ଓଡିଶା

odisha

ETV Bharat / state

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ବୈଠକ ଅନୁଷ୍ଠିତ - Covid infection

ସଂକ୍ରମଣକୁ ଦୃଷ୍ଟିରେ ରଖି ଭର୍ଚୁଆଲ ମାଧ୍ୟମରେ ବୈଠକ ଅନୁଷ୍ଠିତ । ଲକଡାଉନ୍ ସମୟରେ କିଭଳି ସୂଚାରୁରୂପେ କାର୍ଯ୍ୟ ସମ୍ପାଦନ ହେବ ସେନେଇ ବିଭିନ୍ନ ବିଭାଗକୁ ଜିଲ୍ଲାପାଳଙ୍କ ପରାମର୍ଶ । ଅଧିକ ପଢନ୍ତୁ...

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ବୈଠକ ଅନୁଷ୍ଠିତ
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ବୈଠକ ଅନୁଷ୍ଠିତ

By

Published : May 5, 2021, 7:11 AM IST

ନବରଙ୍ଗପୁର: କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ବୈଠକ । ନବରଙ୍ଗପୁର ଡ଼ଃ ଅଜିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ନୋଡାଲ ବୈଠକ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ବିଶେଷ କରି ଏହି ବୈଠକରେ ନବରଙ୍ଗପୁର ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଥିବା କୋଭିଡ ସଂକ୍ରମଣ ସମ୍ପର୍କରେ ବ୍ଲକ୍ ୱାରୀ ସମୀକ୍ଷା କରାଯାଇଥିଲା। ଜିଲ୍ଲା ନୋଡାଲ ଅଧିକାରୀ ମାନେ ଜିଲ୍ଲାର ସମସ୍ତ କୋଭିଡ କେୟାର ସେଣ୍ଟର (CCC) ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ ପରିଦର୍ଶନ କରି କେତେ ଅକ୍ସିଜେନ ମହଜୁଦ ଅଛି, ଆମ୍ବୁଲାନ୍ସର ପରିସ୍ଥିତି, ମୃତ ବ୍ୟକ୍ତିଙ୍କ ଅନ୍ତିମ ସତ୍କାର କିଭଳି ହେବ, ହସ୍ପିଟାଲରେ ଠିକ ସମୟରେ ରୋଗୀଙ୍କୁ ଖାଦ୍ୟ ଯୋଗାଇବା, ଖାଦ୍ୟର ଗୁଣବତ୍ତା, ହସ୍ପିଟାଲରେ ସଫାସୁତୁରା ଇତ୍ୟାଦି ବିଷୟରେ ତଦାରତ କରିବା ପାଇଁ ବିସ୍ତୃତ ଆଲୋଚନା ହୋଇଥିଲା । ପ୍ରତ୍ୟେକ ବ୍ଲକ କାର୍ଯ୍ୟାଳୟରେ ଚବିଶ ଘଣ୍ଟା ନିୟନ୍ତ୍ରଣ କକ୍ଷ ଖୋଲିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ବୈଠକ ଅନୁଷ୍ଠିତ

କୋଭିଡ କେୟାର ସେଣ୍ଟରେ ମାନଙ୍କରେ ହେଲ୍ପଡେସ୍କ ଖୋଲିବା ସହିତ ଲକଡାଉନ ସମୟରେ ପ୍ରବାସୀ ଓଡ଼ିଆଙ୍କ ଆଗମନକୁ ଦୃଷ୍ଟିରେ ରଖି ଟିଏମସି (TMC) ଗୁଡ଼ିକୁ ସଜାଗ ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଯେଉଁ କୋଭିଡ ରୋଗୀ ଘରେ ରହି ଚିକିତ୍ସିତ ହେଉଛନ୍ତି, ସେମାନଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପନ କରି ସୁବିଧା ଅସୁବିଧା ବୁଝିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।


ଏହି ବୈଠକରେ ନୋଡାଲ ଅଧିକାରୀ, ପିଡି ଡିଆରଡିଏ ରମାକାନ୍ତ ନାୟକ, ଉପ-ଜିଲ୍ଲାପାଳ ଭାସ୍କର ରୋଇତ, ଏପିଡ଼ି ଡିଆରଡିଏ (ଏଡିଏମଏନ )ରତ୍ନାକର ସାହୁ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ, ମୌସୁମୀ ନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକଙ୍କ ବହୁ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details