ନବରଙ୍ଗପୁର: ପଡୋଶୀ ରାଜ୍ୟ ଛତିଶଗଡରେ କୋରୋନାର ନୂଆ ଷ୍ଟ୍ରେନ ବ୍ୟାପୁଥିବାରୁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଅଧିକ ସତର୍କ ହୋଇଛି । କୋରୋନା ସଂକ୍ରମଣକୁ ରୋକିବା ପାଇଁ ଛତିଶଗଡ଼କୁ ସମସ୍ତ ପ୍ରକାର ଗାଡ଼ି ଚଳାଚଳ ଉପରେ କଟକଣା ଜାରି କରାଯାଇଛି ଏବଂ ବର୍ଡର ଚେକ୍ପୋଷ୍ଟକୁ ସିଲ କରାଯିବା ସହ ଯାଞ୍ଚ କଡାକଡି କରାଯାଉଛି ।
ନବରଙ୍ଗପୁର-ଛତିଶଗଡ ସୀମାରେ ଚେକିଂ କଡାକଡି - କୋରୋନା ନେଇ ସିମା ସିଲ
ପଡୋଶୀ ରାଜ୍ୟ ଛତିଶଗଡରେ କୋରୋନାର ନୂଆ ଷ୍ଟ୍ରେନ ବ୍ୟାପୁଥିବାରୁ ନବରଙ୍ଗପୁର ବର୍ଡର ଚେକପୋଷ୍ଟକୁ ସିଲ କରାଯାଇ କଡାକଡି ଯାଞ୍ଚ କରାଯାଉଛି। ଅଧିକ ପଢନ୍ତୁ...
ନବରଙ୍ଗପୁର-ଛତିଶଗଡ ସୀମାରେ ଚେକିଂ କଡାକଡି
ନବରଙ୍ଗପୁର-ଛତିଶଗଡ ସୀମାରେ ଚେକିଂ କଡାକଡି
ଉମରକୋଟର ଦଣ୍ଡସରା ଠାରେ ମଧ୍ୟ କଟକଣାକୁ କଡାକଡି କରାଯାଇଛି । ଚେକ୍ପୋଷ୍ଟ ଦେଇ ଆସୁଥିବା ଲୋକଙ୍କୁ ନେଗେଟିଭ ରିପୋର୍ଟ ମାଗିବା ସହ ନେଗେଟିଭ ରିପୋର୍ଟ ବା ଟିକା ସାର୍ଟିଫିକେଟ ନଥିଲେ ୭ ଦିନ କ୍ୱାରେଣ୍ଟାଇନ୍ରେ ରହିବାକୁ କୁହାଯାଉଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ