ନବରଙ୍ଗପୁର: ଜିଲ୍ଲା କୃଷି ବିଭାଗ ପକ୍ଷରୁ ବିଭିନ୍ନ ସାର ଦୋକାନ ଉପରେ ଚଢ଼ାଉ କରାଯାଇ ୩ଟି ଦୋକାନ ସିଲ କରାଯାଇଛି । ନବରଙ୍ଗପୁର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ ଜିଲ୍ଲାର ରାଇଘର, ଝରିଗାଁ ଏବଂ ଉମରକୋଟ ବ୍ଲକର ବିଭିନ୍ନ ସ୍ଥାନରେ ଥିବା ସାର ଦୋକାନ ଗୁଡ଼ିକ ଉପରେ ଅଚାନକ ଚଢ଼ାଉ କରି କାଗଜପତ୍ର ଯାଞ୍ଚ କରିବା ସହ ଚାଷୀଙ୍କୁ ଡାକି ସାରର ଦର ଦାମ ସମ୍ପର୍କରେ ପଚାରି ବୁଝିଥିଲେ ।
ସାର ଦୋକାନ ଉପରେ କୃଷି ବିଭାଗର ଚଢ଼ାଉ, ୩ ଦୋକାନ ସିଲ - ୩ ଦୋକାନ ସିଲ
ଜିଲ୍ଲା କୃଷି ବିଭାଗ ପକ୍ଷରୁ ବିଭିନ୍ନ ସାର ଦୋକାନ ଉପରେ ଚଢ଼ାଉ କରାଯାଇ ୩ଟି ଦୋକାନ ସିଲ କରାଯାଇଛି । ଅଧିକ ପଢନ୍ତୁ...

ସାର ଦୋକାନ ଉପରେ କୃଷି ବିଭାଗର ଚଢ଼ାଉ, ୩ ଦୋକାନ ସିଲ
ସାର ଦୋକାନ ଉପରେ କୃଷି ବିଭାଗର ଚଢ଼ାଉ, ୩ ଦୋକାନ ସିଲ
କିଛି ସ୍ଥାନରେ ଦୋକାନୀ ଚାଷୀଙ୍କୁ ଅଧିକ ଦାମରେ ସାର ବିକ୍ରି କରିଥିବା ନେଇ ଅଭିଯୋଗ ପାଇବା ପରେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏଭଳି ଚଢ଼ାଉ କରିଥିବା ନେଇ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସୂଚନା ଦେଇଛନ୍ତି । ଏହା ସହ ରାଇଘର ସହରର ୩ଟି ସାର ଦୋକାନକୁ ସିଲ କରିଥିବା ପ୍ରକାଶ କରିଛନ୍ତି । ସେପଟେ ଏଭଳି ଚଢ଼ାଉ ଆଗକୁ ମଧ୍ୟ ଜାରି ରହିବ ବୋଲି କୃଷି ଅଧିକାରୀ ପ୍ରକାଶ କରିଛନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ