ଓଡିଶା

odisha

ETV Bharat / state

ଜିଲ୍ଲାସ୍ତରୀୟ ରାଜସ୍ବ ସମୀକ୍ଷା ବୈଠକ; ଚୋରା ଚାଲାଣ ରୋକିବାକୁ ଫୋକସ୍‌

ନବରଙ୍ଗପୁର ଜିଲ୍ଲାରେ ଜିଲ୍ଲାସ୍ତରୀୟ ମାସିକ ରାଜସ୍ବ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଚୋରା ଚାଲାଣ ରୋକିବା ପାଇଁ ବ୍ୟାପକ ଯାଞ୍ଚ କରି ରାଜସ୍ବ ଆଦାୟ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

By

Published : Jul 14, 2021, 10:07 AM IST

ଜିଲ୍ଲାସ୍ତରୀୟ ରାଜସ୍ବ ସମୀକ୍ଷା ବୈଠକ
ଜିଲ୍ଲାସ୍ତରୀୟ ରାଜସ୍ବ ସମୀକ୍ଷା ବୈଠକ

ନବରଙ୍ଗପୁର: ଜିଲ୍ଲାରେ ଜିଲ୍ଲାସ୍ତରୀୟ ମାସିକ ରାଜସ୍ବ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଅଧକ୍ଷତା କରିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ଅଜିତ କୁମାର ମିଶ୍ର । ଭର୍ଚୁଆଲ ଜରିଆରେ ଏହି ବୈଠକ ଅନୁଷ୍ଠିତ ହୋଇଛି ।

ଜିଲ୍ଲାର ବିଭିନ୍ନ ରାଜସ୍ବ ମାମଲା ଗୁଡିକ ନିର୍ଦ୍ଧାରିତ ଧାର୍ଯ୍ୟ ସମୟସୀମା ମଧ୍ୟରେ ଫଇସଲା କରିବା ପାଇଁ ଜିଲ୍ଲାପାଳ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେବା ସହ ସମସ୍ତ ସୌରାତ ମାମଲା ଗୁଡିକର ଶୀଘ୍ର ଫଇସଲା କରି ଚୋରା ଚାଲାଣ ରୋକିବା ପାଇଁ ବ୍ୟାପକ ଯାଞ୍ଚ କରି ରାଜସ୍ବ ଆଦାୟ କରିବାକୁ କହିଛନ୍ତି । ସରକାରୀ ଅଧିକାରୀ ଏବଂ ସରକାର କର୍ମଚାରୀଙ୍କ ସେବା ପୁସ୍ତକକୁ ଅତିଶୀଘ୍ର e- ସେବା ପୁସ୍ତକରେ ଆସନ୍ତା ୧୫ ତାରିଖ ସୁଦ୍ଧା ପରିଣତ କରିବା ନିମନ୍ତେ ଜିଲ୍ଲାପାଳ ଡଃ ମିଶ୍ର ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଚଳିତ ବର୍ଷ ଖରିଫ ଧାନ ଚାଷର ସଠିକ ଆକଳନ କରି ଚାଷୀମାନଙ୍କୁ ପଞ୍ଜିକୃତ କରିବା ପାଇଁ ଵିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଜଙ୍ଗଲ ଜମିଗୁଡିକ ଠିକ ଭାବରେ ଚିହ୍ନଟ କରିବା ପରେ ଆବଶ୍ୟକୀୟ ସଂଶୋଧନ କରି ହିତାଧିକାରୀଙ୍କୁ ପଟ୍ଟା ପ୍ରଦାନ କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ହୋଇଛି । ସହିଦଙ୍କ ଉତ୍ତରାଧିକାରୀଙ୍କୁ ସରକାରଙ୍କ ନିୟମ ଅନୁଯାୟୀ ତୁରନ୍ତ ଜମି ଯୋଗାଇ ଦେବା ବିଷୟରେ ଜିଲ୍ଲାପାଳ ଡ଼ଃ ମିଶ୍ର ଗୁରୁତ୍ବାରୋପ କରିଛନ୍ତି ।

ଆୟୋଜିତ ସମୀକ୍ଷା ବୈଠକରେ ପ୍ରକଳ୍ପ ନିର୍ଦେଶକ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ,ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।


ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details