ଓଡିଶା

odisha

ETV Bharat / state

ଚାଷୀ ମୁଣ୍ଡରେ ଚଡକ, ରୋଗ ପୋକ ଦାଉରେ ପଦା ହେଉଛି ସୁନାର ଫସଲ - ପୋକ ଉଜାଡି ଦେଉଛନ୍ତି ଧାନ ଫସଲ

ଚଳିତ ବର୍ଷ କୋରୋନା କଟକଣା ଯୋଗୁଁ ଚାଷ କାର୍ଯ୍ୟକୁ ନେଇ ଆଶା ଓ ଆଶଙ୍କାରେ ରହିଥିଲେ ଚାଷୀ। ହେଲେ ପରବର୍ତ୍ତୀ ସମୟରେ ସରକାରଙ୍କ ତରଫରୁ ଅନୁମତି ମିଳିବା ପରେ ଚାଷୀ ମାନେ ଜମିରେ ଚାଷ କାର୍ଯ୍ୟ ଜୋରସୋରରେ ଆରମ୍ଭ କରିଥିଲେ । ଚାଷ କାର୍ଯ୍ୟ ଆରମ୍ଭ ହେବା ପରେ ପ୍ରଥମେ ଦାଉ ସାଜିଲା ବର୍ଷା ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି ପତ୍ର ପୋଡା ରୋଗ।

ଚାଷୀ ମୁଣ୍ଡରେ ଚଡକ, ରୋଗ ପୋକ ଦାଉରେ ପଦା ହେଉଛି ସୁନାର ଫସଲ
ଚାଷୀ ମୁଣ୍ଡରେ ଚଡକ, ରୋଗ ପୋକ ଦାଉରେ ପଦା ହେଉଛି ସୁନାର ଫସଲ

By

Published : Sep 1, 2020, 8:01 AM IST

ନବରଙ୍ଗପୁର: ପୋକ ଉଜାଡି ଦେଉଛନ୍ତି ଏକର ଏକର ସୁନାର ଫସଲ। ଧାନ ଫସଲର ମୁଖ୍ୟ ଶତ୍ରୁ ପତ୍ର ପୋଡା ପୋକ ନବରଙ୍ଗପୁର ଚାଷୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି। ଜିଲ୍ଲା ସଦର ବ୍ଲକ ଅଞ୍ଚଳର ଚାଷ ଜମିରେ ପତ୍ର ପୋଡା ରୋଗ ଦେଖା ଦେଇଥିବା ବେଳେ ସରକାରଙ୍କ ପକ୍ଷରୁ ରାସାୟନିକ ସାର ଓ କୀଟନାଶକ ଯୋଗାଇ ଦିଆଗଲା ନାହିଁ। ଯାହାଫଳରେ ଚଳିତ ବର୍ଷ ସେମାନଙ୍କ ଫସଲ ନଷ୍ଟ ହେବାକୁ ବସିଛି । ଯାହାକୁ ଦେଖି ଚିନ୍ତାରେ ଚଷା ପୁଅ।

ଚାଷୀ ମୁଣ୍ଡରେ ଚଡକ, ରୋଗ ପୋକ ଦାଉରେ ପଦା ହେଉଛି ସୁନାର ଫସଲ

ଚଳିତ ବର୍ଷ କୋରୋନା କଟକଣା ଯୋଗୁଁ ଚାଷ କାର୍ଯ୍ୟକୁ ନେଇ ଆଶା ଓ ଆଶଙ୍କାରେ ରହିଥିଲେ। ହେଲେ ପରବର୍ତ୍ତୀ ସମୟରେ ସରକାରଙ୍କ ତରଫରୁ ଅନୁମତି ମିଳିବା ପରେ ଚାଷୀ ମାନେ ଜମିରେ ଚାଷ କାର୍ଯ୍ୟ ଜୋରସୋରରେ ଆରମ୍ଭ କରିଥିଲେ । ଚାଷ କାର୍ଯ୍ୟ ଆରମ୍ଭ ହେବା ପରେ ଦାଉ ସାଜିଲା ବର୍ଷା, ବର୍ଷା ଅଭାବରୁ ଖାଲୁଆ ଓ ଜଳସେଚିତ ଜମିର ରୁଆ ହୋଇଥିବା ଧାନ ଗଛ ସହ ଜମି ଶୁଖିଯାଇ ମରୁଡି ପରିସ୍ଥିତି ଦେଖା ଦେଇଥିଲା । ପରବର୍ତ୍ତୀ ସମୟରେ ଲଘୁଚାପ ଜନିତ ଲଗାଣ ବର୍ଷା ହେବା ପରେ ବିଳମ୍ବରେ ଢିପ ଜମିରେ ରୁଆ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏବେ ଲଗାଣ ବର୍ଷା ଲାଗି ରହି ଥିବାରୁ ଫସଲରେ ରୋଗପୋକ ଲାଗି ଚାଷ ନଷ୍ଟ ହେବାରେ ଲାଗିଛି।

ଚାଷୀ ମୁଣ୍ଡରେ ଚଡକ, ରୋଗ ପୋକ ଦାଉରେ ପଦା ହେଉଛି ସୁନାର ଫସଲ

ନବରଙ୍ଗପୁର ସଦର ବ୍ଲକ ଅନ୍ତର୍ଗତ ତାରାଗାଁ ଗ୍ରାମର ଚାଷୀ ରାଜେଶ ବିଷୋୟୀ କହିଛନ୍ତି। ଜଣେ ଚାଷୀ ନିଜସ୍ୱ ଓ ଋଣ କରି ନିଜ ୩ ଏକର ଜମିରେ ଚାଷ କରିଛନ୍ତି । ଏବେ ତାଙ୍କ ଜମିରେ ପତ୍ର ପୋଡା ରୋଗ ଲାଗି ଫସଲ ନଷ୍ଟ ହେବାକୁ ବସିଛି । ସେ ଋଣ କିପରି ପରିଶୋଧ କରିବେ ସେ ଚିନ୍ତା ଘାରିଛି । ଫସଲ ଜମିରେ ଔଷଧ ଛିଞ୍ଚନ କଲେ ମଧ୍ୟ୍ୟ କୌଣସି ଫଳପ୍ରଦ ହେଉନଥିବା ସେ ମତ ପ୍ରକାଶ କରିଛନ୍ତି । ସେହିପରି ତାରାଗାଁ ଗ୍ରାମର ଅନେକ ଚାଷୀଙ୍କ ଫସଲରେ ଏବେ ପତ୍ର ପୋଡା ବା ବ୍ଲାଷ୍ଟ ରୋଗ ମାଡି ବସିଛି । ଯାହାଦ୍ୱାରା ଚିନ୍ତାରେ ପଡିଯାଇଛନ୍ତି ଚାଷୀ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details