ଓଡିଶା

odisha

ETV Bharat / state

ଶ୍ରମ ଅଧିକାରୀଙ୍କ ହସ୍ତକ୍ଷେପ: ମିଳିବ ବକେୟା ଟଙ୍କା, ଗ୍ରାଚୁଇଟି ଓ ଇପିଏଫ ବାବଦ ଅର୍ଥ - ଜିଲ୍ଲା ଶ୍ରମ ଅଧିକାରୀ

ଡିଜିଟାଲ ଡିସପେନସାରୀ କର୍ମଚାରୀଙ୍କୁ ମିଳିବ ବକେୟା ଟଙ୍କା, ଗ୍ରାଚୁଇଟି ଓ ଇପିଏଫ ବାବଦ ଅର୍ଥ । ଜିଲ୍ଲା ଶ୍ରମ ଅଧିକାରୀ, ଡିଜିଟାଲ ଡିସପେନସାରୀ କର୍ମଚାରୀ ଓ ଗ୍ଲୋକାଲ କମ୍ପାନୀର ଅଧିକାରୀ ମେଜର ଆଶୁତୋଷ ଶ୍ରୀବାସ୍ତବଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

By

Published : Aug 1, 2019, 10:53 AM IST

ନବରଙ୍ଗପୁର: ଜିଲ୍ଲାରେ କାର୍ଯ୍ୟରତ ଡିଜିଟାଲ ଡିସପେନସାରୀ କର୍ମଚାରୀଙ୍କୁ ମିଳିବ ବକେୟା ଟଙ୍କା, ଗ୍ରାଚୁଇଟି ଓ ଇପିଏଫ ବାବଦ ଅର୍ଥ । ବହିଷ୍କୃତ ଦୁଇ କର୍ମଚାରୀଙ୍କ ଅଭିଯୋଗ ପରେ ଜିଲ୍ଲା ଶ୍ରମ ଅଧିକାରୀ, ଡିଜିଟାଲ ଡିସପେନସାରୀ କର୍ମଚାରୀ ଓ ଗ୍ଲୋକାଲ କମ୍ପାନୀର ଅଧିକାରୀ ମେଜର ଆଶୁତୋଷ ଶ୍ରୀବାସ୍ତବଙ୍କ ମଧ୍ୟରେ ଆଲୋଚନା ହୋଇଛି । ଗ୍ଲୋକାଲ କର୍ତ୍ତୃପକ୍ଷ ଆସନ୍ତା ଅଗଷ୍ଟ ୧୫ ତାରିଖ ସୁଦ୍ଧା ଗୋଟିଏ ମାସର ଗ୍ରାଚୁଇଟି ଓ ସେପ୍ଟେମ୍ବର ମାସ ସୁଦ୍ଧା ଦୁଇ ମାସର ସମସ୍ତ ବକେୟା ପ୍ରାପ୍ୟ ଓ ନଭେମ୍ବର ସୁଦ୍ଧା କର୍ମଚାରୀଙ୍କ ବାକି ରହିଯାଇଥିବା ପ୍ରାପ୍ୟ ସହିତ ଅନ୍ୟ ସମସ୍ୟା ଦୂର କରାଯିବ ବୋଲି ଜିଲ୍ଲା ଶ୍ରମ ଅଧିକାରୀ ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଉପାନ୍ତ ଅଞ୍ଚଳରେ ରହି ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଦେଉଥିଲେ ମଧ୍ୟ ଏଥିରେ କାର୍ଯ୍ୟରତ କର୍ମଚାରୀଙ୍କୁ ଗତ ଚାରିମାସର ଦରମା ଦିଆଯାଇନାହିଁ । ସେମାନଙ୍କ ଇପିଏଫ ନମ୍ବର ମଧ୍ୟ ଦିଆଯାଇନାହିଁ । ଏହା ସହ ଏଥିରେ କାର୍ଯ୍ୟରତ ଦୁଇଜଣ କର୍ମଚାରୀଙ୍କୁ ବହିଷ୍କୃତ କରାଯାଇଥିଲା। ସେମାନଙ୍କୁ ପୁନଃ ଅବସ୍ଥାପିତ କରିବା ଦାବି ନେଇ ଦୁଇ କର୍ମଚାରୀ ଗତ ସାତ ତାରିଖ ଦିନ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ସାକ୍ଷାତ କରି ସମସ୍ୟା ଗୁଡିକର ସମାଧାନ ନିମନ୍ତେ ଦାବି କରିଥିଲେ । କର୍ମଚାରୀଙ୍କ ଲିଖିତ ଅଭିଯୋଗ ପାଇବା ପରେ କମ୍ପାନୀର ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ତାହାର ସମାଧାନ ନେଇ ପ୍ରତିଶ୍ରୁତି ଦେଇଛନ୍ତି ଗ୍ଲୋକାଲ ସିଇଓ ।

ଉପାନ୍ତ ଅଞ୍ଚଳର ଲୋକଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ନବରଙ୍ଗପୁର ଜିଲ୍ଲାରେ ୨୪ଟି ଡିଜିଟାଲ ଡିସପେନସାରୀ ଖୋଲାଯାଇ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି । ସେଥିମଧ୍ୟରୁ ୨୧ଟି ଡିଜିଟାଲ ଡିସପେନସାରୀ କାର୍ଯ୍ୟକ୍ଷମ ରହିଛି । ଏହି ଡିସପେନସାରୀ ଗୁଡିକ ଗ୍ଲୋକାଲ କମ୍ପାନୀ ଅଧୀନରେ ରହି କାର୍ଯ୍ୟ କରିବା ପାଇଁ ରାଜ୍ୟ ସରକାରଙ୍କ ସହ ଚୁକ୍ତିବଦ୍ଧ ହୋଇଥିଲା ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details