ଓଡିଶା

odisha

ETV Bharat / state

ଭୂମିହୀନଙ୍କୁ ଜମିପଟ୍ଟା ଦାବି, ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ - ବସ୍ତି ବାସିନ୍ଦା ମହାସଂଘ ପକ୍ଷୁର ଆନ୍ଦୋଳନ

ଭୂମିହୀନଙ୍କୁ ଭୂମି, ଜମିପଟ୍ଟା ଓ ଗୃହ ଯୋଗାଇ ଦେବାକୁ ଦାବି କରି ପୌରପାଳିକା ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର । ଅଧିକ ପଢନ୍ତୁ...

ଭୂମିହୀନଙ୍କୁ ଭୂମି, ଜମିପଟ୍ଟା ଓ ଗୃହ ଯୋଗାଇ ଦେବାକୁ ଦାବି
ଭୂମିହୀନଙ୍କୁ ଭୂମି, ଜମିପଟ୍ଟା ଓ ଗୃହ ଯୋଗାଇ ଦେବାକୁ ଦାବି

By

Published : Jan 28, 2021, 2:23 PM IST

ନବରଙ୍ଗପୁର: ଭୂମିହୀନଙ୍କୁ ଭୂମି, ଜମିପଟ୍ଟା ଓ ଗୃହ ଯୋଗାଇ ଦେବାକୁ ଦାବି । ଜିଲ୍ଲା ପୌରପାଳିକା ଅଧିନସ୍ଥ 11ଟି ୱାର୍ଡର ଭୂମିହୀନଙ୍କୁ ଜମିପଟ୍ଟା ଓ ଗୃହ ଯୋଗାଇ ଦେବାକୁ ଦାବି କରି ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ବସ୍ତି ବାସିନ୍ଦା ମହାସଂଘ ।

ଜମିପଟ୍ଟା ପାଇଁ ଦାବି କରି ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର

ନବରଙ୍ଗପୁର ପୌରପାଳିକା ଅଧିନସ୍ଥ ଦଶହରାପଦା ସାହି , ମେଦିରୀ ସାହି, ନୁଆଁବନ୍ଧ ସାହି, ତଟା ସାହି, ସେନାପତି ସାହି, ଗାଦବା ଗୁଡା, ତେଲୁଗୁ ସାହି, ହରିଜନ ସାହି, ସମେତ 11 ଟି ସାହିରେ ଶହେ ବର୍ଷ ହେବ ଲୋକେ ରହିଆସୁଥିଲେ ବି ସେମାନଙ୍କୁ ଏଯାଏଁ ଜମିପଟ୍ଟା ମିଳି ନଥିବା ଅଭିଯୋଗ ହୋଇଛି । ସରକାର ଓ ପୌରପାଳିକା ପ୍ରଶାସନ ଅଧିକାରୀଙ୍କ ଅବହେଳା ଯୋଗୁଁ ଜମିପଟ୍ଟା ପାଇନଥିବା କହିଛନ୍ତି ଅଭିଯୋଗକରୀ । ଫଳରେ ସରକାରଙ୍କ ତରଫରୁ ଦିଆଯାଉଥିବା ବାସଗୃହ ସେମାନଙ୍କୁ ମିଳୁନାହିଁ l ଯାହାଫଳରେ ସେମାନେ ବହୁତ ଅସୁବିଧା ଭୋଗୁଥିବା କହିଛନ୍ତି l

ଜମିପଟ୍ଟା ପାଇଁ ଦାବି କରି ବସ୍ତି ବାସିନ୍ଦା ମହାସଂଘ ସଭାପତି ନନ୍ଦ ହରିଜନଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷଙ୍କୁ ନେଇ ସହରର ଆମ୍ବେଦକର ଛକରୁ ଏକ ରାଲିରେ ବିକ୍ଷୋଭ ପ୍ରଦର୍ଶନ କରି ନବରଙ୍ଗପୁର ପୌରପାଳିକା କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ l ଆନ୍ଦୋଳନକାରି ମାନଙ୍କ ପକ୍ଷରୁ ସେଠାରେ ସରକାର ଓ ପ୍ରଶାସନ ବିରୋଧୀ ସ୍ଲୋଗାନ ଦିଆଯାଇଥିଲା l ନବରଙ୍ଗପୁର ପୌରପାଳିକା ବସ୍ତି ବାସିନ୍ଦା ମହାସଂଘ ପୌରପାଳିକା କାର୍ଯ୍ୟାଳୟ ଘେରାଉ କରିବା ସହ ନିର୍ବାହୀ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଆଗାମି 30ଦିନ ଭିତରେ ସେମାନଙ୍କ ସମସ୍ୟାି ସମାଧାନ ନକଲେ ଆନ୍ଦୋଳନ ପନ୍ଥା ଆପଣେଇବେ ବୋଲି ଚେତାବନୀ ଦେଇଛି ସଂଘ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details