ନବରଙ୍ଗପୁର: ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଛି । ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁଣି ଥରେ ଆରମ୍ଭ ହୋଇଛି ଡାୟାଲିସିସ୍ । ଫଳରେ ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।
ନବରଙ୍ଗପୁର ମେଡିକାଲରେ ପୁଣି ଡାୟାଲିସିସ ସେବା - ଡାୟାଲିସିସ୍ ଆରମ୍ଭ
ନବରଙ୍ଗପୁର ଜିଲ୍ଲା ବାସୀ ପାଇଁ ଖୁସିର ଖବର । ବହୁ ଦିନର ବାଦ ବିବାଦର ଅନ୍ତ ଘଟିଛି । ଆଜି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ପୁଣି ଥରେ ଡାୟାଲିସିସ ସେବା ଆରମ୍ଭ ହୋଇଛି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
ଦୀର୍ଘ ଦିନରୁ ମୁଖ୍ୟ ଚିକିତ୍ସାଳୟରେ ଡାୟଲିସିସ୍ ଖୋଲିବା ପାଇଁ ଦାବି ହୋଇଆସୁଥିଲା । ଡାୟାଲିସିସ୍ ନଥିବାରୁ ଏଠାକାର ରୋଗୀ ନାନା ଅସୁବିଧାର ସମ୍ମୁଖିନ ହେଉଥିଲେ । କାରଣ ଡାୟଲିସିସ୍ ପାଇଁ ରୋଗୀ କୋରାପୁଟ, ଭୁବନେଶ୍ବର, ଭବାନୀପାଟଣା ଓ ବିଶାଖାପାଟଣାକୁ ଯିବାକୁ ପଡୁଥିଲା । ଏବେ ଆଉ ରୋଗୀଙ୍କୁ ବାହାରକୁ ଯିବାକୁ ପଡିବ ନାହିଁ ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ