ଓଡିଶା

odisha

ETV Bharat / state

ନବରଙ୍ଗପୁରରେ ଜିଲ୍ଲାସ୍ତରୀୟ ଦକ୍ଷତା ବିକାଶ ତାଲିମ ଶିବିର - ଗ୍ରାମ୍ୟ ଉନ୍ନୟନ ସଂସ୍ଥା ବୈଠକ ଗୃହ

ନବରଙ୍ଗପୁର ଜିଲ୍ଲା ଶିଶୁସୁରକ୍ଷା ୟୁନିଟ ଆନୁକୁଲ୍ଯରେ ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା କିଶୋର କିଶୋରୀମାନଙ୍କ ନିମନ୍ତେ ଜିଲ୍ଲାସ୍ତରୀୟ ଦକ୍ଷତା ବିକାଶ ତାଲିମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ବୈଠକ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

ନବରଙ୍ଗପୁରରେ ଅନୁଷ୍ଠିତ ହୋଇଯାଇଛି ଜିଲ୍ଲାସ୍ତରୀୟ ଦକ୍ଷତା ବିକାଶ ତାଲିମ ଶିବିର
ନବରଙ୍ଗପୁରରେ ଅନୁଷ୍ଠିତ ହୋଇଯାଇଛି ଜିଲ୍ଲାସ୍ତରୀୟ ଦକ୍ଷତା ବିକାଶ ତାଲିମ ଶିବିର

By

Published : Aug 10, 2021, 11:28 AM IST

ନବରଙ୍ଗପୁର: ଅନୁଷ୍ଠିତ ହୋଇଯାଇଛି ଜିଲ୍ଲାସ୍ତରୀୟ ଦକ୍ଷତା ବିକାଶ ତାଲିମ ଶିବିର । ନବରଙ୍ଗପୁର ଜିଲ୍ଲା ଶିଶୁସୁରକ୍ଷା ୟୁନିଟ ଆନୁକୂଲ୍ଯରେ ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା କିଶୋର କିଶୋରୀମାନଙ୍କ ନିମନ୍ତେ ଜିଲ୍ଲାସ୍ତରୀୟ ଦକ୍ଷତା ବିକାଶ ତାଲିମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ବୈଠକ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରତ୍ନାକର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ତାଲିମ ଶିବିରରେ ଅଧାରୁ ପାଠ ଛାଡିଥିବା ଓ ବାଲ୍ୟ ବିବାହରୁ ରୋକାଯାଇଥିବା ଜିଲ୍ଲାରୁ ମୋଟ ୮୫ ଜଣ କିଶୋର କିଶୋରୀ ଯୋଗ ଦେଇଥିଲେ । ଏବଂ ପଲିଟେକ୍ନିକ ଶିକ୍ଷାର ଉପକାରିତା ଓ ଦକ୍ଷତା ବିକାଶ ଶିକ୍ଷା ସମାପ୍ତି ପରେ ନିଯୁକ୍ତି ଦେବାର ସୁବିଧା ସୁଯୋଗ ଉପରେ ବିସ୍ତୃତ ଭାବରେ ପ୍ରଶିକ୍ଷଣ ନେଇଥିଲେ ।

ନବରଙ୍ଗପୁରରେ ଅନୁଷ୍ଠିତ ହୋଇଯାଇଛି ଜିଲ୍ଲାସ୍ତରୀୟ ଦକ୍ଷତା ବିକାଶ ତାଲିମ ଶିବିର

ପ୍ରାରମ୍ଭରେ ପ୍ରକଳ୍ପ ନିର୍ଦ୍ଦେଶକ ସାହୁ ସମସ୍ତ କିଶୋର କିଶୋରୀମାନଙ୍କୁ ନିଜ ପ୍ରଚେଷ୍ଟାରେ ନିଜର ବାଲ୍ୟବିବାହକୁ ରୋକି ଥିବାରୁ ସେମାନଙ୍କୁ ଧନ୍ୟବାଦ ଦେଇ ଶିକ୍ଷାର ବିକଳ୍ପରେ ସ୍ବାବଲମ୍ବୀ ହେବା ସହିତ ଆଗାମୀ ଦିନରେ ଆର୍ଥକ ସ୍ଥିତି ମଜବୁତ କରିବା ପାଇଁ ମତବ୍ୟକ୍ତ କରିଥିଲେ । ପରେ ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା କିଶୋର କିଶୋରୀ ମାନଙ୍କ ନିମନ୍ତେ ଏହି ତାଲିମ ସହାୟକ ହେବା ସହିତ ଏହା କର୍ମ ନିଯୁକ୍ତିର ଉତ୍ତମ ମାର୍ଗ ଦେଖାଇବ ବୋଲି ମତ ବ୍ୟକ୍ତ କରିଥଲେ । ପରେ ପରେ ଓରମାସ ତରଫରୁ ଶିବାନୀ ଏଜୁକେସନ ଚାରିଟେବୁଲ ଟ୍ରଷ୍ଟର ଅମ୍ବିକା ରଥ, ସରକାରଙ୍କର ବିଭିନ୍ନ ଯୋଜନା ଉପରେ ଆଲୋଚନା କରିଥିଲେ ।

ତାଲିମ ଶେଷରେ ଜିଲ୍ଲାର ୮୦ ଜଣ ଝିଅ ଓ ୫ ଜଣ ପୁଅଙ୍କୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ତରଫରୁ ତାଲିମ ନେବାପାଇଁ ଶିବିରରେ ସମ୍ମତି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆକ୍ସନଏଡର ଜିଲ୍ଲା ପରାମର୍ଶଦାତା ଫକୀର ଚରଣ ରାଉତ, ସିଡିପିଓ ନିବାସିନୀ ବିଶ୍ଵାଳ, ଦୀପ୍ତି ରାଣୀ ସିଂ, ସଞ୍ଜୁକ୍ତା ବେହେରା ଓ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ନିଜ ନିଜର ବକ୍ତବ୍ୟରେ ଉପସ୍ଥିତ ଥିବା କିଶୋର କିଶୋରୀମାନକୁ ଦକ୍ଷତା ବିକାଶ ତାଲିମର ବିଭିନ୍ନ ଦିଗ ଉପରେ ଉତ୍ସାହିତ କରିଥିଲେ ।


ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details