ଓଡିଶା

odisha

ETV Bharat / state

ଭର୍ଚୁଆଲରେ ଜିଲ୍ଲାସ୍ତରୀୟ ନୋଡାଲ ବୈଠକ ଅନୁଷ୍ଠିତ - ଭର୍ଚୁଆଲ ମାଧ୍ୟମରେ ଜିଲ୍ଲାସ୍ତରୀୟ ନୋଡାଲ ବୈଠକ ଅନୁଷ୍ଠିତ

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ନୋଡାଲ ବୈଠକ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ । ଜିଲ୍ଲାରେ ବନ୍ୟା ବାତ୍ୟା ହେଉକି ନ ହେଉ ଆଗାମୀ ବର୍ଷା ଋତୁ ଶେଷ ପର୍ଯ୍ୟନ୍ତ ସଜାଗ ରହିବା ଉପରେ ଗୁରୁତ୍ୱ ଦିଆଯାଇଛି । ଅଧିକ ପଢନ୍ତୁ...

district level virtual meeting will be held in Nabarangpur
ଭର୍ଚୁଆଲ ମାଧ୍ୟମରେ ଜିଲ୍ଲାସ୍ତରୀୟ ନୋଡାଲ ବୈଠକ ଅନୁଷ୍ଠିତ

By

Published : Jun 18, 2021, 4:28 PM IST

ନବରଙ୍ଗପୁର: ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ନୋଡାଲ ବୈଠକ ଭର୍ଚୁଆଲରେ ଅନୁଷ୍ଠିତ । ଜିଲ୍ଲାରେ ବନ୍ୟା ବାତ୍ୟା ହେଉକି ନ ହେଉ ଆଗାମୀ ବର୍ଷା ୠତୁ ଶେଷ ପର୍ଯ୍ୟନ୍ତ ସଜାଗ ରହିବା ଉପରେ ଗୁରୁତ୍ୱ ଦିଆଯାଇଛି ।

ଭର୍ଚୁଆଲ ମାଧ୍ୟମରେ ଜିଲ୍ଲାସ୍ତରୀୟ ନୋଡାଲ ବୈଠକ ଅନୁଷ୍ଠିତ
ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ନୋଡାଲ ବୈଠକ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଅଛି । ବିଶେଷ କରି ଏହି ବୈଠକରେ ଜିଲ୍ଲାରେ ବନ୍ୟା ବାତ୍ୟା ଭଳି ପରିସ୍ଥିତି ସୃଷ୍ଟି ହେଉ କି ନ ହେଉ, ଆଗାମୀ ବର୍ଷା ଋତୁ ଶେଷ ପର୍ଯ୍ୟନ୍ତ ଚବିଶ ଘଣ୍ଟା ସତର୍କ ରହିବା ପାଇଁ ଜିଲ୍ଲାପାଳ ଡଃ ମିଶ୍ର ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଥିବା କୋଭିଡ ସଂକ୍ରମଣ ସମ୍ପର୍କରେ ବ୍ଲକୱାରୀ ସମୀକ୍ଷା କରାଯାଇଥିଲା । ଜିଲ୍ଲାରେ ବ୍ୟାପକ ଟୀକାକରଣ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ଚୌଧୁରୀ ଶୋଭାରଣୀ ମିଶ୍ରଙ୍କୁ ପରାମର୍ଶ ଦେଇଥିଲେ । ଟୀକାକରଣ ଜନିତ ଗୁଜବ ଏବଂ ଅନ୍ଧବିଶ୍ୱାସର ପ୍ରତିହିତ ସୃଷ୍ଟି କରିବା ଏବଂ ଗ୍ରାମାଞ୍ଚଳରେ ଟୀକାକରଣରୁ ଯେପରି କେହି ବାଦ ନ ପଡନ୍ତି, ସମସ୍ତଙ୍କୁ ଟୀକାକରଣ ନିମନ୍ତେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ନିର୍ବାଚିତ ପ୍ରତିନିଧି, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲ୍ଲା ନୋଡାଲ ଅଧିକାରୀ, ସମନ୍ୱିତ ଶିଶୁ ବିକାଶ ଅଧିକାରୀ, ଆଶା, ଅଙ୍ଗନବାଡି, ଏ ଏନ ମ ଦିଦି, ସମ୍ପୃକ୍ତ ଡାକ୍ତର ଏବଂ ମହିଳା ମଣ୍ଡଳ, ବେସରକାରୀ ସଂସ୍ଥାଙ୍କୁ ନେଇ ଏକ ସଚେତନତା ବୈଠକ ଅଭାସି ମାଧ୍ୟମରେ ଆୟୋଜନ କରି ପରାମର୍ଶ ଦେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।

ରାଜ୍ୟ ସରକାରଙ୍କ ନିଷ୍ପତି କ୍ରମେ ଅନୁସନ୍ଧାନ, ପରୀକ୍ଷା, ଚିକିତ୍ସାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଉମରକୋଟ ଠାରୁ ରାଇଘର ପର୍ଯ୍ୟନ୍ତ ରାସ୍ତାର ମଧ୍ୟରେ ଥିବା ଖାଲ ଖମାରର ଆବଶ୍ୟକ ମରାମତି କରିବା ପାଇଁ ସମ୍ପୃକ୍ତ ନିର୍ବାହି ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନୀତି ଆୟୋଗ ଦ୍ୱାରା ସ୍ଥିରୀକୃତ ହୋଇଥିବା ବିଦ୍ୟାଳୟରେ ସ୍ମାର୍ଟ ଶ୍ରେଣୀଗୃହ ବ୍ୟତୀତ ଅଧିକନ୍ତୁ ଆଉ ଦୁଇଟି ସ୍ମାର୍ଟ ଶ୍ରେଣୀଗୃହ ସମ୍ପୃକ୍ତ ବିଦ୍ୟାଳୟରେ ନିର୍ମାଣ କରିବା ପାଇଁ ସଂପୃକ୍ତ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।

ଜିଲ୍ଲାରେ ନିର୍ଦ୍ଧାରିତ ବୃକ୍ଷ ରୋପଣ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ନିମନ୍ତେ ବିଭାଗୀୟ ସଂପୃକ୍ତ ଅଧିକାରୀମାନଙ୍କୁ ଜିଲ୍ଲାପାଳ ଡଃ ମିଶ୍ର ନିର୍ଦ୍ଦେଶ ଦେଇଥିଲେ ।

ଏହି ବୈଠକରେ ନୋଡାଲ ଅଧିକାରୀ, ପିଡି ଡିଆରଡିଏ ରମାକାନ୍ତ ନାୟକ, ଅତିରିକ୍ତ ଜିଲ୍ଲାପାଳ, ରତ୍ନାକର ସାହୁ, ଉପ ଜିଲ୍ଲାପାଳ ଭାସ୍କର ରୋଇତ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ, ମୌସୁମୀ ନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ, ପବିତ୍ର ମୋହନ ପ୍ରଧାନ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ଶିଶିର କୁମାର ପାଣି, ଜିଲ୍ଲା ଶ୍ରମ ଅଧିକାରୀ, ନରେନ୍ଦ୍ର କୁମାର ଗାଇପାଇ, ଉପମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଓଡ଼ିଆ ଗ୍ରାମୀଣ ଉନ୍ନତି ଓ ବିପଅଣ ସଂସ୍ଥା, ଉମା ମହେଶ, ଜିଲ୍ଲା ନିୟୋଜନ ଅଧିକାରୀ, ତତ୍ତ୍ୱମସି ମହାପାତ୍ରଙ୍କ ବ୍ୟତୀତ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଚୌଧୁରୀ ଶୋଭାରାଣୀ ମିଶ୍ର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ମେହେରୁ ମିଶା ବେଗମ, ଜିଲ୍ଲା ଶିକ୍ଷା ଅଧିକାରୀ, ଚନ୍ଦ୍ରଶେଖର ପାଣିଗ୍ରାହୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପଞ୍ଚାନନ ପଣ୍ଡା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ହଳଧର ନିହାଲ, ଜିଲ୍ଲା ଯୋଗାଣ ଅଧିକାରୀ, ସଂଜୀବ କୁମାର ସାହୁ, ନିର୍ବାହୀ ଯନ୍ତ୍ରୀ, ରାସ୍ତା ଓ ଗୃହ ନିର୍ମାଣ, ପ୍ରଫୁଲ୍ଲ କୁମାର ମିଶ୍ର, ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ନିର୍ମାଣ ବିଭାଗ, ଜେନେରାଲ ମ୍ୟାନଜେର, ଜିଲ୍ଲା ଶିଳ୍ପ କେନ୍ଦ୍ର, ଏ ବାଣେଶ୍ୱର ରାଓ ସୁବୁଦ୍ଧି, ଜିଲ୍ଲାର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ସହିତ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଗଣ ଯୋଗ ଦେଇଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଈଟିଭି ଭାରତ

ABOUT THE AUTHOR

...view details