ନବରଙ୍ଗପୁର :ଦିନକୁ ଦିନ ବଢିବାରେ ଲାଗିଛି ରାଜ୍ଯରେ ନକଲି କାରବାର । କେଉଁଠି ନକଲି ଘିଅ କାରଖାନା ଠାବ ହେଉଛି ତ ଆଉ କେଉଁଠି ନକଲି ସସ ଓ ସଫ୍ଟ ଡ୍ରିଙ୍କ କାରଖାନା ଉପରେ ଚଢାଉ କରାଯାଇଛି । ଏବେ ପୁଣି ନବରଙ୍ଗପୁରରେ ନକଲି କେଶ କଳା ରଙ୍ଗ ଜବତ ହୋଇଛି । ପୋଲିସ ଦୋକାନ ଉପରେ ଚଢାଉ କରି ବିପୁଳ ପରିମାଣର ରଙ୍ଗ ଜବତ କରିଛି ।
ନକଲି କେଶ କଳା ରଙ୍ଗ ଜବତ, 2 ଅଟକ - hair colour
ଦିନକୁ ଦିନ ବଢିବାରେ ଲାଗିଛି ରାଜ୍ଯରେ ନକଲି କାରବାର । ନବରଙ୍ଗପୁରରୁ ନକଲି କେଶ କଳା ରଙ୍ଗ ଜବତ। ଅଧିକ ପଢନ୍ତୁ...
ନକଲି କେଶ କଳା ରଙ୍ଗ ଜବତ,2 ଅଟକ
ନକଲି କେଶ କଳା ରଙ୍ଗ ଜବତ,2 ଅଟକ
ଏହାସହ ସ୍ଥାନୀୟ ପୁରୁଣା ବ୍ୟାଙ୍କ ରୋଡ଼ସ୍ଥିତ ଅରୁଣ ଫାନ୍ସି ଷ୍ଟୋରର ମାଲିକ ଅରୁଣ ବଂସଲ ଓ କୋଣ୍ଡାଗାଁ ରୋଡ଼ର ମାସା ଅଲ୍ଲାହା ଫାନସି ଷ୍ଟୋରର ମାଲିକ ଶୈଖ ମିଥୁନକୁ ଉମରକୋଟ ପୋଲିସ ଅଟକ ରଖିଛି । ଏମାନଙ୍କୁ ଅଟକ ରଖି ପଚରାଉଚରା କରୁଛି । ଜବତ ହୋଇଥିବା ସାମଗ୍ରୀର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣା ପଡିଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ