ଓଡିଶା

odisha

ETV Bharat / state

ବିସ୍ଥାପିତଙ୍କୁ କନ୍ଦାଉଛି ଇନ୍ଦ୍ରାବତୀ ପ୍ରକଳ୍ପ କାର୍ଯ୍ୟାଳୟ - displaced protest

୯ ଦଫା ଦାବି ନେଇ ଉପର ଇନ୍ଦ୍ରାବତୀ ପ୍ରକଳ୍ପ କାର୍ଯ୍ୟାଳୟକୁ ଘେରାଉ କଲେ ବିସ୍ଥାପିତ । ଅନୁଦାନ ଟଙ୍କା, ଜମିପଟ୍ଟା, ବିଦ୍ୟୁତ ସଂଯୋଗ, ରାସ୍ତା, ପାଣି ଏପରି ଅନେକ ସମସ୍ୟା ନେଇ ଦାବି କରିଛନ୍ତି ବିସ୍ଥାପିତ ପରିବାର ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ନବରଙ୍ଗପୁର

By

Published : Aug 16, 2019, 7:43 PM IST

ନବରଙ୍ଗପୁର: ଇନ୍ଦ୍ରାବତୀ ବିସ୍ଥାପିତ ଅଞ୍ଚଳବାସୀ ଆଜି ୯ ଦଫା ଦାବି ନେଇ ଉପର ଇନ୍ଦ୍ରାବତୀ ପ୍ରକଳ୍ପ କାର୍ଯ୍ୟାଳୟକୁ ଘେରାଉ କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି । ଇନ୍ଦ୍ରାବତୀ ବୁଡି ଅଞ୍ଚଳୀୟ ଗଣପରିଷଦ ସହ ସମ୍ପାଦକ ସୁଧୀର ସୁନାଙ୍କ ନେତୃତ୍ବରେ ଏକ ବିରାଟ ପଦଯାତ୍ରା ଖାତିଗୁଡ଼ା ଛକ ଠାରୁ ବାହାରି ଉପର ଇନ୍ଦ୍ରାବତୀ ପ୍ରକଳ୍ପ କାର୍ଯ୍ୟାଳୟରେ ପହଞ୍ଚିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ନବରଙ୍ଗପୁର

ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଦ୍ବାରା ବିସ୍ଥାପିତ ହୋଇଥିବା ପରିବାର ପାଇଥିବା ଅନୁଦାନ ଟଙ୍କା, ଜମିପଟ୍ଟା ,ବିଦ୍ୟୁତ ସଂଯୋଗ, ରାସ୍ତା,ପାଣି ଏପରି ଅନେକ ସମସ୍ୟା ଦାବି ବିସ୍ଥାପିତ ପରିବାରର ପୂରଣ ହୋଇନଥିବା ଅଭିଯୋଗ କରିଛନ୍ତି ବିସ୍ଥାପିତ ମାନେ ।

ପ୍ରକଳ୍ପ ପ୍ରଶାସନଙ୍କ ଦାୟିତ୍ବରେ ଥିବା ଅଧିକାରୀ ମାନେ କେତେକ ଦଲାଲଙ୍କ ସହ ମିଶି ବିସ୍ଥାପିତଙ୍କ ଠାରୁ ଲୁଟ କରିଛନ୍ତି। ତେଣୁ ଏହାର ତଦନ୍ତ ସହ ଅତିଶୀଘ୍ର ଉଚ୍ଚସ୍ତରୀୟ ବୈଠକ କରି ବିସ୍ଥାପିତ ପରିବାରର ସମସ୍ୟାର ସମାଧାନ ଦାବି କରିଛନ୍ତି । ଏନେଇ ଉପର ଇନ୍ଦ୍ରାବତୀ ପ୍ରକଳ୍ପ ସିସି ଗୋପାଳ ଚନ୍ଦ୍ର ଦାସ ଓ ପିଡି ଅକ୍ଷମିତା କାର୍ତ୍ତିକଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି।

ଏପରି ବାରମ୍ବାର ବିସ୍ଥାପିତ ମାନେ ଦାବି ଜଣେଇ ଆସୁଥିଲେ ମଧ୍ୟ ଅଣଦେଖା କରାଯାଉଛି । ବିସ୍ଥାପିତଙ୍କ ଦାବି ପୂରଣ ନ ହୁଏ ତାହେଲେ ଆଗାମୀ ଦିନରେ ଇନ୍ଦ୍ରାବତୀ ବୁଡ଼ି ଅଞ୍ଚଳୀୟ ଗଣପରିଷଦ ରାଜ ରାସ୍ତାରେ ଓହ୍ଲେଇବ ବୋଲି ଚେତାବନୀ ଦେଇଛନ୍ତି।

ନବରଙ୍ଗପୁରରୁ ତପନ ବିଷୋୟୀ,ଇଟିଭି ଭାରତ

ABOUT THE AUTHOR

...view details