ନବରଙ୍ଗପୁର: ସହରରେ ଥିବା ମା ଭଣ୍ଡାରଘରଣୀଙ୍କ ପୀଠରେ ଖୁବ୍ ଧୁମଧାମରେ ପାଳିତ ହୋଇଯାଇଛି ଦଶହରା । ରାଜରାଜୁଡା ଅମଳରେ ଚାଲିଆସିଥିବା ଆଦିବାସୀ ରୀତି ନୀତି ଅନୁଯାୟୀ ପୂଜା କରି ମା'ଙ୍କ ଶାରଦୀୟ ପର୍ବ ପାଳନ ଶେଷ ହୋଇଛି ।
ଶେଷ ହେଲା ମାହାମାୟାଙ୍କ ଦଶମି ପୂଜା ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମା' ଭଣ୍ଡାରଘରଣୀଙ୍କ ବିଜୟା ଦଶମୀ ପୂଜା ଶେଷ ହୋଇଛି । ଗତ ନଅ ଦିନ ଧରି ମା' ବିଭିନ୍ନ ରୂପରେ ପୂଜା ପାଇଥିଲେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ମନ୍ଦିର ପ୍ରାଙ୍ଗଣକୁ ସୁସଜ୍ଜିତ କରାଯାଇଛି । ଆଜି(ମଙ୍ଗଳବାର) ପୂଜା ଆରମ୍ଭ ମା'ଙ୍କ ପାଟ ଖଣ୍ଡାକୁ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇ ସ୍ଥାନୀୟ ଦଶରାପଦାରେ ମା'ଙ୍କ ବିମାନ, ଲାଠି, ଗାଦି ନିଆଯାଇଥିଲା ।
ସରିଲା ମାହାମାୟାଙ୍କ ଦଶମୀ ପୂଜା ସେଠାରେ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ପାଟଖଣ୍ଡାକୁ ପୂଜାର୍ଚ୍ଚନା କରାଯାଇଥିଲା । ଦଶରାପଦାର ମନ୍ଦିରରେ ପାଟଖଣ୍ଡାକୁ ମା'ଙ୍କ ନିକଟରେ ଅବସ୍ଥାପିତ କରାଇଥିଲେ । ପାଟଖଣ୍ଡାକୁ ପୂଜା କରିବା ପରେ ମା' ଙ୍କ ସ୍ବତନ୍ତ୍ର ରୀତିନୀତି ଆରମ୍ଭ ହୋଇଥିଲା । ଏହି ପୂଜା ପରେ ବିଜୟା ଦଶମୀ ପୂଜା ଶେଷ ହୋଇଥିଲା । ଏହି ନବ ଦିନ ପୂଜା ସମୟରେ ମା' ବିଭିନ୍ନ ପ୍ରକାର ପୂଜା କରାଯାଇଥାଏ । ଦଶରାପଦାର ମନ୍ଦିରରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା ଏବଂ ଏଠାରେ ମୁଖ୍ୟ ଆକର୍ଷଣ ଥିଲା ଲାଖ ବନ୍ଧା । ଗୋଟିଏ ଧନୁସରରେ ତିନିଥର ଶର ଛଡାଯାଇଥିଲା ଲାଖ ପୋଖକୁ । ବିଭିନ୍ନ ପ୍ରକାର ନାଚ,ଗୀତରେ ସହର ପରିକ୍ରମା ହୋଇଥିଲା । ଶେଷରେ ଆଜି(ମଙ୍ଗଳବାର) ମା' ଭଣ୍ଡାରଘରଣୀଙ୍କ ପୀଠରେ ବିଜୟା ଦଶମି ପାଳନ କରାଯାଇଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ