ଓଡିଶା

odisha

ETV Bharat / state

ଜିଲ୍ଲା ସାମ୍ବାଦିକ ସଂଘର ବୈଠକ ଓ ସଚେତନତା କାର୍ଯ୍ୟକ୍ରମ - ମୋଟରଯାନ ଆଇନ

ନବରଙ୍ଗପୁର ଜିଲ୍ଲା ସାମ୍ବାଦିକ ସଂଘ (ଓୟୁଜେ) କର୍ଯ୍ୟକାରିଣୀ ବୈଠକ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହା ସହ ବୃକ୍ଷରୋପଣ ଓ ମୋଟରଯାନ ଆଇନ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଛି । ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।

ଫୋଟ ସୌଜନ୍ୟ : ସମ୍ବାଦଦାତା,ନବରଙ୍ଗପୁର

By

Published : Sep 18, 2019, 7:37 PM IST

Updated : Sep 18, 2019, 9:17 PM IST

ନବରଙ୍ଗପୁର: ଚନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲା ସାମ୍ବାଦିକ ସଂଘ (ଓୟୁଜେ) କାର୍ଯ୍ୟକାରିଣୀ ବୈଠକ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବୃକ୍ଷରୋପଣ ଓ ମୋଟରଯାନ ଆଇନ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ନବରଙ୍ଗପୁର
ଜିଲ୍ଲା ସାମ୍ବାଦିକ ସଂଘ (ଓୟୁଜେ) ସଭାପତି ସୁଶାନ୍ତ କୁମାର ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଯୋଗ ଦେଇ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ସାମ୍ବାଦିକ ସଂଘ ଙ୍କ ମିଳିତ ଉଦ୍ୟମରେ ବୃକ୍ଷରୋପଣ କରାଯିବା ସହ ନୂତନ ଭାବେ ଲାଗୁ ହୋଇଥିବା ମୋଟରଯାନ ଆଇନ ସମ୍ପର୍କରେ ଲୋକଙ୍କୁ ସଚେତନ କରିଛନ୍ତି ।

ସାଂସଦ ଜିଲ୍ଲା ସାମ୍ବାଦିକ ସଂଘ (ଓୟୁଜେ) କିପରି ସୁଦୃଢ଼ ହେବା ସହ ଜିଲ୍ଲାବାସୀଙ୍କ ସେବା ଓ ସାମ୍ବାଦିକ ମାନଙ୍କ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଛନ୍ତି । ଏହି ବୈଠକରେ ଜିଲ୍ଲା ସାମ୍ବାଦିକ ସଂଘ (ଓୟୁଜେ) ରେ କେତେକ ନୂତନ ସାମ୍ବାଦିକ ଯୋଗ ଦେଇଛନ୍ତି ।

ନବରଙ୍ଗପୁର ତପନ ବିଷୋୟୀ,ଇଟିଭି ଭାରତ

Last Updated : Sep 18, 2019, 9:17 PM IST

ABOUT THE AUTHOR

...view details