ଓଡିଶା

odisha

ETV Bharat / state

ମିଲ ମାଲିକଙ୍କୁ ଆକ୍ରମଣ: ମିଲର୍ସଙ୍କ ମଣ୍ଡି ବର୍ଜନ, ଚାଷୀ ହତାଶ - nabarangpur mandi disturbance

ନବରଙ୍ଗପୁରରେ ଥିବା ମଣ୍ଡିରେ ଅଚଳାବସ୍ଥା। ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳଗୁମ୍ମା ମଣ୍ଡିରେ ମିଲରଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦ କରି ଧାନ ଉଠାଇନାହାଁନ୍ତି ମିଲର୍ସ। ଯାହା ଫଳରେ ହଇରାଣ ହେଉଛନ୍ତି ଚାଷୀ।

nabarangpur mandi
ମିଲ ମାଲିକଙ୍କୁ ଆକ୍ରମଣର ପ୍ରତିବାଦ, ମଣ୍ଡି ବର୍ଜନ କଲେ ମିଲର୍ସ

By

Published : Dec 8, 2019, 6:17 PM IST

ନବରଙ୍ଗପୁର: ଜିଲ୍ଲାରେ ଥିବା ମଣ୍ଡିରେ ଅଚଳାବସ୍ଥା। ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳଗୁମ୍ମା ମଣ୍ଡିରେ ମିଲରଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦ କରି ଧାନ ଉଠାଇ ନାହାଁନ୍ତି ମିଲର୍ସ। ଆକ୍ରମଣକାରୀଙ୍କୁ ଗିରଫ ଦାବି ସହ ମଣ୍ଡିରେ ମିଲରଙ୍କୁ ସୁରକ୍ଷା ଦେବା ଦାବି କରି ମଣ୍ଡି ବର୍ଜନ କରିଛନ୍ତି ସେମାନେ।

ଗତକାଲି ଅଞ୍ଚଳଗୁମ୍ମା ମଣ୍ଡିରେ କୌଣସି କାରଣକୁ ନେଇ ରାଇସ ମିଲ ମାଲିକ ବି. ପରମେଶ୍ବର ଗୁପ୍ତାଙ୍କ ସହ ମଣ୍ଡିକୁ ଧାନ ବିକିବାକୁ ଆସିଥିବା ଚିତ୍ରକୋଟ ଗ୍ରାମର ଚାଷୀ ଶଶି ଭାନୁ ବିଷୋୟୀଙ୍କ ବଚସା ହୋଇଥିଲା। ସେଠାରେ ଉପସ୍ଥିତ ଚାଷୀଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

ମିଲ ମାଲିକଙ୍କୁ ଆକ୍ରମଣ: ମଣ୍ଡି ବର୍ଜନ କଲେ ମିଲର୍ସ, ଚାଷୀ ହତାଶ

ପରେ ସନ୍ଧ୍ୟାରେ ଶଶି ଭାନୁଙ୍କ ପୁଅ ବିରଞ୍ଚି ବିଷୋୟୀ ମଣ୍ଡିକୁ ଆସିବା ସହ ବି. ପରମେଶ୍ବର ଗୁପ୍ତାଙ୍କୁ ଆକ୍ରମଣ କରି ଧମକ ଦେଇଥିବା ଅଭିଯୋଗ ହୋଇଛି । ଏନେଇ ମିଲ ମାଲିକ ତେନ୍ତୁଳିଖୁଣ୍ଟି ଥାନାରେ ଏତଲା ଦାଏର କରିଛନ୍ତି।

ସେପଟେ ଏହି ଆକ୍ରମଣର ପ୍ରତିବାଦ କରି ମିଲର ମଣ୍ଡି ବର୍ଜନ କରିବା ସହିତ ଅଭିଯୁକ୍ତକୁ ଗିରଫ କରିବାକୁ ଦାବି କରିଛନ୍ତି। ଅନ୍ୟପକ୍ଷରେ ମଣ୍ଡିରେ ଧାନ କିଣା ହେଉ ନଥିବାରୁ ଚାଷୀ ହଇରାଣ ହେଉଥିବାରୁ ମିଲ ମାଲିକଙ୍କ ସହ ଆଲୋଚନା କରି ତୁରନ୍ତ ମଣ୍ଡିରୁ ଧାନ ଉଠାଇବାକୁ ସେମାନେ କହିଛନ୍ତି।

ନବରଙ୍ଗପୁରରୁ ତପନ ବିଶୋୟୀ, ଇଟିଭି ଭାରତ

ABOUT THE AUTHOR

...view details