ଓଡିଶା

odisha

ETV Bharat / state

ଅଙ୍ଗନବାଡିରେ ଦିଆଯାଉଥିବା ନିୟମିତ ଖାଦ୍ୟର ଦର ବୃଦ୍ଧି ପାଇଁ ନବରଙ୍ଗପୁର ବିଧାୟକଙ୍କୁ ଦାବିପତ୍ର - demands increase in food prices

ବଜାରରେ ପରିବା ଦର ଆକାଶ ଛୁଆଁ ହୋଇଥିବାବେଳେ ରାଜ୍ୟସରକାର ପୁରୁଣା ଦରରେ ଟଙ୍କା ଦେଉଥିବାରୁ ଅଙ୍ଗନବାଡ଼ିକର୍ମୀମାନେ ଅଧିକ କ୍ଷତି ସହୁଛନ୍ତି । ଏନେଇ ଅଙ୍ଗନବାଡ଼ି କେନ୍ଦ୍ରରେ ଦିଆଯାଉଥିବା ନିୟମିତ ଖାଦ୍ୟର ଦର ବୃଦ୍ଧି କରିବା ପାଇଁ ଜିଲ୍ଲା ଅଙ୍ଗନବାଡ଼ି ସଂଘ ପକ୍ଷରୁ ନବରଙ୍ଗପୁର ବିଧାୟକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

demands increase in food prices at Anganwadi center
ଅଙ୍ଗନବାଡ଼ି କେନ୍ଦ୍ରରେ ଖାଦ୍ୟର ଦରଦାମ ବୃଦ୍ଧି ପାଇଁ ନବରଙ୍ଗପୁର ବିଧାୟକଙ୍କୁ ଦାବିପତ୍ର

By

Published : Oct 31, 2020, 7:43 AM IST

ନବରଙ୍ଗପୁର: ଅଙ୍ଗନବାଡ଼ି କେନ୍ଦ୍ରରେ ଖାଦ୍ୟର ଦରଦାମ ବୃଦ୍ଧି ପାଇଁ ନବରଙ୍ଗପୁର ବିଧାୟକଙ୍କୁ ଦାବିପତ୍ର । ତେବେ ଅଙ୍ଗନବାଡ଼ି କେନ୍ଦ୍ରରେ ଦିଆଯାଉଥିବା ନିୟମିତ ଖାଦ୍ୟର ଦର ବୃଦ୍ଧି କରିବା ପାଇଁ ଜିଲ୍ଲା ଅଙ୍ଗନବାଡ଼ି ସଂଘ ପକ୍ଷରୁ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀଙ୍କୁ ଭେଟି ଆଲୋଚନା କରିବା ସହ ଲିଖିତ ଭାବେ ଜଣାଇଛନ୍ତି । ବର୍ତ୍ତମାନ ପନିପରିବା ଦର ଆକାଶ ଛୁଆଁ ହୋଇଥିବାବେଳେ ଗ୍ରାମାଞ୍ଚଳରେ ଗୋଟିଏ ଅଣ୍ଡା ଦର ପ୍ରାୟ ୭ଟଙ୍କା । କିନ୍ତୁ ସରକାର ଦେଉଛନ୍ତି ୫ଟଙ୍କା । ଫଳରେ ବଜାରରେ ପରିବା ଦର ସହ ଅଣ୍ଡା ଦର ଅଧିକ ଥିବାବେଳେ ରାଜ୍ୟସରକାର ପୁରୁଣା ଦରରେ ଟଙ୍କା ଦେଉଥିବାରୁ ଅଙ୍ଗନବାଡ଼ିକର୍ମୀମାନେ ଅଧିକ କ୍ଷତି ସହିବା ସହ ହାତରୁ ଟଙ୍କା ଦେଉଥିବା କହିଛନ୍ତି ।

ଏ ସଂପର୍କରେ ସଂଘ ପକ୍ଷରୁ ପୂର୍ବରୁ ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଭାବେ ଜଣାଯାଇଥିଲା । ତେବେ ବାଲେଶ୍ୱର ଓ ମୟୂରଭଞ୍ଜ ଭଳି ଜିଲାରେ ଅଣ୍ଡାଦର ବୃଦ୍ଧି କରାଯାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ମିନେରାଲ ପାଣ୍ଠିରୁ ବର୍ଦ୍ଧିତଟଙ୍କା ଦିଆଯାଉଛି। ତେଣୁ ଏହି ଜିଲ୍ଲାରେ ମଧ୍ୟ ଏଥିପ୍ରତି ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଏହାଛଡା ନବରଙ୍ଗପୁରଠାରେ ଜିଲ୍ଲା ଅଙ୍ଗନବାଡି ସଂଘର କମ୍ୟୁନିଟି ହଲ ନିର୍ମାଣାଧିନ ରହିଥିବାବେଳେ ବିଧାୟକ ପାଣ୍ଠିରୁ ସହାୟତା କରିବା ପାଇଁ ମଧ୍ୟ ଅନୁରୋଧ କରାଯାଇଥିଲା । ତେବେ ଏଥିପ୍ରତି ମଧ୍ୟ ଅନୁଦାନ ପ୍ରଦାନ କରିବାକୁ ସେ ପ୍ରତିଶୃତି ଦେଇଥିଲେ ।

ଭାରତୀୟ ମଜଦୂର ସଂଘର ସମ୍ପାଦକ ପରମେଶ୍ବର ବିଷୋୟୀ, ଜିଲ୍ଲା ଅଙ୍ଗନବାଡୀ ସଂଘର ସଭାନେତ୍ରୀ ଭାଗ୍ୟବତୀ ଷଡଙ୍ଗୀ, ସମ୍ପାଦିକା ସନ୍ଧ୍ୟାରାଣୀ ବିଶ୍ବାଳ ପ୍ରମୂଖ ଉପସ୍ଥିତ ରହି ବିଧାୟକଙ୍କ ସହ ଆଲୋଚନା କରିଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details