ନବରଙ୍ଗପୁର: ସରକାରୀ ସ୍ଥାନରେ ଗଢି ଉଠିଥିବା ଜବରଦଖଲକୁ ଉଚ୍ଛେଦ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଥିବା 18ଟି ଅସ୍ଥାୟୀ ଦୋକାନ ଗୃହକୁ ଜିଲ୍ଲା ପ୍ରଶାସନ ଉଚ୍ଛେଦ କରିଛି । ଗତ କିଛି ବର୍ଷ ହେଲାଣି ସ୍ଥାନୀୟ ଲୋକେ ସରକାରୀ ଜାଗାକୁ ଜବରଦଖଲ କରି ଦୋକାନ ଘର ନିର୍ମାଣ କରିଥିଲେ ।
ଜବରଦଖଲ ଉଚ୍ଛେଦ: ପରିବାର ପ୍ରତିପୋଷଣ ନେଇ ବ୍ୟବସାୟୀଙ୍କ ଚିନ୍ତା - drive
ସରକାରୀ ଜମିରେ ଦୀର୍ଘ ଦିନରୁ ଗଢି ଉଠିଥିବା ଦୋକାନ ଘରକୁ ଜବରଦଖଲ କରିଛି ଜିଲ୍ଲା ପ୍ରଶାସନ । 18ଟି ଦୋକାନ ଗୃହ ଉଚ୍ଛେଦ ହୋଇଥିଲା ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
ମାତ୍ର 7 ଦିନ ନୋଟିସ୍ ଦେବା ପରେ ପ୍ରଶାସନ ଜବରଦଖଲ ଉଚ୍ଛେଦ କରିଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ଦୋକାନ ଦ୍ବାରା ଅନେକ ପରିବାର ପ୍ରତିପୋଷଣ କରୁଥିଲ । ହଠାତ୍ ପ୍ରଶାସନ ଭାଙ୍ଗି ଦେବାରୁ ବର୍ତ୍ତମାନ ସେମାନେ କିପରି ଚଳିବେ ବୋଲି ପ୍ରଶ୍ନ କରିଛନ୍ତି । ସେପଟେ ଜବରଦଖଲ ବେଳେ କୌଣସି ଅପ୍ରୀତିକର ପରିସ୍ଥିତି ନ ଘଟେ, ସେଥିପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ