ଓଡିଶା

odisha

ETV Bharat / state

ନବରଙ୍ଗପୁର ଗସ୍ତରେ ଜଳସମ୍ପଦ ମନ୍ତ୍ରୀ - ନବରଙ୍ଗପୁର

ଆଜି ନବରଙ୍ଗପୁର ଜିଲ୍ଲା ଗ୍ରସ୍ତ କରିଛନ୍ତି ଜଳସମ୍ପଦ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ଶ୍ରୀ ରଘୁ ନନ୍ଦନ ଦାସ । ଶୁକ୍ରବାର ସେ ହେଲିକାପ୍ଟର ଯୋଗେ ଆସି ପ୍ରଥମେ ସର୍କିଟ ହାଉସକୁ ଯାଇଥିଲେ ।

minster
ନବରଙ୍ଗପୁର ଗସ୍ତରେ ଜଳସମ୍ପଦ ମନ୍ତ୍ରୀ

By

Published : Jul 31, 2020, 6:18 PM IST

ନବରଙ୍ଗପୁର: ଆଜି ନବରଙ୍ଗପୁର ଜିଲ୍ଲା ଗ୍ରସ୍ତ କରିଛନ୍ତି ଜଳସମ୍ପଦ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ଶ୍ରୀ ରଘୁ ନନ୍ଦନ ଦାସ । ଶୁକ୍ରବାର ସେ ହେଲିକାପ୍ଟର ଯୋଗେ ଆସି ପ୍ରଥମେ ସର୍କିଟ ହାଉସକୁ ଯାଇଥିଲେ ।

ସେଠାରେ ସେ ନବରଙ୍ଗପୁରର ସମସ୍ତ ସାଂସଦ, ବିଧାୟକ, ଜିଲ୍ଲାପାଳ ଏବଂ ଆରାକ୍ଷ ଅଧିକାରୀଙ୍କ ସହିତ ଭେଟି କୋରୋନା ସମ୍ପର୍କିତ ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ । ଏଥିସହ ନବରଙ୍ଗପୁର ଜିଲ୍ଲାରେ ଥିବା କୋଭିଡ଼ ହସ୍ପିଟାଲକୁ ଗସ୍ତ କରିଥିଲେ ।

ନବରଙ୍ଗପୁର ଗସ୍ତରେ ଜଳସମ୍ପଦ ମନ୍ତ୍ରୀ

ରାଜ୍ୟ ସରକାର ସମସ୍ତ ଜିଲ୍ଲାରେ ଜଣେ ଲେଖାଏଁ ମନ୍ତ୍ରୀଙ୍କୁ ପ୍ଲାଜ଼ମା ଥେରାପି ସମ୍ପର୍କରେ ସଚେତନ କରିବା ଏବଂ କୋରୋନାରେ ଠିକ ହେଇ ଆସିଥିବା ରୋଗୀଙ୍କୁ ପ୍ଲାଜ଼ମା ଦାନ କରିବାପାଇଁ ସଚେତନ କରିବାକୁ ନେଇ ତାଙ୍କର ଏହି ଗ୍ରସ୍ତ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଏହାଛଡା ମନ୍ତ୍ରୀ ଜିଲ୍ଲୀସ୍ତରୀୟ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ କରିଛନ୍ତି । ଏହି ବୈଠକରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଜିଲ୍ଲାପାଳ ଅଜିତ କୁମାର ମିଶ୍ର ଆରକ୍ଷ ଅଧିକ୍ଷକ ନିତିନ କୁସଲକରଙ୍କ ସହିତ ନବରଙ୍ଗପୁର ଜିଲ୍ଲା ପରିଷଦ ଅଧକ୍ଷା ଏବଂ ଉପଧକ୍ଷା ଉପସ୍ଥିତ ଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଶୋଇ, ଇଟିଭି ଭାରତ

ABOUT THE AUTHOR

...view details