନୈତିକ ହିଂସା, ବିଜେଡି ବିରୁଦ୍ଧରେ ରାଜନୈତିକ ହିଂସା ଅଭିଯୋଗ
ନବରଙ୍ଗପୁରରେ ରାଜନୈତିକ ହିଂସା, ବିଜେଡି ବିରୁଦ୍ଧରେ ରାଜନୈତିକ ହିଂସା ଅଭିଯୋଗ

By

Published : Feb 20, 2022, 4:59 PM IST

ନବରଙ୍ଗପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନବରଙ୍ଗପୁରରେ ମଧ୍ୟ ରାଜନୈତିକ ହିଂସା ବଢ଼ିବାରେ ଲାଗିଛି । କେଉଁଠି ନିର୍ବାଚନ ପରେ ଗୁଳି ଫୁଟିଛି ତ ଆଉ କେଉଁଠି ନିର୍ବାଚନ ପୂର୍ବରୁ ପ୍ରଚାର ଗାଡ଼ିକୁ ନିଆଁ ଲଗାଇ ଦିଆଯାଉଛି । ଏହିପରି ଘଟଣାକୁ ନେଇ ସାଧାରଣ ଜନତା ଭୟଭୀତ ହୋଇ ପଡି ଥିବାବେଳେ ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ରାଜନୈତିକ ଦଳଗୁଡିକ ଏହି ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ନବରଙ୍ଗପୁରରେ ରାଜନୈତିକ ହିଂସା, ବିଜେଡି ବିରୁଦ୍ଧରେ ରାଜନୈତିକ ହିଂସା ଅଭିଯୋଗ

ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ଥାନା ଅନ୍ତର୍ଗତ ଡଙ୍ଗରା ଗ୍ରାମର କଂଗ୍ରେସ ନେତା କେ. ଝଡେଶ୍ୱର ରାଓ ପ୍ରତିଦିନ ଭଳି ଘର ସମ୍ମୁଖରେ କାର୍ ଏବଂ ବାଇକ୍ ରଖିଥିଲେ । କିନ୍ତୁ ପଡୋଶୀ ଯୁଧିଷ୍ଠୀ ଗୌଡ ଗାଡି ପୋଡିଦେଇଥିବା ନେଇ କିଛି ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଥିଲେ । ଏନେଇ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଦୃଢ ନିନ୍ଦା କରାଯାଇଛି । କଂଗ୍ରେସ କହିଛି ଯେ, ଯୁଧିଷ୍ଠୀ ଗୌଡ଼ ବିଜେଡ଼ିର ଜଣେ ସକ୍ରିୟ କର୍ମୀ । ତାଙ୍କ ନାମରେ ପୂର୍ବରୁ ମଧ୍ୟ ଥାନାରେ ଅଭିଯୋଗ ରହିଛି ।

ବିଜେଡ଼ିକୁ ଜନତା ପ୍ରତ୍ୟାଖାନ କରିବା ଆରମ୍ଭ କଲେଣି, ତେଣୁ ବିଜେଡ଼ି ଭୋଟ ହାତେଇବା ପାଇଁ ଲୋକଙ୍କୁ ଡରାଇବା ସହ ଧମକାଉ ଥିବା ଅଭିଯୋଗ କରିଛି କଂଗ୍ରେସ । ଅନ୍ୟପକ୍ଷରେ ନବରଙ୍ଗପୁର ଜିଲ୍ଲା ଡଙ୍ଗରଭେଯା ବ୍ଲକ ଦହଣାରେ ମଧ୍ୟ ଗତ ରାତିରେ ବିଜେଡ଼ି ଜିଲ୍ଲା ପରିଷଦ ପ୍ରାର୍ଥୀ ଅରୁଣ ମିଶ୍ର ବଜେପି କର୍ମୀଙ୍କ ଘରେ ପଶି ପାଟିତୁଣ୍ଡ କରିବା ସହ ଗୁଳି ଚଳାଇ ଥିଲେ ।


ଏହାର ଉପଯୁକ୍ତ ତଦନ୍ତ କରାଯାଇ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି । ସେପଟେ ଅଭିଯୋଗକୁ ଖଣ୍ଡନ କରିବା ସହ ଏହା ଏକ ରାଜନୈତିକ ଚାଲ୍ ବୋଲି ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ଅରୁଣ ମିଶ୍ର କହିଛନ୍ତି ।


ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details