ଓଡିଶା

odisha

ETV Bharat / state

ଜଙ୍ଗଲରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର - ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ନବରଙ୍ଗପୁର

ନବରଙ୍ଗପୁର ବିଜିରାଗୁଡା ସଂରକ୍ଷିତ ଜଙ୍ଗଲରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ...

ପ୍ରତିକାତ୍ମକ ଚିତ୍ର
ପ୍ରତିକାତ୍ମକ ଚିତ୍ର

By

Published : Apr 5, 2021, 6:45 AM IST

ନବରଙ୍ଗପୁର: ଜିଲ୍ଲା ସଦର ଥାନା ଅନ୍ତର୍ଗତ ବିଜିରାଗୁଡା ସଂରକ୍ଷିତ ଜଙ୍ଗଲରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର । ମୃତଦେହଟି ୭ ଦିନରୁ ଊର୍ଦ୍ଧ୍ବ ହେବ ପଡିରହିଥିବା ଅନୁମାନ କରାଯାଉଛି ।

ଜଙ୍ଗଲରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ଗତକାଲି(ରବିବାର) କେତେକ ଲୋକ କୌଣସି କାମରେ ଜଙ୍ଗଳକୁ ଯାଉଥିବାବେଳେ ମୃତଦେହକୁ ଦେଖିବାକୁ ପାଇଥିଲେ । ଏନେଇ ବିଜରାଗୁଡା ଗାଁ ଓ୍ବାର୍ଡ ମେମ୍ବର ପୋଲିସକୁ ଖବର ଦେଇଥିଲେ । ଖବର ପାଇ ନବରଙ୍ଗପୁର ପୋଲିସ ପହଞ୍ଚି ମୃତଦେହ ଜବତ କରିଛି । ତେବେ ମୃତକଙ୍କ ପରିଚୟ ମିଳିପାରି ନଥିବାବେଳେ କେହି ଦୁର୍ବୃତ୍ତ ହତ୍ୟାକରି ଏଠାରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି । ମୃତ ଯୁବକ ଜଣକ ହାପ୍ ପ୍ୟାଣ୍ଟ ଓ ଟି ସାର୍ଟ ପିନ୍ଧି ଥିବାବେଳେ ହାତରେ ଏକ ଗାମୁଛା ଧରିଥିବା ଜଣାପଡିଛି । ପୋଲିସ ମାମଲାର ଅଧିକ ତଦନ୍ତ ଆରମ୍ଭ କରିଛି ।


ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details