ନବରଙ୍ଗପୁର: ମିଥ୍ୟା ଖବର ଗୁଜବ କରି 8 ଜଣ ଗିରଫ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ମାଳତିଗୁଡା ଗ୍ରାମରେ କୋରୋନାକୁ ନେଇ ମିଥ୍ୟା ଖବର ପ୍ରଚାର କରିବା ସହ ସାମାଜିକ ଦୂରତ୍ବ ନମାନିବାରୁ 8 ଜଣ ଗିରଫ ହୋଇଛନ୍ତି । ପୋଲିସ ସମସ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରିଛି ।
ସୂଚନା ମୁତାବକ, ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ କୋରୋନାରେ ଆକ୍ରାନ୍ତ ବ୍ୟକ୍ତି ମାନଙ୍କୁ ଆଶ୍ରୟ ଦେଇଥିବା ନେଇ ଗତ 7 ତାରିଖ ରାତିରେ ଅଂଶୁମାନ ମହାନ୍ତି, ଈଶ୍ବର ପାଇକ, ମାଧବ ମାଝି, ଦିନୁ ଭତରା, କାନ୍ଥ ଗୌଡ଼, ନୀଳକଣ୍ଠ ଗୌଡ଼, ନବଘନ ଗୌଡ଼, ନୀଳକଣ୍ଠ ମାଝି ତାଙ୍କ ଘରେ ପଶି ଗାଳି ଗୁଲଜ କରିଥିଲେ ।