ଓଡିଶା

odisha

ETV Bharat / state

ନବରଙ୍ଗପୁରରେ ପୁଣି ବ୍ୟାପିଲା ଝାଡ଼ାବାନ୍ତି, ସଚେତନ କଲା ସ୍ବାସ୍ଥ୍ୟ ବିଭାଗ

ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକରେ ପୁଣି ବ୍ୟାପିଲା ଝାଡ଼ାବାନ୍ତି । ଆଜି ଯାଏଁ ୯ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଅଧିକ ପଢନ୍ତୁ

By

Published : Oct 9, 2022, 7:39 PM IST

ନବରଙ୍ଗପୁରରେ ପୁଣି ବ୍ୟାପିଲା ଝାଡ଼ାବାନ୍ତି, ସଚେତନ କଲା ସ୍ବାସ୍ଥ୍ୟ ବିଭାଗ
ନବରଙ୍ଗପୁରରେ ପୁଣି ବ୍ୟାପିଲା ଝାଡ଼ାବାନ୍ତି, ସଚେତନ କଲା ସ୍ବାସ୍ଥ୍ୟ ବିଭାଗ

ନବରଙ୍ଗପୁର: କିଛି ଦିନ ବ୍ୟବଧାନ ପରେ ଜିଲ୍ଲାରେ ପୁଣି ବ୍ୟାପିବାରେ ଲାଗିଛି ଝାଡ଼ାବାନ୍ତି । ଶୁକ୍ରବାର ଦିନ ଠାରୁ ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକ ମାଳିଗୁଡା ସଦର ପଞ୍ଚାୟତର ଧବାସାହିରେ ଝାଡାବାନ୍ତି ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଆଜି ମାଳିଗୁଡ଼ାରୁ ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଖବର ପାଇ ମାଳିଗୁଡ଼ା ବାସୀଙ୍କୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଯାଇଛି ।

ନବରଙ୍ଗପୁରରେ ପୁଣି ବ୍ୟାପିଲା ଝାଡ଼ାବାନ୍ତି, ସଚେତନ କଲା ସ୍ବାସ୍ଥ୍ୟ ବିଭାଗ

କିଛି ଦିନ ତଳେ ନନ୍ଦାହାଣ୍ଡି ବ୍ଲକ, ପାପଡ଼ାହାଣ୍ଡି ବ୍ଲକ ଓ ରାଇଘର ବ୍ଲକରେ ଝାଡାବାନ୍ତି ବ୍ୟାପିଥିଲା । ବିଗତ ଶୁକ୍ରବାର ଦିନ ଠାରୁ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ବି ମାଳିଗୁଡା ସଦର ପଞ୍ଚାୟତର ଧବାସାହିରେ ବ୍ୟାପିବାରେ ଲାଗିଛି ଝାଡ଼ାବାନ୍ତି । ଅସ୍ବାସ୍ଥ୍ୟକର ପରିବେଶ ଓ ନଦୀନାଳ ପାଣିର ବ୍ୟବହାର ଯୋଗୁଁ ଝାଡ଼ାବାନ୍ତି ହୋଇଥିବା ସନ୍ଦେହ କରାଯାଉଛି । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ମାଳିଗୁଡାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ରୋଗୀଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଛି ।

ଏହା ବି ପଢନ୍ତୁ- ଜୀବନ ନେଉଛି ଝାଡାବାନ୍ତି, ନବରଙ୍ଗପୁରର ଆଉ ଏକ ବ୍ଲକକୁ ବ୍ଯାପିଲା

ବର୍ତ୍ତମାନ ଏହି ଗ୍ରାମରେ ଶୁକ୍ରବାର ଦିନରେ ୬ ଜଣ ଆକ୍ରାନ୍ତ ଚିହ୍ନଟ ହେଇଥିବାବେଳେ, ରାତିରେ ପୁଣି ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଜି ପୁଣି ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୫ ଜଣ ଆକ୍ରାନ୍ତଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବାବେଳେ ୨ ଜଣଙ୍କୁ ଘରେ ଚିକିତ୍ସା କରାଯାଉଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣ ମହିଳା ଓ ୭ ଜଣ ପୁରୁଷ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଖୋଲାଯାଇ ୨୪ ଘଣ୍ଟିଆ ଡାକ୍ତରୀ ଟିମ ଉପସ୍ଥିତ ଅଛନ୍ତି ।

ଡାକ୍ତରୀ ଦଳ ଘର ଘର ବୁଲି ଚିକିତ୍ସା କରିବା ସହ ହାଲୋଜେନ ବଟିକା ଦେବା ସହ ସଚେତନ କରୁଛନ୍ତି । ସବୁ ଆବର୍ଜନା ସ୍ଥାନରେ ବ୍ଲିଚିଂ ପାଉଡ଼ର ପକାଯାଇଛି । ନଳକୂପ ଓ ନାଳଜଳର ନମୂନା ସଂଗ୍ରହ କରି ଟେଷ୍ଟ ପାଇଁ ପଠାଯାଇଛି । ଝାଡାବାନ୍ତିକୁ ନେଇ ଗ୍ରାମରେ ଭୟର ବାତାବରଣ ଦେଖାଦେଇଛି । ବର୍ତ୍ତମାନ ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ବୋଲି ଜନ ସ୍ବାସ୍ଥ୍ୟ ଅଧିକାରୀ ମଳୟ ରଞ୍ଜନ ତ୍ରିପାଠୀ କହିଛନ୍ତି । ବର୍ତ୍ତମାନ ସ୍ବାସ୍ଥ୍ୟ ବିଭାଗର ଗୋଟିଏ ଦଳ ସେଠାରେ ରହି ଚିକିତ୍ସା କରୁଛନ୍ତି ବୋଲି ସେ କହିଛନ୍ତି ।

ଗତ ଅଗଷ୍ଟ ମାସରେ ଜିଲ୍ଲାରେ ଝାଡ଼ାବାନ୍ତି ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା । ରାୟଗଡ଼ାର କାଶୀପୁର ବ୍ଲକ ଭଳି ନବରଙ୍ଗପୁରରେ ମଧ୍ୟ ଝାଡ଼ାବାନ୍ତି ବ୍ୟାପିଥିଲା । ପାପଡାହାଣ୍ଡି ବ୍ଳକ୍‌ର ମୈଦଲପୁର ପଞ୍ଚାୟତ ଅନ୍ତର୍ଗତ ତୁଳସୀ ପଦର ଗ୍ରାମରେ ୧୧ ଜଣ ଆକ୍ରାନ୍ତ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ମଧ୍ୟ ଘଟିଥିଲା ।

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details