ଓଡିଶା

odisha

ETV Bharat / state

ନବରଙ୍ଗପୁରକୁ ପୁଣି ଫେରିଲା ଝାଡ଼ାବାନ୍ତି, ସ୍ଥିତି ନିୟନ୍ତ୍ରଣାଧୀନ କହିଲେ ADMO

ନବରଙ୍ଗପୁରକୁ ପୁଣି ଫେରିଲା ଝାଡ଼ାବାନ୍ତି । ନବରଙ୍ଗପୁରରେ କିଛି ଦିନର ବ୍ୟବଧାନ ପରେ ପୁଣି ଫେରିଛି ଝାଡ଼ାବାନ୍ତି । କିନ୍ତୁ ଏଥର ଚିତ୍ର ଟିକିଏ ଅଲଗା ରହିଛି । ସ୍ଥିତି ନିୟନ୍ତ୍ରଣାଧୀନ କହିଲେ ADMO । ଅଧିକ ପଢ଼ନ୍ତୁ

By

Published : Nov 2, 2022, 11:07 PM IST

diarrhea return to Nabarangpur as many infected in particular ward
ନବରଙ୍ଗପୁରକୁ ପୁଣି ଫେରିଲା ଝାଡ଼ାବାନ୍ତି, ସ୍ଥିତି ନିୟନ୍ତ୍ରଣାଧୀନ କହିଲେ ADMO

ନବରଙ୍ଗପୁର: ନବରଙ୍ଗପୁରକୁ ପୁଣି ଫେରିଲା ଝାଡ଼ାବାନ୍ତି । ଜିଲ୍ଲାରେ କିଛି ଦିନର ବ୍ୟବଧାନ ପରେ ପୁଣି ଫେରିଛି ଝାଡ଼ାବାନ୍ତି । କିନ୍ତୁ ଏଥର ଚିତ୍ର ଟିକିଏ ଅଲଗା ରହିଛି । ମଫସଲିଆ ଗାଁ ମାନଙ୍କରେ ଏହି ରୋଗ ସଂକ୍ରମିତ ହେଉଥିବା ବେଳେ ଏଥର ଗୋଟିଏ ୱାର୍ଡରେ ପ୍ରାୟ ସମସ୍ତ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଖବର ମିଳିବା ପରେ ମେଡିକାଲ ଟିମ ପହଞ୍ଚି ସ୍ଥିତି ତଦାରଖ କରିବା ସହ ପ୍ରାଥମିକ ଉପଚାର ଜାରି ରଖିଛି l ସ୍ଥିତି ନିୟନ୍ତ୍ରଣାଧୀନ କହିଲେ ADMO ।

ନବରଙ୍ଗପୁରକୁ ପୁଣି ଫେରିଲା ଝାଡ଼ାବାନ୍ତି, ସ୍ଥିତି ନିୟନ୍ତ୍ରଣାଧୀନ କହିଲେ ADMO

ନବରଙ୍ଗପୁର ପୌରପାଳିକା ଅନ୍ତର୍ଗତ ୧୩ ନମ୍ବର ୱାର୍ଡ ଗାଦବାଗୁଡାରେ ଗତ ୨ ଦିନ ହେଲା ବ୍ୟାପିଛି ଝାଡାବାନ୍ତି l ଜଣକ ପରେ ଜଣେ ଘରକୁ ଘର ପ୍ରାୟତଃ ୨୦ରୁ ଅଧିକ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଗୁରୁତର ୮ ଜଣକୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଛି । ସାହି ମଧ୍ୟରେ ଥିବା ନଳକୂପ ଗୁଡିକ ନିୟମିତ ବିଶୋଧନ କରାଯାଉ ନାହିଁ । ଜଳ ଯୋଗାଣ ପାଇପଗୁଡ଼ିକ ନାଳ ମଧ୍ୟରେ ରହିଥିବାରୁ ପାଇପ୍‌ ଫାଟି ନର୍ଦ୍ଦମାର ଦୂଷିତ ପାଣି ମିଶି ଘରକୁ ଯାଉଛି । ସେହି ପାଣିକୁ ବ୍ୟବହାର କରିବା ଦ୍ବାରା ଝାଡାବାନ୍ତି ବ୍ୟାପିଥିବା ଆଶଙ୍କା କରାଯାଉଛି ।

ୱାର୍ଡରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ପରେ ସାହି ବାସିନ୍ଦା ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗକୁ ଖବର ଦେଇଥିଲେ । ଅଭିଯୋଗ ପରେ ମେଡିକାଲ ଟିମ ପହଞ୍ଚି ସାହିକୁ ବିଶୋଧନ କରିବା ସହ ଘରକୁ ଘର ବୁଲି ପ୍ରାଥମିକ ଚିକିତ୍ସା କରିଛନ୍ତି । ଅତି ଗୁରୁତରଙ୍କୁ ମେଡିକାଲ ପଠାଇବାର ବ୍ୟବସ୍ଥା ମଧ୍ୟ କରାଯାଇଛି । ତାସହିତ ପାଣିର ନମୁନା ସଂଗ୍ରହ ପାଇଁ ପଠା ଯାଇଛି । ଯାଞ୍ଚ ପରେ ହିଁ ପ୍ରକୃତ କାରଣ ଜଣା ପଡିବ । ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣାଧୀନ ଥିବା କଥା କହିଛନ୍ତି ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ।

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details